ଖେଳ

ଭାରତ ଚାମ୍ପିୟନ

ବେଙ୍ଗାଲୁରୁ,୫।୭: ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ୧୪ତମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ପେନାଲ୍ଟି ଶୁଟ୍‌ ଆଉଟ ୫-୪ ଗୋଲରେ କୁଏଟ୍‌କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୧-୧ ଗୋଲରେ ବରାବର...

ରାଉରକେଲା, ଭଦ୍ରକ ବିଜୟୀ

ଭୁବନେଶ୍ୱର, ୫।୭(ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ (ଫେଜ୍‌-୨)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଉରକେଲା ଓ ଭଦ୍ରକ ଦଳ ବିଜୟ ହାସଲ କରିଛି। କଟକର ରେଭେନ୍ସା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ...

ଜିମ୍ବାଓ୍ବେକୁ ଏଲିମିନେଟ୍‌ କଲା ସ୍କଟଲାଣ୍ଡ

ବୁଲାଓ୍ବାୟୋ, ୫।୭: ୨୦୧୮ ପରି ଏଥର ମଧ୍ୟ ଜିମ୍ବାଓ୍ବେର ଦିନିକିଆ କ୍ରିକେଟ ବିଶ୍ୱକପ ଖେଳିବା ଆଶା ଧୂଳିସାତ ହୋଇଛି। ଦୁଇଟି ଯାକ ବିଶ୍ୱକପ କ୍ୱାଲିଫାୟର୍ସରେ ଦଳ ସମାନ ଦଶା ଭୋଗିଛି। ୨୦୧୮ରେ ଶେଷ ୨ଟି ମ୍ୟାଚରୁ ଦଳ ଯୋଗ୍ୟତା ଅର୍ଜନ...

ଆଇସିସି ବିଶ୍ୱକପ ୨୦୨୩ : ଜିମ୍ବାଓ୍ବେର ଖେଳିବା ଆଶା କଷ୍ଟକର…

ହାରାରେ,୪।୭ : ଆଇସିସି ବିଶ୍ୱକପ ୨୦୨୩ ରେ ସ୍ଥାନ ପାଇବା ପାଇଁ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟରେ ଜିମ୍ବାୱେର ଆଶା ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍କଟଲାଣ୍ଡ ବିପକ୍ଷରେ ପରାଜୟ ସହିତ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ସ୍ଥାନ...

ଭାରତ-କୁଏଟ୍‌ ଟକ୍କର

ବେଙ୍ଗାଲୁରୁ,୪।୭: ବେଙ୍ଗାଲୁରୁର ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ମଙ୍ଗଳବାର ଚଳିତ ସାଫ୍‌ ଫୁଟବଲ ଚାମ୍ପିୟନଶିପ୍‌ର ଫାଇନାଲ ଭାରତ ଓ କୁଏଟ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ଯାକ ଦଳ ଫର୍ମରେ ଥିବାରୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି। ଭାରତ ଟୁର୍ନାମେଣ୍ଟର...

ଓ୍ବିମ୍ବେଲଡନକୁ ଫେରିଲେ ରୁଷିଆ, ବେଲାରୁଷ ଖେଳାଳି

ଓ୍ବିମ୍ବେଲଡନ (ଇଂଲଣ୍ଡ), ୪ା୭ (ଏପି): ୟୁକ୍ରେନ୍‌ରେ ଯୁଦ୍ଧ ଜାରି ରହିଛି। ରୁଷିଆ ଓ ଏହାର ସହଯୋଗୀ ରାଷ୍ଟ୍ର ବେଲାରୁଷର ଖେଳାଳିମାନେ କିନ୍ତୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ଷକ ପରେ ଫେରିଛନ୍ତି। ୟୁକ୍ରେନ୍‌ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଅଲ୍‌ ଇଂଲଣ୍ଡ...

କୃତୀ ରୋଲର ସ୍କେଟରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ରୋଲର ସ୍କେଟିଙ୍ଗରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇଥିବା ରାଜ୍ୟର ଖେଳାଳିଙ୍କୁ ଓଡ଼ିଶା ସ୍କେଟିଙ୍ଗ ଆସୋସିଏଶନ ପକ୍ଷରୁ ସୋମବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ଜାତୀୟ ରୋଲର ସ୍କେଟିଙ୍ଗ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ...

ଭାରତରେ ବିଶ୍ୱବିଜେତା ଗୋଲକିପର୍‌

କୋଲକାତା, ୪ା୭: ବିଶ୍ୱ ବିଜେତା ଆର୍ଜେଣ୍ଟିନା ଫୁଟବଲ ଦଳର ଗୋଲକିପର ଏମିଲିଆନୋ ମାର୍ଟିନେଜ୍‌ ଭାରତ ଗସ୍ତରେ ଆସିଛନ୍ତି। ଦକ୍ଷିଣ ଏସିଆ ଟୁର୍‌ରେ ରହିଥିବା ମାର୍ଟିନେଜ୍‌ ସୋମବାର କୋଲକାତାରେ ପହଞ୍ଚିଥିଲେ। ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା...

ଓଡ଼ିଶା ବଧିର କ୍ରିକେଟ ଦଳ ଘୋଷିତ

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ଆଗାମୀ ଜାତୀୟ ବଧିର ଟି୨୦ କ୍ରିକେଟ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଏକ ବଧିର କ୍ରିକେଟ ଦଳ ଗଠନ କରାଯାଇଛି। ହାଇଟେକ୍‌ କ୍ରୀଡ଼ା ନିର୍ଦ୍ଦେଶକ ଲଳିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳାଳି ଚୟନ ପ୍ରକ୍ରିୟା ଅନୁଷ୍ଠିତ...

ଜାସ୍ପର ଜିତିଲେ ତୃତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୪।୭: ବେଲଜିୟମର ଆଲ୍‌ପେସିନ-ଡେକେୟୁନିଙ୍କ୍‌ ଟିମ୍‌ ରାଇଡର ଜାସ୍ପର ଫିଲିପସେନ ଚଳିତ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ତୃତୀୟ ଷ୍ଟେଜ୍‌ ଜିତିଛନ୍ତି। ସୋମବାର ଆମୋରେବେଟା ଇସ୍କାନୋ (ସ୍ପେନ୍‌)ଠାରୁ ବେଓନି ପର୍ଯ୍ୟନ୍ତ ୧୯୩.୫ (୧୨୦.୨ ମାଇଲ) କିଲୋମିଟର ବିଶିଷ୍ଟ...

ମଜୁମଦାର ହୋଇପାରନ୍ତି ଭାରତୀୟ ମହିଳା ଦଳର କୋଚ୍‌

ନୂଆଦିଲ୍ଲୀ, ୪ା୭(ପି.ଟି.): ଘରୋଇ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଅମୋଲ ମଜୁମଦାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି। କ୍ରିକେଟ୍‌ ପରାମର୍ଶଦାତା କମିଟି(ସିଏସି) ପକ୍ଷରୁ କୋଚ୍‌ଙ୍କ ବ୍ୟକ୍ତିଗତ ସାକ୍ଷାତକାର ସୋମବାର ମୁମ୍ବାଇରେ ଅନୁଷ୍ଠିତ...

ଅବଶିଷ୍ଟ ଆଶେସରୁ ବାଦ୍‌ ପଡ଼ିଲେ ଲିଅନ

ଲଣ୍ଡନ,୪ା୭ (ପି.ଟି.): ଡାହାଣ ପେଣ୍ଡାରେ ଆଘାତ ଯୋଗୁ ଅଷ୍ଟ୍ରେଲିଆର ପ୍ରମୁଖ ସ୍ପିନର ନାଥାନ ଲିଅନ୍‌ ଇଂଲଣ୍ଡ ବିପକ୍ଷ ଅବଶିଷ୍ଟ ଆଶେସ ସିରିଜରୁ ବାଦ୍‌ ପଡ଼ିଛନ୍ତି। ରବିବାର ଶେଷ ହୋଇଥିବା ଦ୍ୱିତୀୟ ଆଶେସ ଟେଷ୍ଟର ଦ୍ୱିତୀୟ ଦିବସରେ ଫିଲ୍ଡିଂ କରୁଥିବା ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri