ରାଜ୍ୟ

ବାପାଙ୍କୁ ହତ୍ୟା କରି ଘରେ ପୋତି ଥିଲା ପୁଅ

ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ କାଡମ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାପାଙ୍କୁ ହତ୍ୟା କରି ଏକ ଭଙ୍ଗା ଦଦରା ଘରେ ପୋତି ଦେଇଥିଲେ ଜହ୍ଲାଦ ପୁଅ। ଏହି ଘଟଣା ୧ ତାରିଖରେ...

ରାଗିଂ ଘଟଣାରେ ବିଜେବି କଲେଜର ୪ ଛାତ୍ର ନିଲମ୍ବିତ

ଭୁବନେଶ୍ୱର,୫।୧(ବ୍ୟୁରୋ): ବିଜେବି କଲେଜରେ ରାଗିଂ ଘଟଣାରେ ଗୁରୁବାର କଲେଜ କର୍ତ୍ତୃପକ୍ଷ ୪ ଛାତ୍ରଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ସମ୍ପୃକ୍ତ ୪ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ୪ ଛାତ୍ର ହେଲେ ସାଇ ପ୍ରିୟ ରଞ୍ଜନ ଭୋଇ, ସୂର୍ଯ୍ୟକାନ୍ତ...

କେନ୍ଦୁଝର ଗସ୍ତରେ ଯିବେ ରାଜ୍ୟପାଳ

କେନ୍ଦୁଝର,୫।୧(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର କେନ୍ଦୁଝର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ବାହାରି ଯୋଡା ଟିସ୍କୋ ହେଲିପ୍ୟାଡ୍‌ରେ ପହଞ୍ଚିବେ। ସେଠାରୁ ସେ ଯୋଡା ଭ୍ୟୁକୁ ଯାଇ କିଛି ସମୟ ବିଶ୍ରାମ...

ଭାରତ ‘ବିଶ୍ୱ ହକି କପ୍‌ ଜିତିଲେ ଖେଳାଳିଙ୍କୁ କୋଟିଏ ଲେଖାଏଁ ପୁରସ୍କାର’

ଭୁବନେଶ୍ୱର,୫ା୧(ବ୍ୟୁରୋ): ଭାରତୀୟ ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ହକି ବିଶ୍ବକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ରାଉରକେଲାରେ ଖେଳାଳିଙ୍କୁ ଭେଟିବା ସମୟରେ ଏହି ଘୋଷଣା...

ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌

ନୀଳଗିରି,୫ା୧(ସ୍ବ.ପ୍ର.): ସ୍ପଷ୍ଟ ଦିବାଲୋକରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଥାନା ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଗୁରୁବାର ୧୯ ନଂ ରାଜ୍ୟ ରାଜପଥ ଶେରଗଡ଼ – ନୀଳଗିରି – କପ୍ତିପଦା...

୬ରେ ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର ଅଫିସ, ୫ା୧: ମହାରାଣୀ ସାଗର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ, ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟକରଣ ଏବଂ ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ଦାବି ନେଇ ଆସନ୍ତା ୬ ତାରିଖରେ ବଲାଙ୍ଗୀର ବନ୍ଦ ପାଳନ ପାଇଁ ଆକ୍ସନ କମିଟି ନେତୃତ୍ୱରେ ନିଷ୍ପତ୍ତି...

ମହିଳା ଏସ୍‌ଆଇଙ୍କୁ ଆକ୍ରମଣ ଘଟଣା: ୩ ଗିରଫ

ଭୁବନେଶ୍ୱର,୫ା୧(ବ୍ୟୁରୋ): ମହିଳା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଶହୀଦନଗର ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ। ଏଥିସହ ଉକ୍ତ ରାତିରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଏକ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି।...

ଖାରିକଣା ଗ୍ରାମକୁ ହେଲା ରାସ୍ତା ନିର୍ମାଣ

କୋରାପୁଟ /ନାରାୟଣପାଟଣା, ୫ା୧ (ସ୍ବ.ପ୍ର./ଡି.ଏନ.ଏ.): କେତେବେଳେ ଭରା ନଦୀ ପାର ହେବାକୁ ପଡେ ତ କେତେବେଳେ ଖଟିଆରେ ବୁହା ହୋଇ ଯିବାକୁ ପଡେ ଡାକ୍ତରଖାନା। କେବେ ଡାକ୍ତରଖାନା ନେବାକୁ ରାତି ଅଧରେ ନଦୀ ସେପଟେ ରହେ ଆମ୍ବୁଲାନ୍ସ। ଜନନୀ ଯନ୍ତ୍ରଣାରେ...

ଓଡ଼ିଶାରେ ୫-ଜି ସେବା ଆରମ୍ଭ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌କୁ ଅନୁମତି ମିଳିଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହରରେ ୫-ଜି ନେଟ୍‌ଓ୍ବାର୍କ ସୁବିଧା...

ଭିତରକନିକାରେ ଡଲ୍‌ଫିନ୍‌ ସଂଖ୍ୟା ବୃଦ୍ଧି

ରାଜନଗର,୫ା୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଡଲ୍‌ଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ଜଳାଶୟ ଅପେକ୍ଷା ସବୁଠୁ ଅଧିକ ଓ ବିଭିନ୍ନ ପ୍ରଜାତିର ଡଲଫିନ୍‌ ଗହୀରମଥା ଓ ଭିତରକନିକାରେ ରହିଥିବା ଦେଖିବାକୁ ମିଳିଛି। ଡିସେମ୍ବର ୨୧ରୁ ୨୩ ତାରିଖ ଯାଏ...

ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର,୫।୧(ବ୍ୟୁରୋ): ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ବୋର୍ଡ ସଭାପତି ଗୁରୁବାର ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ମାଟ୍ରିକ ପରୀକ୍ଷା ପାଇଁ ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ଫର୍ମ...

ଚିଲିକାରେ ପକ୍ଷୀ ସଂଖ୍ୟା ୫ ପ୍ରତିଶତ ବୃଦ୍ଧି

ଖୋର୍ଦ୍ଧା ଅଫିସ୍‌/ବାଲୁଗାଁ,୫ା୧(ଡି.ଏନ୍‌.ଏ.): ବୁଧବାର ଚିଲିକାରେ ପକ୍ଷୀଗଣନା ଶେଷ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ମିଳିତ ଆନୁକୂଲ୍ୟରେ ପକ୍ଷୀ ଗଣନା କରାଯାଇଥିଲା। ବିଭାଗୀୟ ପକ୍ଷରୁ ପ୍ରକାଶିତ ଗଣନା ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଚିଲିକାରେ ମୋଟ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri