ଖେଳ

‘ଟିମ୍‌ ଇଣ୍ଡିଆକୁ କାହାର ନଜର ନ ଲାଗୁ’

ପୁଣେ,୨୦।୧୦: ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆ ଗୁରୁବାର ଟୁର୍ନାମେଣ୍ଟରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଥିଲା। ମ୍ୟାଚ୍‌କୁ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ ଫିନିଶ କରିଥିଲେ। ବିଜୟ ପରେ ପାଭିଲିୟନ...

ପାକିସ୍ତାନୀ ବୋଲର୍‌ ହରିସ ରାଉଫ୍‌ଙ୍କୁ କନ୍ଦାଇଦେଲେ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌; ଗୋଟିଏ ଓଭରରେ ମାରିଲେ ୪,୬,୧,୪,୪,୪ ରନ୍‌

ବେଙ୍ଗାଲୁରୁ,୨୦।୧୦: ବିଶ୍ୱକପ୍‌ ୨୦୨୩ରେ ଶୁକ୍ରବାର ଖେଳାଯାଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ-ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି। ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ହେଁ ଏହା ତାଙ୍କ ଲାଗି ଭୁଲ ସାବ୍ୟସ୍ତ ହୋଇଛି। କାରଣ ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଡେଭିଡ ଓ୍ବାର୍ନର...

୮ ବର୍ଷ ପରେ ବୋଲିଂ କଲେ ବିରାଟ: ବିଶ୍ୱକପ୍‌ରେ ଏହାଥିଲା ଚତୁର୍ଥ ଓଭର

ପୁଣେ,୨୦ା୧୦: ପୁଣେରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ସମୟରେ ଭାରତୀୟ ଦଳର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ପଡ଼ିଆ ଛାଡିବାକୁ ପଡ଼ିଥିଲା। ମ୍ୟାଚ୍‌ର ନବମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟା ବୋଲିଂ...

ପାକିସ୍ତାନ ଆଗରେ ୩୬୮ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ,୨୦ା୧୦: ବେଙ୍ଗାଲୁରୁ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ବିଶ୍ୱକପ୍‌ର ୧୮ତମ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲ। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ଦୁଇ ଓପନର ଡେଭିଡ୍‌...

ଓଡ଼ିଶାରେ ୪ ରଣଜୀ ଟ୍ରଫି ମ୍ୟାଚ୍‌ ଆୟୋଜନ ନେଇ ସ୍ପଷ୍ଟ: ଖୁବଶୀଘ୍ର ପ୍ରକାଶ ପାଇବ ଭେନ୍ୟୁ ତାଲିକା

ଭୁବନେଶ୍ୱର,୨୦।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୨୦୨୩-୨୪ ଘରୋଇ କ୍ରିକେଟ ସିଜନ କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶାରେ ଏଲିଟ ଗ୍ରୁପ୍‌-ଡି’ର ୪ଟି ରଣଜୀ ଟ୍ରଫି ମ୍ୟାଚ ଆୟୋଜନ ସ୍ପଷ୍ଟ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଏହା ସୂଚାଇ...

ଟସ୍‌ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି: ଦୃଢ ପେସ୍‌ ବୋଲିଂ ଆଗରେ ବାବରଙ୍କ ପ୍ରଦର୍ଶନ ଉପରେ ରହିବ ନଜର

ବେଙ୍ଗାଲୁରୁ,୨୦ା୧୦: ବଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ବିଶ୍ୱକପ୍‌ର ୧୮ତମ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ। ଅଷ୍ଟ୍ରେଲିଆ ଦୁଇଟି ପରାଜୟ ପରେ ବିଜୟ ଧାରାକୁ...

ଭାରତକୁ ଝଟକା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମେଡିକାଲ ରିପୋର୍ଟ ଶେୟାର କରି ଜାଣନ୍ତୁ କ’ଣ କହିଲା ବିସିସିଆଇ

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପୁଣେରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଆହତ ହୋଇଥିଲେ। ତେବେ ବିସିସିଆଇ ପାଣ୍ଡ୍ୟାଙ୍କ ଡାକ୍ତରୀ ରିପୋର୍ଟ ପ୍ରକାଶ କରିଛି। ବିସିସିଆଇ କହିଛି, ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ରେକର୍ଡ ବର୍ଷା କଲେ ବିରାଟ କୋହଲି

ପୁନେ,୨୦।୧୨: ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବିଶ୍ୱକପ୍‌ର ୧୭ତମ ମ୍ୟାଚ୍‌ରେ ଭାରତ ଏବଂ ବାଂଲାଦେଶ ଦଳ ମୁହାଁମୁହିଁ ହୋଇଥିଲେ। ଟିମ ଇଣ୍ଡିଆ ଟୁର୍ନାମେଣ୍ଟରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରି ଏହାକୁ ୭ ଉଇକେଟରେ ପରାସ୍ତ କରିଛି। ଭେଟେରାନ...

ପୂର୍ବତନ ଅଧିନାୟକଙ୍କ ନାଁରେ ମାମଲା:ପାଣ୍ଠି ଦୁରୁପଯୋଗ ଅଭିଯୋଗ

ହାଇଦ୍ରାବଦ୍‌,୨୦।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜହରୁଦ୍ଦିନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଆଜହରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଆଜହରଙ୍କ ସହ ପୋଲିସ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ପୂର୍ବତନ ଅଧିକାରୀଙ୍କ ବିରୋଧରେ...

Video: ବିଶ୍ୱକପରେ ପ୍ରଥମ ଅର୍ଦ୍ଧଶତକ ହାସଲ କଲେ ଶୁଭମନ ଗିଲ୍ , ତାଳି ମାରି ଉତ୍ସାହିତ କଲେ ସାରା ତେନ୍ଦୁଲକର

ପୁଣେ, ୧୯।୧୦: ଭାରତର ଯୁବ କ୍ରିକେଟର ଶୁଭମନ ଗିଲ୍ ଦିନିକିଆ ବିଶ୍ୱକପରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗୁରୁବାର ବାଂଲାଦେଶ ବିପକ୍ଷରେ ଶୁଭମନ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଗିଲ ଡେଙ୍ଗୁ ଜ୍ୱରରେ ପଡିବା ପରେ ଅଷ୍ଟ୍ରେଲିଆ ଏବଂ...

ବିରାଟଙ୍କ ୪୮ ତମ ଶତକ ଦେଖି ଖୁସିରେ ଝୁମି ଉଠିଲେ ଅନୁଷ୍କା, ଦେଲେ ଏମିତି ରିଆକ୍ସନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଖୁସି ହେବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ବିରାଟ କୋହଲି ପଡ଼ିଆରେ ଅଛନ୍ତି ଏବଂ ଅନୁଷ୍କା ତାଙ୍କୁ ଉତ୍ସାହିତ କରୁନାହାଁନ୍ତି। ପୁଣି...

ଇତିହାସ ରଚିଲେ ବିରାଟ କୋହଲି! ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ଏହି ବଡ଼ ରେକର୍ଡ

ପୁଣେ, ୧୯।୧୦: ଭାରତୀୟ କ୍ରିକେଟର ମାଇଲଷ୍ଟୋନ ମ୍ୟାନ୍‌ ବିରାଟ କୋହଲି। ଗୁରୁବାର ସେ ନିଜ ନାମରେ ଆଉ ଏକ ରେକର୍ଡ କରିଛନ୍ତି। ଏହା ସହ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି କୋହଲି। ଦ୍ରୁତତମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri