ଖେଳ

ଆଇପିଏଲ୍‌ରେ ସବୁଠୁ ଲମ୍ବା ଛକା କିଏ ମାରିଛନ୍ତି ଜାଣନ୍ତି

ମୁମ୍ବାଇ,୪।୫: ଚଳିତ ଆଇପିଏଲ ସିଜିନରେ ପଞ୍ଜାବ କିଙ୍ଗ୍ସର ଲିଆମ ଲିଭିଙ୍ଗଷ୍ଟୋନ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଦୀର୍ଘତମ ଛକା ମାରିଛନ୍ତି। ଲିଭିଙ୍ଗଷ୍ଟୋନ ୧୧୭ ମିଟର ଲମ୍ବା ଛକା ମାରିଥିଲେ। ଏହି ଛକା ମାରିବା ପରେ ଲିଭିଙ୍ଗଷ୍ଟୋନ ଆଇପିଏଲ ଇତିହାସର ଦୀର୍ଘତମ ଛକା...

ନମ୍ବର-୧ ହେଲା ଭାରତ

ଦୁବାଇ,୪।୫: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୁଧବାର ଟି-୨୦ ଅନ୍ତର୍ଜାତୀୟ ଦଳର ବାର୍ଷିକ ମାନ୍ୟତା ପ୍ରକାଶ କରିଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଭାରତୀୟ ଦଳ ଟି-୨୦ରେ ଶୀର୍ଷ ସ୍ଥାନରେ ପହଞ୍ଚିଛି। ରୋହିତ ଶର୍ମା ଅଧିନାୟକ ହେବା ପରେ ଟିମ...

ପଞ୍ଜାବକୁ ୧୪୪ରନ୍‌ର ଟାର୍ଗେଟ

ମୁମ୍ବାଇ,୩।୫: ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟିମ୍‌ ମଙ୍ଗଳବାର ଖେଳାଯାଉଥିବା ମ୍ୟାଚ୍‌ରେ ନିରାଶାଜନକ ପ୍ରଦର୍ଶନ କରିଛି। କେବଳ ସାଇ ସୁଦର୍ଶନକୁ ଛାଡ଼ିଦେଲେ ପଞ୍ଜାବ କିଙ୍ଗସର ବୋଲରଙ୍କ ଆଗରେ ତିଷ୍ଠି ପାରିନାହାନ୍ତି ଗୁଜରାଟ ଟାଇଟନ୍ସର...

ଅହମଦାବାଦରେ ଖେଳାଯିବ ଆଇପିଏଲ୍‌ ଫାଇନାଲ୍‌

ନୂଆଦିଲ୍ଲୀ,୩।୫ : ଚଳିତ ଆଇପିଏଲ୍‌ ସଂସ୍କରଣର ଫାଇନାଲ ଆସନ୍ତା ୨୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ସ୍ପଷ୍ଟ କରିଛି। ଟାଟା ଆଇପିଏଲ୍‌ର ପ୍ରଥମ କ୍ୱାଲିଫାୟର ଓ ଏଲିମିନେଟର...

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଗୁଜରାଟ

ମୁମ୍ବାଇ,୩।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୮ତମ ମ୍ୟାଚ ଗୁଜରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ଅଧିନାୟକ ପ୍ରଶଂସାରେ ପୋତିଲେ, କହିଲେ ‘ରିଙ୍କୁ ଭବିଷ୍ୟତର ଷ୍ଟାର’

ମୁମ୍ବାଇ,୩।୫: ଆଇପିଏଲ୍‌ ୨୦୨୨ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ସୋମବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌କୁ ୭ ଉଇକେଟରେ ଜିତି ନେଇଛି। ଲଗାତର ୫ଟି ମ୍ୟାଚ୍‌ ହାରିବା ପରେ ଦଳ ବିଜେତା ହେବାରେ ସଫଳ ହୋଇଥିଲା। ତେବେ ଏଥିରେ ଅଧିନାୟକ ଶ୍ରେୟସ...

ପ୍ଲେ-ଅଫ୍‌ରେ ସ୍ଥାନ ନିଶ୍ଚିତ କରିବାକୁ ଓହ୍ଲାଇବ ଗୁଜରାଟ

ମୁମ୍ବାଇ,୩।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ। ପ୍ରଥମ ଥର ଲାଗି ଆଇପିଏଲ୍‌ ଖେଳୁଥିବା ଗୁଜରାଟ ଟିମ୍‌ ପାଇଁ ଏଯାବତର ଯାତ୍ରା ବେଶ ପ୍ରଶଂସନୀୟ। ଦଳ ୯ ମ୍ୟାଚ୍‌ ଖେଳିଥିବା...

ମ୍ୟାଚ୍‌ ପୂର୍ବରୁ ପାପୁଲିରେ ଏମିତି କଥା ଲେଖିଥିଲେ ବ୍ୟାଟ୍ସମ୍ୟାନ୍‌: ପରେ ହେଲା ସତ

ମୁମ୍ବାଇ,୩।୫: ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରିଛି। କ୍ରମାଗତ ୫ ମ୍ୟାଚ୍‌ ହାରିବା ପରେ କେକେଆର୍‌ ବିଜୟର ସ୍ବାଦ ଚାଖିଛି। କୋଲକାତାର ବିଜୟର ହିରୋ ଥିଲେ ରିଙ୍କୁ ସିଂ।...

୬୬ ବର୍ଷ ବୟସରେ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କୋଲକତା,୩।୫:ଭାରତର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ଅରୁଣ ୩୮ ବର୍ଷୀୟା ବୁଲବୁଲ ସାହାଙ୍କୁ କୋଲକତାରେ ବିବାହ କରିଛନ୍ତି। ଉଭୟଙ୍କ ବୟସରେ ୨୮ ବର୍ଷର ପାର୍ଥକ୍ୟ ଅଛି। ବଙ୍ଗଳା...

୭ଉଇକେଟରେ ରାଜସ୍ଥାନକୁ ହରାଇଲା କୋଲ୍‌କାତା

ମୁମ୍ବାଇ,୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍‌...

କୋଲକାତା ଆଗରେ ୧୫୩ ରନ୍‌ର ଟାର୍ଗେଟ

ମୁମ୍ବାଇ,୨।୫ : ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମସନ(୫୪)ଙ୍କ ଅର୍ଦ୍ଧଶତକ ଯୋଗୁ ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୫୨ ରନ୍‌ କରିଛି।...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା

ମୁମ୍ବାଇ,୨।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୪୭ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଶ୍ରେୟାସ୍‌ ଆୟର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri