ଖେଳ

ଷ୍ଟାର୍କଙ୍କ ସ୍ବତନ୍ତ୍ର ରେକର୍ଡ

ଲଡର୍‌ସ,୩୦।୬- ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ଦଳ ଆଇକନିକ ଗ୍ରାଉଣ୍ଡରେ ଚିରପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡକୁ ୮୬ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ମ୍ୟାଚ୍‌ରେ ୫ ଉଇକେଟ ନେବା ସହ ଷ୍ଟାର୍କ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ସେ...

ଶାହିନଙ୍କ ନାମରେ ବିଶ୍ୱକପ୍‌ ରେକର୍ଡ

ଲିଡ୍ସ,୩୦।୬- ଚଳିତ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବୋଲର ଶାହିନ ଆଫ୍ରିଦୀ ୪ ଉଇକେଟ ନେଇ ଏକ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ରେ ୧୦ ଓଭର ବୋଲିଂ କରି ୪୭ ରନ୍‌ ଖର୍ଚ୍ଚକରି ୪ ଉଇକେଟ...

ପାକିସ୍ତାନ ଫ୍ୟାନ୍‌ଙ୍କ ମୁହଁରେ ଇଣ୍ଡିଆ..ଇଣ୍ଡିଆ..

ବର୍ମିଂହାମ, ୩୦।୬: ଚଳିତ ଆଇସିସି ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ୩୮ତମ ମ୍ୟାଚରେ ଦୁଇ ଫେଭରାଇଟ୍‌ ଦଳ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ଭେଟାଭେଟି ହୋଇଛନ୍ତି। ଇଂଲଣ୍ଡ ପାଇଁ ଏହି ମ୍ୟାଚ୍‌ କର ବା ମର ପରିସ୍ଥିତି ହୋଇଥିବାବେଳେ ଏପର୍ଯନ୍ତ ବିଶ୍ୱକପରେ...

ପ୍ରଥମେ ବୋଲିଂ କରିବ ଭାରତ

ବର୍ମିଂହାମ,୩୦।୬- ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବୋଲିଂ କରିବ। ପିଚ୍‌ରେ ଅଧିକ ବାଉନ୍ସ ଥିବାରୁ ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଏନ...

ଭାରତକୁ ସାହାଯ୍ୟ ମାଗିଲେ ସୋଏବ ଅଖତର

ଇସଲମାବାଦ, ୩୦।୬:ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତକୁ ସାହାଯ୍ୟ ମାଗିଛନ୍ତି। ଆଇସିସି ବିଶ୍ୱକପରେ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବାରେ ଭାରତ ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତ ଲିଗ୍‌ ପର୍ଯ୍ୟାୟରେ ଇଂଲଣ୍ଡକୁ ପରାସ୍ତ କଲେ ହିଁ ପାକିସ୍ତାନ ସେମିଫାଇନାଲ...

ବିବାହ କରିବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର,ନିର୍ବନ୍ଧ ଶେଷ

ପୂର୍ବ ଭାରତୀୟ କ୍ରିକେଟର୍‌ କରୁଣ ନାୟାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘଦିନର ପ୍ରେମିକା ଶନାୟା ଟଙ୍କରିଓ୍ବାଲାଙ୍କ ସହ କରୁଣଙ୍କ ନିର୍ବନ୍ଧ ଶେଷ ହୋଇଛି। ଶନିବାର କରୁଣ ନିଜ ଇନଷ୍ଟାଗ୍ରାମରେ ପ୍ରେମିକାଙ୍କ ଫଟୋ ଛାଡିଛନ୍ତି। ଆଇପିଏଲରେ କିଙ୍ଗ୍ସ ଇଲେଭେନ୍‌...

ମହିଳା ଫିଫା ବିଶ୍ୱକପ୍‌: ସେମିରେ ସ୍ବିଡେନ

ପ୍ୟାରିସ୍‌,୩୦।୬- ଏକଦା ମ୍ୟାଚ୍‌ରେ ପଛୁଆ ଥିବା ସ୍ବିଡେନ୍‌ ୨-୧ ଗୋଲରେ ଶକ୍ତିଶାଳୀ ଜର୍ମାନୀକୁ ହରାଇ ଚଳିତ ମହିଳା ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳ ଲାଗି ସୋଫିଆ ଜ୍ୟାକବସନ ଓ ଷ୍ଟିନା ବ୍ଲାକଷ୍ଟେନିସ ଗୋଲ ସ୍କୋର କରିଥିଲେ।...

ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ଲଡର୍‌ସ,୩୦।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ୩୭ତମ ମ୍ୟାଚ୍‌ରେ ଶନିବାର ଅଷ୍ଟ୍ରେଲିଆ ୮୬ ରନରେ ପଡୋଶୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହତ ପ୍ରଥମଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିବା ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ଗୋଟିଏ ପରାଜୟ...

ୱାଲର୍‌ଡ ୟୁନିଭର୍ସିଟି ଗେମ୍ସ: ଭାରତୀୟ ଦଳର ନେତୃତ୍ୱ ନେବେ ଦୂତୀ

ଭୁବନେଶ୍ୱର ୩୦।୬(ସ୍ପୋଟର୍‌ସ ବ୍ୟୁରୋ)-ଇଟାଲିର ନାପୋଲିଠାରେ ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ୩୦ତମ ୱାଲ୍ଡର୍ର୍ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏଥିରେ ସ୍ପ୍ରିଣ୍ଟ କୁଇନ ତଥା କିଟ୍‌ରେ ଅଧ୍ୟୟନରତ ଦୂତୀ ଚାନ୍ଦ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ନେତୃତ୍ୱ ନେବେ। ଉଦ୍‌ଘାଟନୀ ଉତ୍ସବରେ...

ଅମିତ, ବ୍ରଜଭୂଷଣଙ୍କୁ ଓସ୍‌ଜା ପୁରସ୍କାର: ଗ୍ରାମାଞ୍ଚଳରେ କ୍ରୀଡ଼ାକୁ କ୍ରୀଡ଼ାମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩୦।୬(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ(ଓସ୍‌ଜା)ର ଦ୍ୱିତୀୟ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଶନିବାର ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଏବଂ...

ନେଦରଲାଣ୍ଡ୍ସ ସେମିଫାଇନାଲରେ

ଭାଲେନ୍‌ସିଜ (ଫ୍ରାନ୍ସ), ୩୦ା୬ (ଏଏଫ୍‌ପି)- ନେଦରଲାଣ୍ଡ୍ସ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଦଳ ୨-୦ ଗୋଲରେ ଇଟାଲୀକୁ ପରାସ୍ତ କରିଛି। ଦଳ ପକ୍ଷରୁ ଭିଭିଆନି...

ପ୍ରଦୀପ ବିଶ୍ୱକପ୍‌ରୁ ଆଉଟ୍‌

ଲଣ୍ଡନ, ୩୦ା୬ (ପି.ଟି.)-ହାଡ଼ଫୁଟିରେ ପୀଡ଼ିତ ଯୋଗୁ ଶ୍ରୀଲଙ୍କା ପେସ୍‌ ବୋଲର ନୁଓ୍ବାନ ପ୍ରଦୀପ ଶନିବାର ଚଳିତ ଆଇସିସି ବିଶ୍ୱକପ୍‌ରୁ ଆଉଟ୍‌ ହୋଯାଇଛନ୍ତି। ତାଙ୍କ ସ୍ଥାନରେ ଦଳରେ ସାସୁନ ରଜିଥା ସ୍ଥାନ ପାଇବେ। ଜୁନ୍‌ ୪ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପ୍ରଦୀପ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri