ଖେଳ

ବିକାଶ, ବ୍ୟାଡ୍‌ମିଣ୍ଟନରୁ ରୌପ୍ୟ

ବର୍ମିଂହାମ୍‌, ୩ା୮(ପି.ଟି.): ଭାରତର ହେଭିଓ୍ବେଟ୍‌ ଲିଫ୍ଟର ବିକାଶ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଆଉ ଏକ ପଦକ ଆଣିଦେଇଛନ୍ତି। ମଙ୍ଗଳବାର ପୁରୁଷ ୯୬କେଜି ଶ୍ରେଣୀରେ ସେ ରୌପ୍ୟ ପଦକ ଲାଭ କରିଛନ୍ତି। ସେହିପରି ବ୍ୟାଡ୍‌ମିଣ୍ଟନ୍‌ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ୩ୟ ସ୍ଥାନରେ ମନ୍ଧାନା

ଦୁବାଇ, ୨ା୮: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଟି୨୦ ମହିଳା ବ୍ୟାଟର ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୩ୟ ସ୍ଥାନକୁ ଫେରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାକିସ୍ତାନ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ପରେ ଏହି ଉପଲବ୍ଧି...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଖେଳିବେନି ଜାଡେଜା

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମଙ୍ଗଳବାର ତୃତୀୟ ଟି୨୦ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛି। ଉଭୟ ଦଳ ଚୂଡାନ୍ତ ଏକାଦଶରେ ଗୋଟିଏ ଗୋଟିଏ ପରିବର୍ତ୍ତନ କରିଛି।...

ଟେବୁଲ୍‌ ଟେନିସ୍‌ରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ

ବର୍ମିହାମ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଖେଳାଳି। ଏଥିଯୋଗୁ କ୍ରମାଗତ ଭାବେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଉଛି। ମଙ୍ଗଳବାର ଭାରତୀୟ ଲନ୍‌ ବଲ୍‌ ମହିଳା ଟିମ୍‌ ପରେ ଭାରତର ଟେବୁଲ୍‌ ଟେନିସ୍‌ ପୁରୁଷ...

ଇତିହାସ ରଚିଲା ଭାରତୀୟ ମହିଳା ଟିମ୍‌: ‘ଲନ୍‌ ବଲ୍‌’ରେ ଜିତିଲା ସ୍ବର୍ଣ୍ଣ ପଦକ

ବର୍ମିହାମ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଇତିହାସ ରଚିଛି ଭାରତୀୟ ମହିଳା ଟିମ୍‌। ଲନ୍‌ ବଲ୍‌ ମୁକାବିଲାର ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାଜିତ କରି ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ଦଳ...

ନିରାଶ କଲେ ଦୂତି: ପ୍ରଥମ ରାଉଣ୍ଡରୁ ବିଦା

ବର୍ମିହାମ,୨।୮: ନିରାଶ କଲେ ଓଡ଼ିଶାର ଧାବିକା ଦୂତୀ ଚାନ୍ଦ। ମଙ୍ଗଳବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ରେ ଭାଗନେଇଥିଲେ ହେଁ ସେମି ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ଦୂତିଙ୍କୁ ୧୦୦ ମିଟର ଅତିକ୍ରମ କରିବା ଲାଗି ୧୧.୫୫...

ଏସିଆ କପ୍‌ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍‌ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା ଘୋଷଣା କରିଛନ୍ତି। ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ...

ହାରିବା ମ୍ୟାଚ୍‌ର ‘ହିରୋ’

ନୂଆଦିଲ୍ଲୀ,୨।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମୁକାବିଲାରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଛି। ପ୍ରଥମେ ଭାରତର ବ୍ୟାଟିଂ ଫ୍ଲପ ସାବ୍ୟସ୍ତ ହୋଇଥିଲା। ଫଳରେ ବୋଲର୍‌ମାନେ ମ୍ୟାଚ୍‌କୁ ଜିତାଇପାରି ନ ଥିଲେ। ଏହସତ୍ତ୍ୱେ ଜଣେ ବୋଲରଙ୍କ ଭୂରି ପ୍ରଶଂସା...

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଟି-୨୦: ବିଳମ୍ବରେ ଆରମ୍ଭ ହେବ ମ୍ୟାଚ୍‌

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ର ସମୟରେ ପରିବର୍ତ୍ତନ କରାଯାଇଛି। ସେଣ୍ଟ କିଟ୍ସରେ ଖେଳାଯିବାକୁ ଏହି ମ୍ୟାଚ ଭାରତୀୟ ସମୟ ରାତି ୮ଟା ପରିବର୍ତ୍ତେ ରାତି ୯.୩୦ରେ ଆରମ୍ଭ ହେବ। ବିସିସିଆଇ ଟୁଇଟ...

ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ ଶର୍ମା

ସେଣ୍ଟ କିଟ୍ସ,୨।୮:ସେଣ୍ଟ କିଟ୍ସରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୫ ଉଇକେଟରେ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଥିଲେ ଏବଂ ସେ ମ୍ୟାଚର ପ୍ରଥମ ବଲରେ ଆକାଉଣ୍ଟ...

ହାତକୁ ଦି’ହାତ ହେଲେ ଏହି କ୍ରିକେଟର୍‌

ସିଡନୀ,୨।୮:ଅଷ୍ଟ୍ରେଲୀୟ ଟେଷ୍ଟ ଦଳର ଅଧିନାୟକ ପ୍ୟାଟ କୁମିନ୍ସ ଦୀର୍ଘ ଦିନରେ ପ୍ରେମିକା ବେକି ବୋଷ୍ଟନଙ୍କୁ ବିବାହ କରିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି କୁମିନ୍ସ ଏହି ସୂଚନା ଦେଇଛନ୍ତି। ଫଟୋ ଶେୟାର କରି ସେ ‘ଜଷ୍ଟ ମ୍ୟାରେଡ୍‌’ ଲେଖିଥିଲେ। କୁମିନ୍ସଙ୍କୁ...

ହାରିଲା ଭାରତ

ସେଣ୍ଟ କିଟ୍ସ,୨।୮: ସେଣ୍ଟ କିଟ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ ଭାରତକୁ ପରାସ୍ତ କରିଛି। ତିନି ବର୍ଷ ପରେ ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ ଟି-୨୦ରେ ଭାରତ ବିପକ୍ଷରେ ଜିତିଛି। ପ୍ରଥମେ ଖେଳି ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୧୩୯ ରନ୍‌ର ଟାର୍ଗେଟ ଦେଇଥିଲା।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri