ଖେଳ

ଖାସ୍‌ ଉପଲବ୍ଧି ହାସଲ କଲା ଭାରତ

କୋଲକାତା,୧୩।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଟିମ...

ବିଶ୍ୱକପ୍‌ରେ ଭାରତ

ହକି ବିଶ୍ୱକପରେ ଭାରତ ଥରେ ଚାମ୍ପିୟନ ହୋଇଛି। ମାଲେସିଆର କୁଆଲାମ୍ପୁରଠାରେ ଅନୁଷ୍ଠିତ ବିଶ୍ୱକପର ତୃତୀୟ ସଂସ୍କରଣରେ ଭାରତ ପିନ୍ଧିଥିଲା ବିଜୟ ମୁକୁଟ। ଏହା ବ୍ୟତୀତ ୧୯୭୩ ବିଶ୍ୱକପରେ ଭାରତ ରନରଅପ୍‌ ହୋଇଥିବାବେଳେ ୧୯୭୧ ପ୍ରଥମ ସଂସ୍କରଣରେ ତୃତୀୟ ସ୍ଥାନ ଅଧିକାର...

୨ ଓଡ଼ିଆ ଅମିତ, ନିଲମ

ହକି ବିଶ୍ୱକପରେ ଭାରତ ପକ୍ଷରୁ ୨ ଜଣ ଓଡ଼ିଆ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ହେଲେ ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ସଉନାମରା ଗ୍ରାମର ଅମିତ ରୋହି ଦାସ ଓ କାଦୋବାହାଲର ନିଲମ ସଞ୍ଜୀବ ଖେସ। ଭାରତୀୟ ଦଳର ନିର୍ଭରଯୋଗ୍ୟ...

ତାରକା ଖେଳାଳି ଦେଇଛି ହକିର ଅନ୍ତୁଡ଼ିଶାଳ

ରାଉରକେଲା ଅଫିସ,୧୩।୧:(ଦିନେଶ ମିଶ୍ର): ହକିର ଅନ୍ତୁଡିଶାଳ ସୁନ୍ଦରଗଡ ଜିଲାରୁ ଆଜିଯାଏ ଜାତୀୟ ଓ ଅନ୍ତର୍ଜାତୀୟ ଦଳରେ ୬୦ ଜଣ ଖେଳାଳି ହକି ଖେଳିବାର ସୁଯୋଗ ପାଇଛନ୍ତି। ଜିଲାର ରାଜଗାଙ୍ଗପୁର ଓ ବାଲିଶଙ୍କରା ବ୍ଲକରୁ ଅଧିକ ଖେଳାଳି ଜାତୀୟ ସ୍ତରରେ ଖେଳିବାର...

୧୮ ଅମ୍ପାୟରଙ୍କ ମଧ୍ୟରୁ ୨ ଭାରତୀୟ

ଭୁବନେଶ୍ୱର ଓ ରାଉରକେଲାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ ପାଇଁ ମୋଟ୍‌ ୧୮ ଜଣ ଅମ୍ପାୟର ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ସାମିଲ ଅଛନ୍ତି। ସେମାନେ ହେଲେ ରଘୁ ପ୍ରସାଦ ଓ ଜାଭେଦ...

ଇତିହାସର କଥା

ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌) ଆନୁକୂଲ୍ୟରେ ୧୯୭୧ରେ ଆରମ୍ଭ ହୋଇଥିଲା ହକି ବିଶ୍ୱକପ। ପ୍ରତିଯୋଗିତାର ସର୍ବ ପ୍ରଥମ ସଂସ୍କରଣରେ ପାକିସ୍ତାନ ପିନ୍ଧିଥିଲା ବିଜୟ ମୁକୁଟ। ସ୍ପେନର ବାର୍ସିଲୋନାରେ ଅନୁଷ୍ଠିତ ଏହି ମେଗା ପ୍ରତିଯୋଗିତାର ଫାଇନାଲରେ ସ୍ପେନକୁ ହରାଇ ପାକିସ୍ତାନ ଚାମ୍ପିୟନ...

ହକି ବିଶ୍ୱକପରେ ଓଡ଼ିଆ

ଆଗାମୀ ହକି ବିଶ୍ୱକପରେ ଓଡ଼ିଶାର ୨ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ସେମାନେ ହେଲେ ଡିଫେଣ୍ଡର ଅମିତ ରୋହିଦାସ ଓ ନିଲମ ସଞ୍ଜିପ ଖେସ୍‌। ୨୦୧୮ରେ ହୋଇଥିବା ଗତ ବିଶ୍ୱକପରେ ଅମିତଙ୍କ ସହ ବୀରେନ୍ଦ୍ର ଲାକ୍ରା ଭାରତୀୟ...

ଭାରତ ବନାମ ସ୍ପେନ

ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି। ଭବ୍ୟ ଉଦ୍‌ଘାଟନୀ ଉତ୍ସବର ଗୋଟିଏ ଦିନପରେ ଆରମ୍ଭ ହେବାକୁ ଯାଉଛି ହକିର ମହାସମର ବିଶ୍ୱକପ ୨୦୨୩। ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର। ପରସ୍ପର ମଧ୍ୟରେ ଲଢ଼ିବେ ଗତଥରର ଚାମ୍ପିୟନ...

ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ

କଳିଙ୍ଗରେ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଶକ୍ତିଶାଳୀ ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ପଦକ ବିଜୟୀ ଅଷ୍ଟ୍ରେଲିଆ ସ୍ବାଭାବିକଭାବେ ଫେଭରାଉଟ ବିବେଚିତ ହେଉଛି। ଅଷ୍ଟ୍ରେଲିଆ ୧୯୮୬, ୨୦୧୦, ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ୨୦୦୨ ଓ ୨୦୦୬ରେ ରନରଅପ୍‌ ହେବାର ସୌଭାଗ୍ୟ...

କଳିଙ୍ଗରୁ ଆରମ୍ଭ

ବିଶ୍ୱକପ ଇତିହାସରେ ପ୍ରଥମଥରପାଇଁ ୨ଟି ଭେନ୍ୟୁରେ ହେବ ମେଗା ପ୍ରତିଯୋଗିତା। ଏଥିପାଇଁ ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ୧୬ଟି ଯାକ ଦଳ ଭୁବନେଶ୍ୱର ଓ ରାଉରକେଲାରେ ନିଜ ଅଭ୍ୟାସକୁ ଅନ୍ତିମ ରୂପ ଦେଉଥିବାବେଳେ ମ୍ୟାଚ ଆରମ୍ଭକୁ...

ପ୍ରୋତ୍ସାହନ ଅଭାବ: ଲୁଣିମାଠିଆ ଆଦିବାସୀ ହକି ଖେଳାଳି

ମହାକାଳପଡ଼ା,୧୩ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ସାରା ଓଡ଼ିଶା ସହ ବିଶ୍ୱ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଭିନ୍ନ ଦେଶରୁ ଆସିଥିବା ଖେଳାଳି ଖେଳ ନୈପୁଣ୍ୟତା ଦେଖାଇବେ। ହେଲେ କେନ୍ଦ୍ରାପଡ଼ା...

ଆଜିଠୁ ଖେଳ ଆରମ୍ଭ

ଭୁବନେଶ୍ୱର,୧୩।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର କଳିଙ୍ଗ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ। ଉଦ୍‌ଘାଟନୀ ସମାରୋହର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି ହକିର ଅସଲ ରୋମାଞ୍ଚ। ଶୁକ୍ରବାରଠାରୁ ପଡ଼ିଆକୁ ଓହ୍ଲାଇବେ ବିଶ୍ୱର ତାରକା ଖେଳାଳି। ପ୍ରଥମ ଦିବସରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri