ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭଳି ଓଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନପତ୍ର: ଭାଜପା

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ଯେମିତି ଓଡ଼ିଆ କୁହନ୍ତି, ଠିକ୍‌ ସେମିତି ଓଏସ୍‌ଏସ୍‌ସି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ଓଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନପତ୍ର ଦେଖିଲେ ଜଣାପଡ଼ୁଛି, ଏହାକୁ ପ୍ରସ୍ତୁତ...

ଆତଙ୍କ ଖେଳାଉଥିବା ପେସାଦାର ଲୁଟେରା ଗିରଫ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ ଓ ସୁନା ଚେନ୍‌ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିବା ଜଣେ ପେଷାଦାର ଲୁଟେରାଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାରେ ରହୁଥିବା ନୟାଗଡ଼...

ଦୁଇ ମହିଳାଙ୍କୁ ଦଳିଦେଲା ହାତୀ

ଅନୁଗୋଳ ଅଫିସ,୨୪ା୪): ଅନୁଗୋଳ ଜିଲା ବନ୍ତଳା ରେଞ୍ଜର ବଡ଼କନ୍ତକୁଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସୋମବାର ସକାଳେ ଘର ନିକଟସ୍ଥ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦୁଇ ମହିଳାଙ୍କୁ ହାତୀ ଆକ୍ରମଣ କରିବାରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ...

ଘଡ଼ଘଡ଼ି ସହ ବର୍ଷା ପବନ ଆଶଙ୍କା, ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ରାଜ୍ୟରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ପୂର୍ବାହ୍ନ ସୁଦ୍ଧା କଳାହାଣ୍ଡି, ରାୟଗଡ଼ା କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। ଏଥିସହ...

ନିର୍ବାଚନ ରାଜନୀତିରେ ପୁନଃପ୍ରବେଶ ଲାଗି ଅମଙ୍ଗ: ତଥାଗତ

ଭୁବନେଶ୍ବର, ୨୪ା୪(ବ୍ୟୁରୋ): ମୁଁ ନିର୍ଦ୍ଦଳୀୟ। ଏବେ ମୁଁ କୌଣସି ଦଳରେ ନାହିଁ। ମୁଁ ଆପଣମାନଙ୍କ ଦଳରେ ଅଛି। ନିର୍ବାଚନ ରାଜନୀତିରେ ପୁନଃପ୍ରବେଶ କରିବାକୁ ଅମଙ୍ଗ ବୋଲି ରବିବାର ଶଙ୍ଖ ଭବନ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବା ଅବସରରେ ପୂର୍ବତନ ଏମ୍‌ପି ତଥା...

‘ଓଡ଼ିଶା ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୁରାତନ’

ଭୁବନେଶ୍ୱର,୨୪।୪ (ବ୍ୟୁରୋ): ଓଡ଼ିଶା ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି। ଆବହମାନ କାଳରୁ ଓଡ଼ିଶା ମାଟିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ...

ଚେର ଲମ୍ବିଛି, ତଦନ୍ତ ଶିଥିଳ

ବଲାଙ୍ଗୀର ଅଫିସ,୨୪ା୪: ବହୁଚର୍ଚ୍ଚିତ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ପର୍ଦ୍ଦାଫାଶକୁ ଏକମାସ ବିତିଛି। ପୋଲିସ ତନାଘନାରୁ ଆରମ୍ଭ ହୋଇଥିବା ଏହି ମାମଲାର ତଦନ୍ତ ଦାୟିତ୍ୱ ପରେ କ୍ରାଇମ୍‌ବ୍ରାଞ୍ଚ ନେଇଛି। ଲୋକେ ଆଶା କରୁଥିଲେ ଯେ, ଜାଲ୍‌ ସାର୍ଟିଫିକେଟ ମାମଲାର ଚେରକୁ କ୍ରାଇମ୍‌ବ୍ରାଞ୍ଚ...

ବସୁଧୈବ କୁଟୁମ୍ବକମ୍‌ ବାର୍ତ୍ତା ଦେବ ଶଙ୍ଖ ଭବନ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୬ଠାରେ ବିଜୁ ଜନତା ଦଳ (ବିଜେଡି) ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’କୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅକ୍ଷୟତୃତୀୟା ଅବସରରେ ଲୋକାର୍ପଣ କରିଛନ୍ତି। ଶଙ୍ଖ ଭବନ କେବଳ ଭୌତିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ...

ପୋଖରୀରୁ ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ

ପାରଳାଖେମୁଣ୍ଡି,୨୩ା୪(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗାରବନ୍ଧ ଥାନା ଏବଂ ନାରାୟଣପୁରସ୍ଥ ମହେନ୍ଦ୍ର ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରାଯାଇ ୫୩୮ କେଜି ଓଜନର ୨୭ଟି ଦୁର୍ଲଭ ରକ୍ତଚନ୍ଦନ କାଠଗଣ୍ଡି ଜବତ କରାଯାଇଛି। ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କୁ...

ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ

ପୁରୀ ଅଫିସ,୨୩ା୪: ଜୁନ ୨୦ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ରବିବାର ପବିତ୍ର ଅକ୍ଷୟ ତୃତୀୟାରେ ପୂଜାର୍ଚ୍ଚନା ସହ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଛି। ସୋମବାର ଠାରୁ ରାଜନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।...

କୃଷି ସମୀକ୍ଷା କେନ୍ଦ୍ର, ମିଲେଟ ଶକ୍ତି କାଫେ’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୩ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅକ୍ଷୟ ତୃତୀୟା କୃଷକ ଦିବସ ଅବସରରେ ଅନେକ ଲୋକାଭିମୁଖୀ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଯାଇ ଅକ୍ଷୀ ମୁଠି ଅନୁକୂଳ କରି କୃଷକମାନଙ୍କୁ ଶୁଭେଛା...

ବିଜେବି କଲେଜରେ ପଶି ହାଣିବା ଘଟଣା: ୪ ଗିରଫ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ବିଜେବି କଲେଜ କ୍ୟାମ୍ପସରେ ପଶି କିଛି ଅଣଛାତ୍ର ଆତଙ୍କରାଜ ଘଟାଇଥିଲେ। ତେବେ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ରବିବାର ଗିରଫ କରିଛି। ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ କ୍ରିକେଟ ଷ୍ଟମ୍ପ, ଛୁରି ଗୋଟିଏ ବାଇକ ଜବତ ହୋଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri