ରାଜ୍ୟ

ଶ୍ରୀଜିଉଙ୍କୁ ଦର୍ଶନ କଲେ ମମତା

ପୁରୀ ଅଫିସ୍‌,୨୨ା୩: ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଡ଼ା ସୁରକ୍ଷା ବଳୟ ଭିତରେ ସେ  ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ମମତାଙ୍କୁ ସ୍ବାଗତ କରାଯାଇ ମନ୍ଦିରକୁ ପାଛୋଟି ନିଆଯାଇଥିଲା।...

ମୃତ ୩ ଛାତ୍ରଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୩(ବ୍ୟୁରୋ): ବୁଧବାର ସୋନପୁର-ବିନିକା ରାସ୍ତା ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏକ କାର୍‌ ୪ ଛାତ୍ରଙ୍କ ଉପରେ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ...

୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର୍‌: ୩ ମୃତ, ଜଣେ ଆହତ

ସୋନପୁର,୨୨ା୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସୋନପୁର-ବିନିକା-ଡୁଙ୍ଗୁରିପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ୍‌ (ଏମ୍‌ଡିଆର)ର ଶରଧାପାଲି ଛକ ନିକଟରେ ବୁଧବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୁଲାଣି ରାସ୍ତାରେ ଏକ ଜାଇଲୋ ବିଦ୍ୟାଳୟ ଫାଟକ ପାର୍ଶ୍ୱରେ ଛିଡ଼ା ହୋଇଥିବା ଛାତ୍ରଙ୍କୁ ଧକ୍କା ଦେବାରୁ...

ଗୁହାରି ଶୁଣିଲାନି ପ୍ରଶାସନ: ଶ୍ରମଦାନ କରି ଗ୍ରାମବାସୀ ଗାଁରେ ପହଞ୍ଚାଇଲେ ଝରଣା ପାଣି

କୋରାପୁଟ,୨୨ା୩(ସ୍ବ.ପ୍ର.): ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ବହୁ ସମୟରେ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ। ହେଲେ କେହି ତାଙ୍କ କଥାକୁ ଗୁରୁତ୍ୱ ନ ଦେବାରୁ ଗାଁଠାରୁ ଦୁଇ କିମି ଦୂର ପର୍ଯ୍ୟନ୍ତ...

ବିବାହ ମଣ୍ଡପରେ ବୁଲିଲା ବୁଲ୍‌ଡୋଜର

ବଲାଙ୍ଗୀର ଅଫିସ,୨୨ା୩: ବଲାଙ୍ଗୀର ସହର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟସ୍ଥିତ ଆର୍ଯ୍ୟ ପ୍ୟାଲେସ ନାମକ ଏକ ବିବାହ ମଣ୍ଡପରେ ବୁଲ୍‌ଡୋଜର ବୁଲିଛି। ବୁଧବାର ବଲାଙ୍ଗୀର ପୋଲିସ ଏବଂ ପ୍ରଶାସନିକ ଟିମ୍‌ ଜେସିବି ମେଶିନ ଧରି ଆର୍ଯ୍ୟ ପ୍ୟାଲେସରେ ପହଞ୍ଚି ଉଚ୍ଛେଦ ଅଭିଯାନ ଆରମ୍ଭ...

ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ସବ୍‌ଡେଗା,୨୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକ ଡମକୁଡ଼ା ଗ୍ରାମର ଗାନ୍ଧୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀ ରେଶମା ଡନସନା(୨୦)ଙ୍କ ମୁହଁରେ ତକିଆ ପକାଇ ହତ୍ୟା କଲା ପରେ ସ୍ବାମୀ ହେମନ୍ତ ଡନସନା(୨୭) ଦୁଇଦିନ ପରେ ନିଜ ଘରେ ବେକରେ...

ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ

ବନ୍ତ,୨୨ା୩(ଡି.ଏନ୍‌.ଏ.): ଦଳ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା। ଦଳରୁ ବିଦା ହେଲେ ବିଜେଡିର ୩ ବରିଷ୍ଠ ନେତା। ଭଦ୍ରକ ଜିଲା ବନ୍ତ ବ୍ଲକ ବିଜେଡିର ବରିଷ୍ଠ ନେତା ପ୍ରାଧ୍ୟାପକ ଡ. ସୁଧାଂଶୁ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ...

ଗୃହ, ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚଦାବି ପାରିତ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିଧାନସଭାରେ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ପାରିତ ହୋଇଛି। ଏହି ୨ ବିଭାଗ ଖର୍ଚ୍ଚଦାବି ଉପରେ ଦିନତମାମ ଆଲୋଚନା ହେବା ପରେ ମଙ୍ଗଳବାର ଅପରାହ୍ନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗୃହ ବିଭାଗର ୭,୧୦୩...

ଚାଉଳକୁ ନେଇ ବିଧାନସଭାରେ ଶାସକ ଦଳର ହଙ୍ଗାମା

ଭୁବନେଶ୍ୱର,୨୨।୩(ବ୍ୟୁରୋ): କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୁଣ୍ଡ ପିଛା ୫ କେଜି ଚାଉଳ ବନ୍ଦ କରିବା ପ୍ରସଙ୍ଗକୁ ନେଇ ଶାସକ ଦଳ ବିରୋଧୀ ଭାଜପାକୁ ଜୋରଦାର ଆକ୍ରମଣ କରିଛି। ବ୍ୟାନର ଧରି ବିଜେଡି ସଦସ୍ୟମାନେ ବିଧାନସଭାରେ ପ୍ରତିବାଦ...

ଆଇନଶୃଙ୍ଖଳା ନ ଥିଲେ ପୁଞ୍ଜିନିବେଶକାରୀ ଆସନ୍ତେନି

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିରୋଧୀ ଅଭିଯୋଗ ଆଣୁଛନ୍ତି ଯେ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ଆଇନବିହୀନ ହୋଇଯାଇଛି। ଯଦି ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ ନ ଥାଆନ୍ତା ତେବେ ରାଜ୍ୟକୁ ପୁଞ୍ଜିନିବେଶ ଆସନ୍ତା ନାହିଁ। ସମଗ୍ର ଦେଶରେ ଓଡ଼ିଶା ଏକ ବୃହତ୍‌ ପୁଞ୍ଜିନିବେଶକାରୀ...

‘ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି’

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜ୍ୟରେ ଆଇନର ଶାସନ ନାହିଁ। ପୋଲିସ ନିରପେକ୍ଷ ଭାବେ କାର୍ଯ୍ୟ କରିପାରୁ ନାହିଁ। ଓଡ଼ିଶାରେ ପୋଲିସରାଜ୍‌ ଚାଲିଛି। ହତ୍ୟା, ଲୁଣ୍ଠନ, ଚୋରି, ଡକାୟତି, ବଳାତ୍କାର ବଢ଼ିଚାଲିଛି। ଜନସଂଖ୍ୟା ତୁଳନାରେ ପୋଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌ ରହିଛି। ପୋଲିସ ଆଧୁନିକୀକରଣ...

ଆସୁଛି ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଲାଗି ରହିଛି। ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ଝଡ଼ପବନ ଓ ବିଜୁଳି ଘଡ଼ଘଡ଼ି ହୋଇଛି। ମଙ୍ଗଳବାର ଭୁବନେଶ୍ୱରରେ ସର୍ବାଧିକ ୧୯.୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଖୋର୍ଦ୍ଧାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri