ରାଜ୍ୟ

୨୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାର ରୋକିବାକୁ ଜୋରଦାର ଚଢ଼ାଉ ଜାରି ରହିଛି। ଶୁକ୍ରବାର କଟକ ଓ ବରଗଡ଼ର ଦୁଇଟି ଗୋଦାମରୁ ବିପୁଳ ନକଲି ଔଷଧ ଜବତ କରାଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

୧୧ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଉପକୂଳରେ ଶୀତ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ତଳମୁହଁ। ରହିଛି। ରାଜ୍ୟର ୮ ସହରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଶୁକ୍ରବାର ଫୁଲବାଣୀରେ...

ହକି ବିଶ୍ୱକପ୍‌ ପରେ ୩ ଲେନ୍‌ ଆର୍‌ଓବି କାମ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଲୋକସେବା ଭବନରେ ଶୁକ୍ରବାର ବାଣୀବିହାର ରେଲ୍‌ଓ୍ବେ ଓଭର ବ୍ରିଜ୍‌ (ଆରଓବି) ଏବଂ ଭୁବନେଶ୍ୱର ରେଳଷ୍ଟେଶନ କାର୍ଯ୍ୟ ସମୀକ୍ଷା କରାଯାଇଛି। ହକି ବିଶ୍ୱକପ୍‌ ପରେ ଅର୍ଥାତ ଆସନ୍ତା ଫେବୃୟାରୀରୁ ପ୍ରସ୍ତାବିତ ୩ ଲେନ ବିଶିଷ୍ଟ ବାଣୀବିହାର ଆରଓବି କାର୍ଯ୍ୟ...

ପୂର୍ବତନ କର୍ମଚାରୀ ଗିରଫ

ଭୁବନେଶ୍ୱର, ୨୪।୧୨ (ବ୍ୟୁରୋ): ପାହାଳ ଥାନାସ୍ଥିତ କିଆ ମୋଟର୍ସ ଶୋ’ରୁମ୍‌ର ୱେବ୍‌ସାଇଟ୍‌ରୁ ଡାଟା ଚୋରି ଘଟଣାରେ ଭୁବନେଶ୍ୱର ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର...

ଉଠା ଦୋକାନୀଙ୍କ ବିରୋଧ, ଆଜିଠାରୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ବିଏମ୍‌ସି, ବିଡିଏ ଓ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦକୁ ଜୋର୍‌ଦାର ବିରୋଧ କରିଛି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ। ଶୁକ୍ରବାର ଉଠାଦୋକାନୀମାନେ ରାସ୍ତାକୁ ଓହ୍ଲାଇବା ପରେ ନିଷ୍ପତ୍ତି ବଦଳାଇଛି ବିଏମ୍‌ସି।...

‘ଡିଗ୍ରୀ ପରେ ଶିକ୍ଷାର ପ୍ରୟୋଗାତ୍ମକ ପ୍ରକ୍ରିୟା ଆରମ୍ଭ ହୁଏ’

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଉତ୍କଳ ବିଶ୍ବବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି. ଗୋପାଲ ଗୌଡା ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ...

ପୋଖରୀରେ ବୁଡ଼ି ୩ ନାବାଳକ ମୃତ

ରାଜନଗର,୨୪।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ସାତଭାୟା ଥଇଥାନସ୍ଥଳ ବଗପାଟିଆ ଗଁ।ରେ ଶୁକ୍ରବାର ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏବେ ବଡ଼ଦିନ ଛୁଟି ଚାଲିଛି। ପିଲାମାନଙ୍କୁ...

ଅଚ୍ୟୁତଙ୍କୁ ୫୦ତମ ଡକ୍ଟରେଟ୍‌ ଡିଗ୍ରୀ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷାବିତ୍‌, ସାମାଜିକ କର୍ମୀ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‌ ଡିଗ୍ରୀ ପ୍ରଦାନ କରାଯାଇଛି।...

ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବିଦେଶରେ କରୋନାର ନୂଆ ଭାରିଆଣ୍ଟ ବ୍ୟାପୁଛି। ଏବେ ଚାଇନାରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌.୭ ଭୂତାଣୁ ଭାରତରୁ ମଧ୍ୟ ମିଳିଛି। ତେବେ ଓଡ଼ିଶାରୁ ଏଥିରେ ଜଣେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା...

ଫାର୍ମରେ ବିଦ୍ୟୁତ ସଂଯୋଗ ଲାଗି ନେଉଥିଲେ ଲାଞ୍ଚ, ଲାଇନ୍‌ ମ୍ୟାନ୍‌ଙ୍କୁ ଗିରଫ କଲା ଭିଜିଲାନ୍ସ

ପିପିଲି,୨୩।୧୨(ଡି.ଏନ୍‌.ଏ.): ପୁରୀ ଜିଲା ପିପିଲିର ଭାରତୀପୁର ବିଦ୍ୟୁତ୍‌ ସେକ୍ସନରେ ଲାଇନ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ମାନସ ରଞ୍ଜନ ସାହୁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ମାନସ ଜଣେ ବ୍ୟକ୍ତିଙ୍କଠାରୁ ୭, ୫୦୦ଟଙ୍କା...

‘କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍‌’

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ତଥା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌-୭ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଏହାକୁ କିପରି ମୁକାବିଲା କରାଯିବ ତାକୁ ନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନିଷ୍ପତ୍ତି...

ରାଜ୍ୟରେ ପୂରଣ ହେବ ୪,୭୯୦ କନଷ୍ଟେବଳ ପଦବୀ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଓଡ଼ିଶାରେ ପୋଲିସରେ ଖାଲି ଥିବା କନେଷ୍ଟବଳ ପଦବୀ ମଧ୍ୟରୁ ୪,୭୯୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ୪ଟି ପର୍ଯ୍ୟାୟରେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri