ରାଜ୍ୟ

ସ୍ତ୍ରୀଙ୍କୁ ହତ୍ୟା କରି ଜିରୋ ନାଇଟ୍‌ ପାଳନ କରିଥିଲେ ସ୍ବାମୀ

ଗଞ୍ଜାମ,୧ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳରେ ନୂଆବର୍ଷରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ବାମୀ ଜିରୋ ନାଇଟ ପାଳନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  ଘଟଣା ଜଣାପଡ଼ିବା...

ଜାନୁୟାରୀର ସବୁ ଛୁଟି ଦିନରେ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଲୋକସେବା ପୁଷ୍ପ ଉଦ୍ୟାନ

ଭୁବନେଶ୍ୱର,୧ା୧(ବ୍ୟୁରୋ): ଜାନୁୟାରୀ ୨୦୨୩ର ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ...

ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା

ପୁରୀ ଅଫିସ,୧ା୧: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରୁ ଅର୍ଥାତ୍‌ ରବିବାରଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନେବା ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ, ସେବାୟତ ଓ ଜେଟିପି ସମସ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନ ନେବାକୁ...

ନୂଆବର୍ଷରେ ଦୁଃଖଦ ଖବର: ଛୁରି ଭୁସି ବାପାଙ୍କ ଜୀବନ ନେଲେ ପୁଅ

ଦେବଗଡ଼,୧ା୧(ଡି.ଏନ୍‌.ଏ.): ନିଶାସକ୍ତ ଅବସ୍ଥାରେ ବାପାକୁ ହତ୍ୟା କରିଛନ୍ତି ଜଣେ ପୁଅ। ଦେବଗଡ଼ ଥାନା ଅନ୍ତର୍ଗତ ବାରକୋଟ ବ୍ଳକ କାଉଁଶିବାହାଳ ଗ୍ରାମରେ ନୂଆବର୍ଷରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଅ ଦୁର୍ଯ୍ୟୋଧନ ପ୍ରଧାନଙ୍କ ଛୁରାମାଡ଼ରେ ବାପା ରତ୍ନାକର ପ୍ରଧାନଙ୍କ ଜୀବନ...

ବିଦେଶୀ ନାଗରିକଙ୍କୁ ଗଞ୍ଜେଇ ଦେଲା କିଏ?

ରାୟଗଡ଼ା,୧ା୧(ସ୍ବ.ପ୍ର.): ରୁଷିଆ ନାଗରିକ ବିଦାନୋଭ ଏବଂ ପାଭେଲଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନର ତୃତୀୟ ଦିନରେ ହୋଟେଲ ମାଲିକ ଏବଂ କର୍ମଚାରୀଙ୍କୁ ପଚରାଉଚରା ଚାଲିଛି। ପାଭେଲଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ବିଦାନୋଭଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ...

ଟ୍ରକ୍‌ ପଛରେ ପିଟିହେଲା ପିସିଆର ଭ୍ୟାନ୍‌

ସମ୍ବଲପୁର ଅଫିସ,୧ା୧: ନୂଆବର୍ଷରେ ଅଘଟଣ। ସମ୍ବଲପୁର ସହରର ଅଇଁଠାପାଲି ଛକରେ ରବିବାର ଟ୍ରକ୍‌ ପଛରେ ପିସିଆର୍‌ ଭ୍ୟାନ ପିଟି ହେବାରୁ ୩ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ଅଇଁଠାପାଲି ଥାନାର ଏହି...

ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧(ବ୍ୟୁରୋ): ନୂଆବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଇଂରାଜୀ ନବବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି, ସୁଯୋଗ ଓ ସମ୍ଭାବନାର ବର୍ଷ ହେଉ। ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା...

ପାଭେଲଙ୍କ ମୃତ୍ୟୁ ମାମଲା: ୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ

ରାୟଗଡ଼ା,୧ା୧(ସ୍ବ.ପ୍ର.): ରୁଷିଆ ପର୍ଯ୍ୟଟକ ପାଭେଲଙ୍କ ମୃତ୍ୟୁ ମାମଲାରେ ନୂତନ ବର୍ଷର ପ୍ରଥମ ଦିନରେ ହୋଟେଲ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଡିଏସ୍‌ପି ସରୋଜକାନ୍ତ ମହାନ୍ତ ଏବଂ ଇନ୍ସପେକ୍ଟର ମମତା ରାଣୀ ପଣ୍ଡାଙ୍କ ସହିତ ୫ ଜଣ ରବିବାର ହୋଟେଲ ସାଇ...

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୬୦ ଜଣ ବଡ଼ବାବୁ

ଭୁବନେଶ୍ୱର,୧ା୧(ବ୍ୟୁରୋ): ୨୦୨୨ରେ ଓଡ଼ିଶା ଭିଜିଲାନ୍ସ ୫୪୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୮୫ଟି ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ୬୦ ଜଣ କ୍ଲାସ୍‌-୧ ଅଫିସର ଥିବା ବେଳେ ୫୩ ଜଣ କ୍ଲାସ୍‌-୨ ଅଫିସର, ୨୨୭ ଜଣ ତୃତୀୟ ଶ୍ରେଣୀ କର୍ମଚାର, ୭...

ଚାକିରି ନାଁରେ ବଡ଼ ଠକେଇ

ଭୁବନେଶ୍ୱର,୧ା୧(ବ୍ୟୁରୋ): ସାରା ଦେଶକୁ ବ୍ୟାପିଛି ଠକେଇ ର଼୍ୟାକେଟ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ଚାକିରି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଥିବା ମାଷ୍ଟରମାଇଣ୍ଡ୍‌ଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଉତ୍ତରପ୍ରଦେଶ ଆଲିଗଡରୁ...

ସିକିଲ୍‌ ସେଲ୍‌ ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର, ୧।୧(ବ୍ୟୁରୋ): ସିକିଲ୍‌ ସେଲ୍‌ ରୋଗର ନିରାକରଣ ପାଇଁ ରାଜ୍ୟରୁ ବ୍ଲକ୍‌ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସବ୍‌-କମିଟି ଗଠନ କରାଯାଇଛି। ଅନୁସୂଚିତ...

୧୨,୯୭୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ୪୧୮୩ କୋଟି ଟଙ୍କାର ୧୬ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାସହିତ ୧.୬୭ ଲକ୍ଷ କୋଟି ଟଙ୍କାର ୧୦ଟି ବୃହତ୍‌ ପ୍ରକଳ୍ପ ପାଇଁ ହାଇଲେଭଲ କ୍ଲିୟରାନ୍ସ ଅଥରିଟିକୁ ସୁପାରିସ କରିଛନ୍ତି। ଶନିବାର ମୁଖ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri