ରାଜ୍ୟ

ମେ’ ପହିଲାରୁ ଆରମ୍ଭ ହେବ ଓବିସି ସର୍ଭେ

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ ମେ’ ପହିଲାରୁ ଓବିସି ବା ପଛୁଆ ବର୍ଗ ସର୍ଭେ ଆରମ୍ଭ ହେବ। ବିହାର ପରେ ଓଡ଼ିଶା ଏହି ପଛୁଆ ବର୍ଗଙ୍କ ସର୍ଭେ କରିବାକୁ ଯାଉଛି। ମେ’ ୨୦ରେ ଏହି ସର୍ଭେ ଶେଷ ହେବ। ଏହା ପରେ ମେ’...

ରାଜ୍ୟକୁ ଆସିବ ୨୬ ହଜାର କୋଟିର ନିବେଶ

ଭୁବନେଶ୍ୱର,୬ା୪(ବ୍ୟୁରୋ): ଜାପାନରୁ ଓଡ଼ିଶାକୁ ଆସିବ ୨୬ ହଜାର କୋଟି ଟଙ୍କାର ନିବେଶ। ଜାପାନରେ ପୁଞ୍ଜିନିବେଶକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା ପରେ ଗ୍ରୀନ୍‌ ହାଇଡ୍ରୋଜେନ, ଗ୍ରୀନ୍‌ ଆମୋନିଆ, ଗ୍ରୀନ୍‌ ଏନର୍ଜି, ଆଇଟି, ଇସ୍ପାତ୍‌, ମେଟାଲ...

ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର,୫ା୪(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆଜି ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ, ସାହିତ୍ୟ ଓ ଶିକ୍ଷା ପାଇଁ ଢେଙ୍କାନାଳର...

କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର,୫।୪(ବ୍ୟୁରୋ): ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ। ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

ଦିବଂଗତ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କୁ ପଦ୍ମ ପୁରସ୍କାର

ଭୁବନେଶ୍ୱର,୫ା୪(ବ୍ୟୁରୋ): ବୁଧବାର ରାଷ୍ଟ୍ରପତି ଭବନରେ ୨୦୨୩ର ଦିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକପ୍ରିୟ ଦିବଂଗତ  କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କୁ ପଦ୍ମଭୂଷଣ ପ୍ରଦାନ କରିଛନ୍ତି। ବାଣୀ ଜୟରାମଙ୍କ ପାଇଁ ତାଙ୍କ ଭଉଣୀ ରାଷ୍ଟ୍ରପତିଙ୍କଠାରୁ ଏହି...

ଏପ୍ରିଲ ୧୦ରୁ ଯୁକ୍ତ ଦୁଇ ଖାତାଦେଖା

ଭୁବନେଶ୍ୱର,୫।୪(ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ ଏବଂ ଏପ୍ରିଲ ୨୩ରୁ ମେ’ ୭ ତାରିଖ...

ବିଜେଡି ହାତରେ ପୁଣି ଅତାବିରା ଏନ୍ଏ‌ସି : ଭାଜପା ମୂଳପୋଛ, କଂଗ୍ରେସକୁ ଗୋଟିଏ ଆସନ

ବରଗଡ଼ ଅଫିସ/ସରଣ୍ଡା,୫।୪(ଡିଏନଏ): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ବୁଧବାର ଘୋଷିତ ହୋଇଛି। ବିଜେ ବନମାଳୀ ବରିହା ସର୍ବାଧିକ ୪୮୧୯ ଭୋଟ ପାଇ ନଗରପାଳଭାବେ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥିନୀ ସବିତା ଭୁଏଙ୍କୁ ୧୭୩୭ ଏବଂ ଭାଜପା...

ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର,୫।୪(ବ୍ୟୁରୋ): ୪ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ବେସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ମଙ୍ଗଳବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପେନ୍‌ସନ୍‌ ପ୍ରଦାନ...

ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକଙ୍କ ଦାବି ପୂରଣ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟର ସରକାରୀ ହାଇସ୍କୁଲରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକ ଦୀର୍ଘଦିନ ଧରି ସ୍ଥାୟୀ ନିଯୁକ୍ତି ଦାବି କରିଆସୁଛନ୍ତି। ବାରମ୍ବାର ଧାରଣା, ବିକ୍ଷୋଭ ଓ ଆଲୋଚନା ସତ୍ତ୍ୱେ କିଛି ସୁଫଳ ନ ମିଳିବାରୁ ଗତ ୧ ତାରିଖରେ ଓଡ଼ିଶା...

ଚର୍ମବିଣ୍ଡି ରୋଗ ନେଇ ଲାଗିବ କଟକଣା

ଭୁବନେଶ୍ବର, ୫।୪(ବ୍ୟୁରୋ): ରାଜ୍ୟର କିଛି ଅଞ୍ଚଳରେ ଗୋମହିଷାଦିଙ୍କ ମଧ୍ୟରେ ଗତବର୍ଷ ସେପ୍ଟେମ୍ବରରୁ ଚର୍ମବିଣ୍ଡି ରୋଗ ଦେଖାଦେଇଛି। ବର୍ତ୍ତମାନ ସ୍ଥିତିରେ ଗୋମହିଷାଦିଙ୍କ କିଣାବିକା ଏବଂ ରାଜ୍ୟ ଭିତରେ ବାହାରେ ହେଉଥିବା ପରିବହନ ଉପରେ ଲଗାଯାଇଥିବା କଟକଣା ଉଠାଇବା ସମ୍ପର୍କରେ ଏକ ସମୀକ୍ଷା...

୫ ସହରରେ ପାରଦ ୩୮ ଡିଗ୍ରୀ ପାର୍‌

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ ଝଡ଼ବର୍ଷା କମିଥିବାବେଳେ ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ମଙ୍ଗଳବାର ୨୨ ସହରରେ ପାରଦ ସ୍ବାଭାବିକଠାରୁ ଅଧିକ ରେକର୍ଡ କରାଯାଇଥିବାବେଳେ ୫ ସହରରେ ୩୮ ଡିଗ୍ରୀ ପାର କରିଛି। ୩୮.୫ ଡିଗ୍ରୀ ସହ ଭବାନୀପାଟଣା ରାଜ୍ୟର ସବୁଠୁ ଉତ୍ତପ୍ତ ସହର...

ଜଳ ସମ୍ପଦ ବିଭାଗରେ ଯୋଗଦେଲେ ୩୬ ଭୂବିଜ୍ଞାନୀ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ୩୬ ଜଣ ଭୂବିଜ୍ଞାନୀଙ୍କୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ବୈଠକରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସମସ୍ତେ ଜଳ ସମ୍ପଦ ବିଭାଗ ଅଧୀନ ଭୂତଳ ଜଳ ବିଭାଗରେ କାମ କରିବେ। ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri