ଖେଳ

କରୋନା ଭାଇରସ୍‌: ଆଥଲେଟଙ୍କ ସ୍ବାସ୍ଥ୍ୟ, ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ- ଆଇଓସି

ଲଉସେନ,୧୯।୩(ଏଏଫ୍‌ପି)- କରୋନା ଭାଇରସ୍‌ କାରଣରୁ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁହଁ ଖୋଲିଛି। ଅଲିମ୍ପିକ୍ସ ଆୟୋଜନ ନେଇ କୌଣସି ଆଦର୍ଶ ସମାଧାନ ନାହିଁ ବୋଲି ଆଇଓସି ସ୍ପଷ୍ଟ...

ଜୁଲାଇ- ସେପ୍ଟେମ୍ବରରେ ଆଇପିଏଲ୍‌ ଆୟୋଜନ ନେଇ ଯୋଜନା

ମୁମ୍ବାଇ,୧୯।୩- କରୋନା ଭାଇରସ ସଂକ୍ରମଣ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହି ହାଇପ୍ରୋଫାଇଲ କ୍ରିକେଟ ଲିଗ୍‌କୁ ଆସନ୍ତା ଜୁଲାଇ- ସେପ୍ଟେମ୍ବରରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ...

ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା

ଜୋହାନ୍ସବର୍ଗ,୧୯।୩(ପି.ଟି.)- ଭାରତ ଗସ୍ତରୁ ସ୍ବଦେଶ ଫେରିବା ପରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ସେଲ୍ଫ ଆସୋଲେଶନରେ ରହିବାକୁ କୁହାଯାଇଥିଲା। କରୋନା ଭାଇରସ ଆତଙ୍କ କାରଣରୁ ଗସ୍ତ ଅଧାରୁ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଘରକୁ ଫେରିବାକୁ ପଡିଥିଲା। ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ଆସୋଲେଶନରେ...

ଖେଳାଳିଙ୍କ ନିରାପତ୍ତା ସହ ବୁଝାମଣା କରାଯାଇଥିଲା: ସାଇନା

ନୂଆଦିଲ୍ଲୀ,୧୮।୩(ପି.ଟି.): ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ ଗତ ସପ୍ତାହରେ ଖେଳାଯାଇଥିବା ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଆୟୋଜନ ନେଇ ପ୍ରଶ୍ନ ଉଠାଇଛନ୍ତି। ଖେଳାଳିଙ୍କ ନିରାପତ୍ତାକୁ ହେୟ କରି ଅର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ବୋଲି ସେ ଅଭିଯୋଗ...

କାଉଣ୍ଟି ଖେଳିବେ ହନୁମା

ନୂଆଦିଲ୍ଲୀ, ୧୮।୩ (ପି.ଟି.): ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ କରୋନା ଭାଇରସ୍‌ ଲାଗି ପ୍ରାୟ ସମସ୍ତ ଖେଳ ବାତିଲ ହୋଇସାରିଛି। ଏହି ଅବସରରେ ଖେଳାଳିମାନେ ଘରେ ରହି ସମୟ ଅତିବାହିତ କରୁଛନ୍ତି। ଭାରତୀୟ କ୍ରିକେଟର୍‌ ହନୁମା ବିହାରୀ ଆଗାମୀ...

ପୂର୍ବତନ ଚାମ୍ପିୟନ ବକ୍ସରଙ୍କ ମୃତ୍ୟୁ

ଲସ ଏଞ୍ଜେଲ୍ସ,୧୮।୩- ଦୁଇ ଥର ବିଶ୍ୱ ଚାମ୍ପିୟନ ବକ୍ସର ରୋଜର ମେହ୍ବେଦରଙ୍କ ବୁଧବାର ପରଲୋକ ଘଟିଛି। ୫୮ ବର୍ଷୀୟ ବକ୍ସର ରିଙ୍ଗରୁ ଅବସର ନେବା ପରେ ଟ୍ରେନର ଭାବେ କାର୍ଯ୍ୟ କରିଥିଲେ। ସେ କିମ୍ବଦନ୍ତୀ ବକ୍ସର ଫ୍ଲଏଡ ମେହ୍ବେଦରଙ୍କ ଅଙ୍କଲ...

କରୋନା ଆକ୍ରାନ୍ତ ୪ ବ୍ରୁକ୍‌ଲିନ ନେଟ୍ସ ଖେଳାଳିଙ୍କ ମଧ୍ୟରେ କେଭିନ ଡୁରାଣ୍ଟ

ଲସ୍‌ ଏଞ୍ଜେଲ୍ସ,୧୮।୩- କେଭିନ ଡୁରାଣ୍ଟଙ୍କ ସମେତ ବ୍ରୁକ୍‌ଲିନ ନେଟ୍ସ ଦଳର ୪ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ କରୋନାରେ ପୀଡ଼ିତ ଏନ୍‌ବିଏ (ବାସ୍କେଟବଲ) ଖେଳାଳିଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ନେଟ୍ସ କ୍ଲବ ପକ୍ଷରୁ ଖେଳାଳିଙ୍କ ନାମ ପ୍ରକାଶ...

ଧୋନୀଙ୍କୁ ଆଇପିଏଲର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୮।୩- ଭାରତୀୟ କ୍ରିକେଟ ବିଶେଷଜ୍ଞଙ୍କ ମତରେ ଆଇପିଏଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ। ମାତ୍ର କରୋନା ଭାଇରସ ଯୋଗୁ ଆଇପିଏଲର ୧୩ତମ ସଂସ୍କରଣ ଅନିଶ୍ଚତତା ଘେରକୁ ଚାଲି ଯାଇଛି। ଯଦି ଚଳିତ ବର୍ଷ...

ଆଜି ଦିନରେ ଶେଷ ଦିନିକିଆ ଖେଳିଥିଲେ ସଚିନ

ନୂଆଦିଲ୍ଲୀ,୧୮।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଆଜିକୁ ଠିକ୍‌ ୮ ବର୍ଷ ତଳେ ଅର୍ଥାତ ୨୦୧୨ ମାର୍ଚ୍ଚ ୧୮ ତାରିଖରେ କ୍ୟାରିୟର ଶେଷ ଥର ପାଇଁ ଟିମ୍‌ ଇଣ୍ଡିଆର ବ୍ଲୁ ଜର୍ସି ପିନ୍ଧିଥିଲେ। ୨୦୧୨ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ...

ଘୁଞ୍ଚିପାରେ ୟୁଏସ୍‌ ଓପନ୍‌

ନ୍ୟୁୟର୍କ,୧୮।୩(ଏଏଫପି)- କରୋନା ଭାଇରସ୍‌ ଯୋଗୁ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ପରେ ଏବେ ୟୁଏସ୍‌ ଓପନ ଇଭେଣ୍ଟ ଉପରେ କଳାବାଦାଲ ଛାଇ ହୋଇଯାଇଛି। ଇଭେଣ୍ଟକୁ ଅଗଷ୍ଟ ଶେଷ ସପ୍ତାହକୁ ଘୁଞ୍ଚାଇ ଦିଆଯାଇପାରେ। ଅନ୍ୟ ମେଜର ଚାମ୍ପିୟନଶିପ୍‌ ଆୟୋଜକ, ଅନ୍ତର୍ଜାତୀୟ ଟେନିସ୍‌...

ବଳାତ୍କାର ଅଭିଯୋଗ ପରେ ବକ୍ସିଂ କୋଚ୍‌ ଗିରଫ

ନୂଆଦିଲ୍ଲୀ,୧୮।୩- ମହିଳା ଟ୍ରେନିଙ୍କୁ ବଳାତ୍କାର ଅଭିଯୋଗ ଆସିବା ପରେ ହରିୟାଣା ବକ୍ସିଂ କୋଚ୍‌ଙ୍କୁ ଗିରଫ କରାଯାଇଛି। ଫେବୃୟାରୀରେ ଓ୍ବେଷ୍ଟ ବେଙ୍ଗଲ କ୍ଲାସିକ ବକ୍ସିଂ ଚାମ୍ପିୟନଶିପ୍‌ ପାଇଁ କୋଲକାତା ଗସ୍ତ କରୁଥିବାବେଳେ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ମହିଳା ଟ୍ରେନି।...

କରୋନା ଆକ୍ରାନ୍ତ ବିଶ୍ୱକପ୍‌ ଚାମ୍ପିୟନ ଖେଳାଳି

ରୋମ,୧୮।୩- ଜୁଭେଣ୍ଟସ ପକ୍ଷରୁ ଖେଳୁଥିବା ବିଶ୍ୱକପ ଚାମ୍ପିୟନ ଫ୍ରାନ୍ସ ଦଳର ସଦସ୍ୟ ବ୍ଲାଇସେ ମାଟୁଡି ଓ ହେଲାସ ଭେରୋନା ଖେଳାଳି ମାଟି ଜାକାଗନି ଘାତକ ଭାଇରସ କରୋନାରେ ଆକ୍ରାନ୍ତ। ଉଭୟଙ୍କ ସ୍ବାବ ରିପୋର୍ଟ ପଜେଟିଭ ଆସିଥିବା ସେମାନଙ୍କ ସିରି ଏ’...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri