ଖେଳ

ଗୁଜରାଟକୁ ୧୭୮ର ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ କରିଥିଲେ ହେଁ ଏହାର ଇନିଂସକୁ ୨୦ ଓଭରରେ ୧୭୭/୬ରେ ସୀମିତ ରଖିଛି ଗୁଜରାଟ ଟାଇଟାନ୍ସ। ରଶିଦ ଖାଁଙ୍କ ପ୍ରଭାବୀ ବୋଲିଂ ଗୁଜରାଟକୁ ସଫଳ ପ୍ରତ୍ୟାବର୍ତ୍ତନ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୧ତମ ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ...

ମାରିବାକୁ ଚାହୁଁଥିଲେ ବାପା, କୋଳେଇ ନେଇଥିଲେ ମା’; ଲୁହ ଆଣିଦେବ ଏହି ଆଇପିଏଲ୍‌ର ଷ୍ଟାରଙ୍କ କାହାଣୀ…

ନୂଆଦିଲ୍ଲୀ,୬।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୨ରେ ଦମ୍‌ଦାର ପ୍ରଦର୍ଶନ କରି ଚର୍ଚ୍ଚାରେ ଓ୍ବେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ରୋଭମାନ ପାଓ୍ବେଲ। ସେ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ରୋଭମାନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଉଲ୍ଲେଖନୀୟ ବ୍ୟାଟିଂ କରି ଦଳକୁ ୨୧ରନ୍‌ରେ...

ଏକଦା ସ୍କୁଟରରେ ବସି ବୁଲୁଥିଲେ ଏହି ଦୁଇ କ୍ରିକେଟର; ଏବେ ଗ୍ୟାରେଜରେ ରହିଛି…

ନୂଆଦିଲ୍ଲୀ,୬।୫: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଦ୍ରୁତ ବୋଲର୍‌ ଆଶିଷ ନେହେରାଙ୍କ ବନ୍ଧୁତା ବିଷୟରେ କାହାକୁ ଅଛପା ନାହିଁ। ଉଭୟ ଦିଲ୍ଲୀର ବାସିନ୍ଦା। ଏଣୁ ସେମାନେ ପିଲାଟି ଦିନରୁ ବନ୍ଧୁ। ଉଭୟ...

ଏସିଆନ ଗେମ୍ସ-୨୦୨୨ ସ୍ଥଗିତ

ବେଜିଂ,୬।୫: ଚାଇନାରେ ଚଳିତବର୍ଷ ହେବାକୁ ଥିବା ଏସିଆନ ଗେମ୍ସ ୨୦୨୨କୁ ସ୍ଥଗିତ ରଖାଯାଇଛି। ଚାଇନାର ହାଙ୍ଗଜୋରେ ସେପ୍ଟେମ୍ବରରେ ହେବାକୁ ଥିବା ୧୯ତମ ଏସୀୟ ଖେଳକୁ ସ୍ଥଗିତ ରଖାଯାଇଥିବା ଏସିଆ ଅଲିମ୍ପିକ କାଉନସିଲ ପକ୍ଷରୁ କୁହାଯାଇଛି। ତେବେ ସ୍ଥଗିତ ହେବାର କାରଣ...

ମୁଁ କୋହଲିଙ୍କ ସହ ବ୍ୟାଟିଂ କରିପାରିବି ନାହିଁ; କାହିଁକି ଏମିତି କହିଲେ ମାକ୍ସଓ୍ବେଲ୍‌

ପୁଣେ,୬।୫:ଆଇପିଏଲ ୨୦୨୨ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମାକ୍ସଓ୍ବେଲ୍‌ ରନଆଉଟ୍‌ ହୋଇଥିଲେ। ଏହି ସମୟରେ ତାଙ୍କ ସହ କ୍ରିଜ୍‌ରେ ଥିଲେ ବିରାଟ କୋହଲି। ମ୍ୟାଚ୍‌ ପରେ ମାକ୍ସଓ୍ବେଲ୍‌ ଥଟ୍ଟା...

ଆଇପିଏଲ ଇତିହାସରେ ଦ୍ୱିତୀୟ

ମୁମ୍ବାଇ,୬।୫: ଆଇପିଏଲ ୨୦୨୨ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍‌ ମଲିକ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ ବଲ୍‌ ବୋଲିଂ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଇନିଂସର ୨୦ତମ ଓଭରର ଚତୁର୍ଥ ବଲ୍‌...

ହାଇ ସ୍କୋରିଂ ମ୍ୟାଚ୍‌ରେ ବାଜିମାରିଲା ଦିଲ୍ଲୀ

ମୁମ୍ବାଇ,୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ହରାଇ ଦେଇଛି। ଓପନର ଡେଭିଡ୍‌ ଓ୍ବାର୍ନର (୯୨*) ଏବଂ ରୋଭମାନ ପାଓ୍ବେଲ(୬୭*)ଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଦିଲ୍ଲୀ...

ହାଇଦ୍ରାବାଦ ଆଗରେ ୨୦୮ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୫।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୦ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ଓ୍ବିଲିୟମନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ

ମୁମ୍ବାଇ,୫।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୦ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ଆଇପିଏଲ୍‌ ୨୦୨୨: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ପୁଣେ,୫।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାରିଥର ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଏହା ଆରସିବିର ଷଷ୍ଠ ବିଜୟ। ଏହି ବିଜୟ ପରେ ଫାଫ ଡୁ ପ୍ଲେସିସଙ୍କ ଦଳ ପୁଣି...

ପଦ ଗଲା, ତଥାପି ଫର୍ମକୁ ଫେରିପାରୁନାହାନ୍ତି…

ମୁମ୍ବାଇ,୫।୫: ନିଜ ପଦରୁ ଇସ୍ତଫା ଦେବା ସତ୍ତ୍ୱେ ନିଜ ଫର୍ମକୁ ଫେରିପାରୁନାହାନ୍ତି ଚେନ୍ନାଇ ସୁପରକିଙ୍ଗ୍ସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଆଇପିଏଲ୍‌ ୨୦୨୨ର ଆରମ୍ଭରୁ ଜାଡେଜାଙ୍କୁ ଚେନ୍ନାଇର ନେତୃତ୍ୱ ମିଳିଥିଲା। ହେଲେ ଦାୟିତ୍ୱ ସମ୍ଭାଳିବା ପରେ ସେ ନିଜ ଖେଳ ପ୍ରତି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri