ରାଜ୍ୟ

ଅସହ୍ୟ ହେଲାଣି ତାତି, ୪୦ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ପ୍ରଚଣ୍ଡ ତାତିରେ ସାରା ଓଡ଼ିଶା ସିଝୁଛି। ଚାରିଆଡ଼େ ସତେଯେମିତି ନିଆଁ ବର୍ଷୁଛି। ଟାଇଁ ଟାଇଁ ଖରାରେ ଦେହମୁଣ୍ଡ ଜଳିପୋଡ଼ି ଯାଉଛି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗତ କିଛିଦିନ ପଶ୍ଚିମାଝଡ଼ଜନିତ ବର୍ଷା ଆଶ୍ୱସ୍ତି ଦେଇଥିଲା। ମାତ୍ର ଦୁଇଦିନ ହେବ...

ଅସହ୍ୟ ହେଉଛି ତାତି, ୩୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଅସହ୍ୟ ହେଉଛି ତାତି। ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିବା ସହ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଗରମ ବାୟୁ ପ୍ରଭାବରେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ...

ନକଲି ଶିକ୍ଷକଙ୍କ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କେତେ ନକଲି ଶିକ୍ଷକ ଅଛନ୍ତି ଏନେଇ ବିଇଓ ଏବଂ ଡିଇଓ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କ ପ୍ରତି...

ଆସନ୍ତାକାଲିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସକାଳୁଆ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ...

ଦିନ ବଢ଼ିବା ସହ ବଢୁଛି ଅସହ୍ୟ ତାତି

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ସକାଳୁ ତାତି ବଢ଼ିବାରେ ଲାଗିଛି। ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗରମ...

ଝାରପଡ଼ା ଜେଲରେ ପରେଡ: ଅଭିଯୁକ୍ତଙ୍କୁ ଚିହ୍ନିଲେ ନୂଆ ଏସ୍‌ଆଇ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଭୁବନେଶ୍ୱର ସହାରଞ୍ଚଳ ଜିଲା ପୋଲିସ (ୟୁପିଡି) ପକ୍ଷରୁ ରବିବାର ଝାରପଡ଼ା ସ୍ବତନ୍ତ୍ର ଜେଲରେ ବିଚାରଧୀନ କଏଦୀଙ୍କ ପରେଡ କରାଯାଇଛି। ଏହି ପରେଡରେ ଭୁବନେଶ୍ୱରରେ ନବନିଯୁକ୍ତ ୩୯ଜଣ ଏସ୍‌ଆଇ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ। ଏସ୍‌ଆଇଙ୍କ ସମେତ ୫୨ଜଣ ପୋଲିସ ଅଧିକାରୀ ଏହି...

ରାଜଧାନୀରେ ଗ୍ୟାଙ୍ଗ୍‌ ସକ୍ରିୟ, ଟ୍ରାକିଂରେ ପୋଲିସ ଫେଲ୍‌

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରିଠୁ ଆରମ୍ଭ କରି ଛିନ୍‌ତାଇ, ଅପହରଣ, ମାର୍‌ପିଟ ଭଳି ଘଟଣା ପ୍ରତ୍ୟହ ଘଟିବାରେ ଲାଗିଛି। ଏହିସବୁ ଘଟଣା ପଛରେ ଏକାଧିକ...

ରଥ ନିର୍ମାଣ ପାଇଁ ବୌଦ୍ଧରୁ ପୁରୀ ଗଲା ଦ୍ୱିତୀୟ ପର୍ଯ୍ୟାୟ କାଠ

ବୌଦ୍ଧ,୧୦ା୪(ସ୍ବ.ପ୍ର.): ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ କାଠ ପଠାଯାଇଛି। ଶୁକ୍ରବାର ଦିନ ବୌଦ୍ଧରୁ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ କାଠ ପଠାଯାଇଥିଲା ବେଳେ ରବିବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ,...

କ୍ୟାଲ୍‌ସିୟମ କାର୍ବାଇଡକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୧୦ା୪: ଆଗକୁ ପଣା ସଂକ୍ରାନ୍ତି ସମେତ ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ରମଜାନ ମାସ ଚାଲିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରଚୁର ମାତ୍ରାରେ ଫଳ ବଜାରକୁ ଆସୁଛି। ତେବେ ଏହି ଫଳ ଆମ ପାଇଁ ବିଭିନ୍ନ ରୋଗର...

ବଜ୍ରପାତ ସମ୍ପର୍କିତ ସୂଚନା ଜିଲାପାଳଙ୍କୁ ଆଗୁଆ ଦିଅ: ଏସ୍‌ଆର୍‌ସି

ଭୁବନେଶ୍ବର,୧୦ା୪(ବ୍ୟୁରୋ): କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତର ମାତ୍ରା ବଢ଼ିଥିବା ଦେଖିବାକୁ ମିଳିଛି। ଏଥିଯୋଗୁ କେତେକଙ୍କ ଜୀବନ ମଧ୍ୟ ଗଲାଣି। ଜନସାଧାରଣଙ୍କୁ ଏଭଳି ବିପତ୍ତି ସମ୍ବନ୍ଧରେ ଆଗୁଆ ସୂଚନା ଦେବା ସକାଶେ ସରକାରୀ ତତ୍ପରତା ପ୍ରକାଶ ପାଇଛି। ରବିବାର...

ଫୁଲ ତୋଳିବାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ

ଖୋର୍ଦ୍ଧା ଅଫିସ,୧୦ା୪: ସୋମବାର ସକାଳେ ଖୋର୍ଦ୍ଧା ଟାଉନ ଥାନା ପାନବରଜ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଫୁଲ ତୋଳିବାକୁ ଯାଇ ଜଣେ ମହିଳାଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କିରଣବାଳା...

ନିଟ୍‌ ୟୁଜି ପ୍ରବେଶିକା: ରାଜ୍ୟରେ ୨୭ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ଜାତୀୟ ପରୀକ୍ଷା ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ନିଟ୍‌ ୟୁଜି ପ୍ରବେଶିକା ଆସନ୍ତା ମେ’ ୭ରେ ଅନୁଷ୍ଠିତ ହେବ। ଇତିମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri