ଖେଳ

ଓସାକା ପରାସ୍ତ

ନ୍ୟୁୟର୍କ, ୩ା୯- ଗତଥରର ମହିଳା ସିଙ୍ଗଲ୍ସ ଚାମ୍ପିୟନ ଜାପାନର ନାଓମି ଓସାକା ୟୁଏସ ଓପନ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୋମବାର ଅନୁଷ୍ଠିତ ଏକ ପ୍ରି-କ୍ୱାର୍ଟରଫାଇନାଲ ମ୍ୟାଚରେ ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌ସିକ୍‌ ତାଙ୍କୁ ୭-୫, ୬-୪ ସେଟ୍‌ରେ ହରାଇ...

ରାଜ୍ୟ ଓପନ ଜୁଡୋ ଚାମ୍ପିୟନଶିପ୍‌ :ଭୁବନେଶ୍ୱର, କିସ୍‌ ଚାମ୍ପିୟନ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ ଓପନ ଜୁଡୋ (ସବ୍‌ଜୁନିୟର, କ୍ୟାଡେଟ, ଜୁନିୟର, ସିନିୟର) ଚାମ୍ପିୟନଶିପ୍‌ ଓ ଚୟନ ଟ୍ରାଏଲ ପାରାଦୀପର ମ୍ୟୁନିସପାଲ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୩୧ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୧ରେ ଶେଷ ହୋଇଥିଲା।...

ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା :ଜୁଜୁଟ୍‌ସୁ କଣ୍ଟାକ୍ଟରେ ଅନୁପମାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗଜୁଠାରେ ଚାଲିଥିବା ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତାରେ ଭାରତରୁ ଏକମାତ୍ର ଏଲାଇଟ ଖେଳାଳିଭାବେ ଅଂଶଗ୍ରହଣ କରିଥିବା ଉତ୍କଳ କରାଟେ ସ୍କୁଲର ଅନୁପମା ସ୍ବାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେ ପ୍ରତିଯୋଗିତାର...

ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସ ୨୧୦ରେ ସୀମିତ :ଟେଷ୍ଟ ସିରିଜ: ଭାରତର କ୍ଲିନ୍‌ ସୁଇପ୍‌

କିଙ୍ଗଷ୍ଟନ(ଜାମାଇକା), ୩ା୯- ସାବିନା ପାର୍କରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୨୫୭ ରନରେ ବିଜୟୀ ହୋଇଛି। ୪୬୮ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୨୧୦ ରନକରି ଅଲଆଉଟ ହୋଇ ଯାଇଥିଲା। ଫଳରେ ୨...

ସିରିଜ କବ୍‌ଜା କଲା ଭାରତ-ଏ

ଥିରୁଭାନନ୍ତପୁରମ, ୨।୯ (ପି.ଟି.)- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୩ୟ ଅନ୍‌ଅଫିସିଆଲ୍‌ ଦିନିକିଆ ମ୍ୟାଚ୍‌କୁ ଭାରତ-ଏ ୪ ଉଇକେଟ୍‌ରେ ଜିତିନେଇଛି। ପୂର୍ବରୁ ପ୍ରଥମ ଓ ୨ୟ ଦିନିକିଆ ଜିତିଥିବା ଭାରତ-ଏ ଏଥିସହ ସିରିଜକୁ...

ଫିଫା ପୁରସ୍କାର: ସଂକ୍ଷିପ୍ତ ତାଲିକାରେ ଭାନ୍‌ ଡିକ୍‌, ରୋନାଲ୍ଡୋ, ମେସି

ରୋମ୍‌, ୨ା୯ (ଏଏଫ୍‌ପି)-ଫେଡେରେଶନ ଅପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ(ଫିଫା)ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ କରାଯାଇଥିବା ସଂକ୍ଷିପ୍ତ ତାଲିକାରେ ଲିଭରପୁଲ୍‌ ସେଣ୍ଟର ବ୍ୟାକ୍‌ ଭର୍ଗିଲ ଭାନ୍‌ ଡିକ୍‌ ସ୍ଥାନ ପାଇଛନ୍ତି। ଏହି ଖେଳାଳି ଜଣକ ନିକଟରେ ୟୁନିୟନ ଅଫ୍‌୍‌ ୟୁରୋପିଆନ...

ଟେଷ୍ଟରେ ପଦାର୍ପଣ କରିବେ ଭାରତୀୟ ଅମ୍ପାୟର ମେନନ

ମୁମ୍ବାଇ,୨।୯(ପିଟି): ଭାରତୀୟ ଅମ୍ପାୟର ନିତୀନ ମେନନ ଟେଷ୍ଟ ମ୍ୟାଚ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି। ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଡେରାଡୁନଠାରେ ନଭେମ୍ବର ୨୭ ତାରିଖଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ସେ ଅନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ କରିବେ।...

ଖଣ୍ଡାରେ ଭାରତୀୟଙ୍କୁ ନିପାତ କରିବାକୁ ମିଆଁଦାଦଙ୍କ ଧମକ

ନୂଆଦିଲ୍ଲୀ,୨।୯: ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ପାହ୍ୟା ଉଠାଇବାକୁ ବିରୋଧ କରିବା ପାଇଁ ଲାଇନ ଅଫ୍‌ କଣ୍ଟ୍ରୋଲ (ଏଲଓସି)ଠାରେ ବିକ୍ଷୋଭ କରିବାକୁ ଯାଇ ପୂର୍ବତନ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦ ଭାରତୀୟଙ୍କୁ ଖଣ୍ଡାରେ ନିପାତ କରିବାକୁ ଧମକ ଦେଇଛନ୍ତି। ନିକଟରେ ପୂର୍ବତନ...

ମାଇକ ବ୍ରାୟନ ଦଣ୍ଡିତ

ନ୍ୟୁୟର୍କ,୨।୯(ଏଟିପି): ଷ୍ଟାର ଆମେରିକାନ ଡବଲ୍ସ ଖେଳାଳି ମାଇକ ବ୍ରାୟନଙ୍କୁ ରବିବାର ୟୁଏସ୍‌ ଓପନ ଟୁର୍ନାମେଣ୍ଟ ପକ୍ଷରୁ ୧୦ ହଜାର ଡଲାର ଜରିମାନା କରାଯାଇଛି। ସେ ଅଫିସିଆଲଙ୍କ ଆଡ଼କୁ ତାଙ୍କ ର଼୍ୟାକେଟକୁ ବନ୍ଧୁକ ଭଳି ପ୍ରଦର୍ଶନ କରିଥିଲେ। ଯାଅଁାଳା ଭାଇଙ୍କ ସହ...

ଈଶାନ୍ତଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ,୨।୯: ଭାରତୀୟ ପେସର ଈଶାନ୍ତ ଶର୍ମା ସୋମବାର ୩୧ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଅଲରାଉଣ୍ଡର ଯୁବରାଜ ସିଂ ଓ ବାମହାତୀ ଓପନର ଶୀଖର ଧାଓ୍ବନ ଶୁଭେଚ୍ଛା ଜଣାଇଛନ୍ତି। ଈଶାନ୍ତଙ୍କୁ ଜନ୍ମଦିନର ଶୁଭକାମନା। କ୍ୟାରିୟରର ପ୍ରଥମ ଟେଷ୍ଟ...

ଓହରିଲେ ଜୋକୋଭିଚ୍‌, କ୍ୱାର୍ଟରରେ ଓ୍ବାରିଙ୍କା

ନ୍ୟୁୟର୍କ,୨।୯: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ୟୁଏସ୍‌ ଓପନ ପ୍ରିକ୍ୱାର୍ଟର ଫାଇନାଲରୁ ଓହରି ଯାଇଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନଂ ୧ ସିଡ୍‌ ଜୋକୋଭିଚ୍‌ ୬-୪, ୭-୫, ୨-୧ ସେଟ୍‌ରେ ସୁଇଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କାଙ୍କଠାରୁ ଆଗୁଆ ଥିଲେ। ହେଲେ ବାମ...

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

କିଙ୍ଗ୍‌ଷ୍ଟନ,୨।୯: ଟେଷ୍ଟ କ୍ରିକେଟରେ ଉଇକେଟକିପର ଭାବେ ୫୦ ଉଇକେଟ ନେବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। କ୍ୟାରିୟରର ୧୧ତମ ଟେଷ୍ଟ ଖେଳୁଥିବା ପନ୍ତ ରବିବାର ଏହି ସଫଳତା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri