ରାଜ୍ୟ

ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ବରଗଡ଼ ଅଫିସ୍‌,୧୫।୬(ପ୍ରେମାନନ୍ଦ ଖମାରୀ): ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଇଦେବାକୁ କହି ଚଷୀଙ୍କୁ ଟଙ୍କା ଦାବି କରିବା ଜଣେ ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲୁ)ଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ପରେ ବରଗଡ଼ ଜିଲା ସୋହେଲା ବ୍ଲକ ଝର ପଞ୍ଚାୟତ...

ଚକୁଳି ପିଠା, ଆମ୍ବ ଖାଇ ୧୦ ଅସୁସ୍ଥ

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଚକୁଳି ପିଠା ଏବଂ ଆମ୍ବ ଖାଇବା ପରେ ଫୁଡ୍‌ ପଏଜନ ହୋଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ଡହଗାଁ କଲୋନୀପଡ଼ାର ୧୦ଜଣ ମହିଳା, ପୁରୁଷ ଏବଂ ଶିଶୁ ବାନ୍ତିରେ ଅସୁସ୍ଥ ହୋଇ କୋକସରା...

୨୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର, ୧୫।୬(ଅନିଲ ଦାସ) ଆସନ୍ତା ୨୦ ତାରିଖ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି। ଏ ନେଇ ପାଗ ଅନୁକୂଳ ହେଉଛି। ଗତ କିଛିଦିନ ଧରି ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ବାୟୁ ପ୍ରବାହ ହେଉଥିବା...

ବାଧ୍ୟତାମୂଳକ ହେବ ବୋର୍‌ଓ୍ବେଲ ପଞ୍ଜୀକରଣ

ଭୁବନେଶ୍ୱର, ୧୫।୬(ଅନିଲ ଦାସ): ବର୍ଷାଭାବ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପକାଇଲାଣି। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁ ବର୍ଷର ଅଧିକାଂଶ ଦିନ ନଦୀ, ହ୍ରଦ, ଝରଣା, ପୋଖରୀ ଶୁଖିଲା ପଡୁଛି। ଭୂଗର୍ଭ ଜଳ ଉପରେ ଚାପ ବଢ଼ିଚାଲିଛି। ରାଜ୍ୟର...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲା ସତ୍‌ସଙ୍ଗ

ଭୁବନେଶ୍ୱର,୧୪।୬: ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ଶତାଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବହୁ ଲୋକଙ୍କ ପରିବାର ଉଜୁଡି ଯାଇଛି। କେତେକ ଶିଶୁ ଅନାଥ ହୋଇ ଅସହାୟ ହୋଇପଡିଛନ୍ତି। ଏହି ଅପୂରଣୀୟ କ୍ଷତି ପାଇଁ ସହାୟତାର...

ପାଣି ପାଇଁ ଗୁହାରି 

ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ କୋଣ୍ଡିଗୁଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ପାନୀୟ ଜଳ ସଙ୍କଟର ସମାଧାନ ପାଇଁ କୋଣ୍ଡିଗୁଡ଼ା ଗ୍ରାମବାସୀ ବ୍ଲକ୍‌ ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା...

ନାବାଳକଙ୍କୁ ଟାଣିନେଲା କୁମ୍ଭୀର, କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ,୧୪ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କୁ କୁମ୍ଭୀର ଟାଣିନେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳକ ହେଉଛନ୍ତି ଅଶୋକ ଅଚାର୍ଯ୍ୟଙ୍କ ଏକମାତ୍ର ପୁଅ ଆଶୁତୋଷ...

ହଟିଲା ନିଷେଧାଦେଶ, ଚାଲିଲା ଟ୍ରଲର

ଭୋଗରାଇ, ୧୪।୬(ପ୍ରଦୀପ ଦାସ): ମତ୍ସ୍ୟଜୀବୀଙ୍କ ଦୀର୍ଘ ଦୁଇ ମାସ ଅପେକ୍ଷାର ଅନ୍ତ ଘଟିଛି। ଏହି ଦୁଇ ମାସ ମଧ୍ୟରେ ମତ୍ସ୍ୟଜୀବୀଙ୍କ ପରିବାର ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଥିଲା ବେଳେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମୁଦ୍ର ନିଷେଧାଦେଶକୁ ବୁଧବାରଠାରୁ ହଟାଇ ନିଆଯାଇଛି।...

୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ

କଟକ ଅଫିସ,୧୪।୬ (କାର୍ତ୍ତିକ ସାହୁ): ବଲିଉଡ୍‌ ଗାୟକ ସୌରିନ୍‌ ଭଟ୍ଟଙ୍କ ନଁାରେ କଟକ ମହିଳା ଥାନାରେ ରୁଜୁ ହୋଇଥିବା ମାମଲାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରାଥମିକ ପଦକ୍ଷେପ ସ୍ବରୂପ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି। ଏଥିସହ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ...

ଅଭିଯୋଗ ଆବେଦନ ସମୟସୀମା ୩୦ରୁ ୯୦ ଦିନକୁ ବୃଦ୍ଧି

ଭୁବନେଶ୍ବର, ୧୪।୬(ସୁନୀତ୍‌ ମିଶ୍ର ): କାଳିଆ ହିତାଧିକାରୀଙ୍କ ହିତକୁ ଦୃଷ୍ଟିରେ ରଖି କାଳିଆ ସହାୟତା ଅନ୍‌ଲାଇନ୍‌ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ କରାଯିବା ସହିତ ସମୟସୀମାକୁ ବୃଦ୍ଧି କରାଯାଇଛି। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନୁମୋଦନ...

ଗ୍ୟାସ୍‌ ଦରବୃଦ୍ଧି ନେଇ ଆଜି ରାଜଭବନ ଆଗରେ ଧାରଣା ଦେବ ବିଜେଡି

ଭୁବନେଶ୍ବର, ୧୪।୬(ଅନିଲ ଦାସ): ରନ୍ଧନ ଗ୍ୟାସ୍‌ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଯେଭଳି ଅହେତୁକ ଦରବୃଦ୍ଧି ଘଟୁଛି ଏବଂ ଏହାକୁ ହ୍ରାସ ପାଇଁ ବାରମ୍ବାର ଦାବି କରାଗଲେ ସୁଦ୍ଧା କେନ୍ଦ୍ର ସରକାର ନୀରବ ରହୁଛନ୍ତି। ତାହାର ପ୍ରତିବାଦରେ ବୁଧବାର ପୂର୍ବାହ୍ନ...

ଆଜିଠୁ ୨ ଦିନ ସବୁ ଟାଟା ପାଓ୍ବାର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ଭାଜପା

ଭୁବନେଶ୍ବର, ୧୪।୬(ଅନିଲ ଦାସ): ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି। ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନ ଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri