ଖେଳ

କୋରୋ ସିଂ ଭାରତର ଅଧିନାୟକ

ଖାଓ ୟାଇ (ଥାଇଲାଣ୍ଡ), ୧୪ା୬(ପି.ଟି.): ପ୍ରତିଭାବାନ ମିଡ୍‌ଫିଲ୍ଡର କୋରୋ ସିଂଙ୍କୁ ଏଏଫ୍‌ସି ଏସିଆନ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ନିକଟ ଅତୀତରେ ୟୁରୋପ ଗସ୍ତରେ ଭଲ ପ୍ରଦର୍ଶନ କରିଥିବା ୧୬...

ହଂକଂକୁ ୯ ଉଇକେଟରେ ହରାଇଲା ଭାରତ

ମଙ୍ଗ କକ୍‌ (ହଂକଂ), ୧୪ା୬(ପି.ଟି.): ୨୩ ବର୍ଷରୁ କମ୍‌ ମହିଳା ଏମର୍ଜିଂ ଏସିଆ କପ୍‌ କ୍ରିକେଟରେ ହଂକଂକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ। ୧୯ ବର୍ଷରୁ କମ୍‌ ବିଶ୍ୱକପ ବିଜୟୀ ଦଳ ତଥା ଓମେନ୍ସ ପ୍ରିମିୟର ଲିଗ୍‌ର ଏକାଧିକ...

ମା’ବାପାଙ୍କୁ ସ୍ମାର୍ଟଫୋନ୍‌ ଉପହାର ଦେବେ ଅନୁ

ନୂଆଦିଲ୍ଳୀ, ୧୪ା୬(ପି.ଟି): ଜୁନିୟର ମହିଳା ଏସିଆ କପ୍‌ ହକି ଚାମ୍ପିୟନ ଭାରତୀୟ ଦଳର ଫରଓ୍ବାର୍ଡ ଅନୁ ନିଜ ମାତାପିତାଙ୍କୁ ସ୍ମାର୍ଟଫୋନ୍‌ ଗିଫ୍ଟ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ଡବଲ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହିତ ଅନୁ ୯ଟି...

ଡବ୍ଲୁଟିସି ଫାଇନାଲ ୨୦୨୩: ଇଣ୍ଡିଆ ଟିମ୍‌କୁ ତାଗିଦ୍‌ କଲେ ରବି ଶାସ୍ତ୍ରୀ, କହିଲେ ମ୍ୟାଚ୍‌ ପ୍ରସ୍ତୁତି ପାଇଁ ଛାଡିବାକୁ ପଡିବ ଆଇପିଏଲ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳକୁ ପରାଜୟର ମୁଖ୍ୟ କାରଣ ଦଳର ମୁଖ୍ୟ ଦଳର ପ୍ରସ୍ତୁତି ଅଭାବକୁୁ ଦର୍ଶାଉଛନ୍ତିି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଏଭଳି ମ୍ୟାଚ ପାଇଁ...

ଯଦି ଡବ୍ଲୁଟିସି ଫାଇନାଲ ଭଳି ମ୍ୟାଚର ପ୍ରସ୍ତୁତି କରିବାର ଅଛି, ତେବେ ଆଇପିଏଲ ଛାଡିବାକୁ ପଡ଼ିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳ ପରାଜୟ ହୋଇଛି। ଯାହାର ମୁଖ୍ୟ କାରଣ ଦଳର ପ୍ରସ୍ତୁତି ଅଭାବ ବୋଲି ଦର୍ଶାଯାଇଛି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଏଭଳି...

କୋହଲିଙ୍କ ସହ ବିବାଦ ଉପରେ ନୀରବତା ଭାଙ୍ଗିଲେ ଗମ୍ଭୀର

ନୂଆଦିଲ୍ଲୀ, ୧୩।୬: ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ମେ’ ୧ରେ ଖେଳାଯାଇଥିଲା । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ୧୮ ରନରେ ଜିତିଥିଲା। ଏହି ମ୍ୟାଚ ପରେ...

ବେଜିଂ ବିମାନବନ୍ଦରରେ ଲିଓନେଲ ମେସିଙ୍କୁ ଅଟକ ରଖିଲା ପୋଲିସ, ଜାଣନ୍ତୁ କାରଣ

ବେଜିଂ,୧୩।୬: ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଚାଇନା ପୋଲିସ ବେଜିଂ ବିମାନବନ୍ଦରରେ ଅଟକ ରଖିଛି। ଖବର ଅନୁଯାୟୀ, ଭିସା ସହିତ କିଛି ସମସ୍ୟା ହେତୁ ମେସିଙ୍କୁ ଅଟକ ରଖାଯାଇଛି। ତେବେ, ପ୍ରାୟ ୩୦ ମିନିଟ ପରେ ଏହି ସମସ୍ୟାର ସମାଧାନ...

ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜରେ ଟିମ୍‌ ଇଣ୍ଡିଆରେ ରିଙ୍କୁ, ଜିତେଶ, ଯଶସ୍ବୀଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୧୩।୬: କ୍ରମାଗତ ଦୁଇଟି ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ବର୍ତ୍ତମାନ ଟିମ ଇଣ୍ଡିଆ ପୁଣି ଥରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରିବାକୁ ଚାହୁଁଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ସହିତ ଟିମ ଇଣ୍ଡିଆ ଡବ୍ଲୁଟିସିର ତୃତୀୟ ସଂସ୍କରଣ...

ଆଜି ପ୍ରକାଶ ପାଇପାରେ ଦିନିକିଆ କ୍ରିକେଟ ବିଶ୍ୱକପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୧୩।୬: ଚଳିତ ବର୍ଷ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ର ଅଫିସିଆଲ କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇିନାହିଁ। ବର୍ତ୍ତମାନ ଟୁର୍ନାମେଣ୍ଟର ସମ୍ଭାବ୍ୟ କାର୍ଯ୍ୟସୂଚୀ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଥିଲା ଯେ ଅକ୍ଟୋବର ୧୫ରେ ନରେନ୍ଦ୍ର ମୋଦି...

ବେସିକ୍‌, ଆଡ୍‌ଭାନ୍ସ ବର୍ଗରେ ହେବ ପ୍ରତିଯୋଗିତା

ଭୁବନେଶ୍ୱର, ୧୩।୬ (କ୍ରୀଡ଼ା ପ୍ରତିନିଧି): ଜେ. ଏମ. ସ୍ପୋଟର୍‌ସ ଏକାଡେମୀ ଆନୁକୂଲ୍ୟରେ ୨ୟ କଳିଙ୍ଗ ଓପନ ସର୍ବଭାରତୀୟ ଆମନ୍ତ୍ରଣୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଜୁନ ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତା ମୁଖ୍ୟତଃ ୨ଟି...

ଲାୟନ୍ସ, ଚିତାସ୍‌ ଜିତିଲେ ପ୍ରଥମ ମ୍ୟାଚ୍‌

ଭୁବନେଶ୍ୱର, ୧୩ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ୨୦୨୩ କଟକ ସ୍ଥିତ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଉଦ୍‌ଘାଟିତ ହୋଇଛି। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଭେଙ୍କଟପତି ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ୍ରିମ୍ସ ଚେୟାରମ୍ୟାନ...

ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଶୁଭମ୍‌

ଭୁବନେଶ୍ୱର, ୧୩ା୬(ସ୍ପୋଟର୍‌ସ ବ୍ୟୁରୋ): ଜୁଲାଇ ମାସରେ ମାଳଦ୍ୱୀପରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣ ଏସୀୟ ସୁନ୍ଦର ସ୍ବାସ୍ଥ୍ୟ ଚାମ୍ପିୟନଶିପରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ପୁଅ ଶୁଭମ୍‌ ମିଶ୍ର। ଜୁନ୍‌ ୩ ଓ ୪ ତାରିଖରେ ଗୋଆରେ ଅନୁଷ୍ଠିତ ଜାତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri