ରାଜ୍ୟ

ପୂର୍ବତନ ଏମ୍‌ପି ମୋହନ ଜେନାଙ୍କ ପରଲୋକ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ପରଲୋକରେ ପୂର୍ବତନ ଏମ୍‌ପି ମୋହନ ଜେନା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଯାଜପୁରରୁ ୨ ଥର ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।

ପରୀକ୍ଷାଫଳକୁ ନେଇ ଛାତ୍ରୀ ଅଶାନ୍ତି: ପ୍ରତିବାଦରେ ରାସ୍ତାରୋକୋ ଆନ୍ଦୋଳନ

କେନ୍ଦୁଝର,୧୨।୧୨(ସ୍ବ.ପ୍ର.): ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ ପରୀକ୍ଷାଫଳକୁ ନେଇ ଛାତ୍ରୀ ଅଶାନ୍ତି ଦେଖାଦେଇଛି। ଏହାର ପ୍ରତିବାଦରେ ସୋମବାର ଛାତ୍ରୀମାନେ କଲେଜ ଗେଟ୍‌ ଏବଂ କଲେଜ ସମ୍ମୁଖ ରାସ୍ତା ଅବରୋଧକରି ଆନ୍ଦୋଳନ କରିଥିଲେ। ଛାତ୍ରୀମାନଙ୍କ ଆଭିଯୋଗ ଅନୁସାରେ, ଯୁକ୍ତ ୩ ତୃତୀୟ...

ହାତୀ ମୃତ୍ୟୁକୁ ନେଇ ସ୍ବତନ୍ତ୍ର ଟିମ୍‌ର ତଦନ୍ତ: ସିବିଆଇ ତଦନ୍ତ ଦାବିକଲା ଭଞ୍ଜସେନା

ବାରିପଦା ଅଫିସ,୧୨।୧୨: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ ଦନ୍ତାହାତୀର ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ସୋମବାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳ ପରିଦର୍ଶନ...

ବିଧାୟିକା ଭାବେ ଶପଥ ନେଲେ ବର୍ଷା

ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ସୋମବାର ବିଧାୟିକା ଭାବେ ଶପଥ ନେଇଛନ୍ତି ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ସମୟରେ ଭଟଲି ବିଧାୟକ...

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ତଥାପି ଖୋଲୁନାହାନ୍ତି ମୁହଁ

ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ସୋମବାର ସରୁଛି। ମାତ୍ର ଅର୍ଚ୍ଚନା ଇଡିକୁ ସହଯୋଗ କରୁ ନ ଥିବାରୁ ତଦନ୍ତରେ ବାଧା ଉପୁଜୁଛି। ତେବେ କାହିଁକି ସେ ମୁହଁ ଖୋଲୁ ନାହାନ୍ତି ସେନେଇ ଅନେକ ପ୍ରଶ୍ନ...

ଆମିଷ ହାଟକୁ ଭୁଲିଗଲା ବିଏମ୍‌ସି

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାକୁ ଦୃଢ କରିବା ପାଇଁ ବିଏମ୍‌ସି ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଥିରେ ସଫଳ ହୋଇପାରୁନାହିଁ। ବ୍ୟବସାୟିକ ଅଞ୍ଚଳରୁ ଅଳିଆ ଉଠାଇବା ପାଇଁ ୫୭ଟି ନୂତନ ସଫେଇ ଗାଡ଼ି ନିୟୋଜିତ...

୯ ବର୍ଷ ପରେ ଖୋଲିଲା ରହସ୍ୟ

ଢେଙ୍କାନାଳ ଅଫିସ, ୧୨।୧୨: ଢେଙ୍କାନାଳ ପୌରାଞ୍ଚଳ ଭଗବାନପୁର ଅଞ୍ଚଳର ଦୋଳଗୋବିନ୍ଦ ବେହେରା ହତ୍ୟାକାଣ୍ଡ ମାମଲାର ରହସ୍ୟ ଦୀର୍ଘ ୯ ବର୍ଷ ପରେ ଉନ୍ମୋଚିତ ହୋଇଛି। ଛେଳିଚୋରି ରୋକିବାକୁ ଅଭିଯୁକ୍ତମାନେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୋଳଗୋବିନ୍ଦଙ୍କ ମୃତ୍ୟୁ ଘଟିଥିଲା।...

ବ୍ୟାପୁଛି ଚର୍ମବିଣ୍ଡି, ୧୦ହଜାରରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କେତେକ ସ୍ଥାନରେ ଗୋରୁଙ୍କଠାରେ ଭୂତାଣୁଜନିତ ଚର୍ମବିଣ୍ଡି ରୋଗ ଦେଖାଯାଇଛି। ଏହା ବ୍ୟାପୁଥିବାରୁ ଚିନ୍ତା ବଢ଼ିଛି। ଏହି ରୋଗର ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୫୪୧ ପ୍ରାଣୀ ଚିକିତ୍ସାଳୟ, ୩,୨୩୯...

ଭୋଜିରୁ ଫେରିବା ବାଟରେ ୪ ଜଣଙ୍କୁ ଅପହରଣ ଅଭିଯୋଗ

ଉମରକୋଟ,୧୨ା୧୨(ସ୍ବ.ପ୍ର.): ଛତିଶଗଡ଼ର କାଙ୍କେରରୁ ଭୋଜିଖାଇ ଫେରୁଥିବା ବେଳେ ଶନିବାର ରାତିରୁ ୪ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ସନ୍ଦେହ କରି କାଙ୍କେର ଥାନାରେ ଏତଲା ଦେଇଛନ୍ତି। ଅପହୃତମାନେ ହେଲେ ନବରଙ୍ଗପୁର ଜିଲା ଉମରକୋଟର ସପନ...

ମାର୍ଚ୍ଚ ସୁଦ୍ଧା ବରମୁଣ୍ଡା ଆଇଏସ୍‌ବିଟି

ଭୁବନେଶ୍ବର,୧୨ା୧୨(ବ୍ୟୁରୋ): ପାଖେଇ ଆସୁଛି ହକି ବିଶ୍ୱକପ୍‌। ଜାନୁୟାରୀରେ ଆୟୋଜିତ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଜୋର୍‌ସୋର୍‌ରେ ଚଳାଇଛନ୍ତି ପ୍ରସ୍ତୁତି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଭୁବନେଶ୍ୱର ଫୋକ୍‌ସରେ ରହିବ। ତେଣୁ ରାଜଧାନୀକୁ ସୁସଜ୍ଜିତ...

ବିଗ୍‌ ବଜାର: ମିଳୁନି ସୁୁବିଧା

ଭୁବନେଶ୍ୱର, ୧୨।୧୨ (ବ୍ୟୁରୋ): କିଶୋର ବୟାନୀଙ୍କ ‘ଫ୍ୟୁଚର ଗ୍ରୁପ୍‌’ ଅଧୀନ ଦେଶର ସର୍ବବୃହତ୍‌ ହାଇପରମାର୍କେଟ ଚେନ୍‌ ‘ବିଗ୍‌ ବଜାର’ ଷ୍ଟୋରଗୁଡ଼ିକରେ ଏବେ ତାଲା ଝୁଲୁଛି। ବହୁ ଗ୍ରାହକ ବିଗ୍‌ ବଜାର ଷ୍ଟୋର ଥିବା ସ୍ଥାନକୁ ଯାଇ ଫେରି ଆସୁଛନ୍ତି। ପୂର୍ବରୁ...

ପଦମ୍‌ପୁର ସୃଷ୍ଟି କଲା ଆଗୁଆ ନିର୍ବାଚନ ଉକ୍ତି

ଭୁବନେଶ୍ବର,୧୨ା୧୨(ବ୍ୟୁରୋ): ୨୦୦୪ ନିର୍ବାଚନ କଥା ଓଡ଼ିଶା ଲୋକମାନେ ଏପର୍ଯ୍ୟନ୍ତ ଭୁଲି ନାହାନ୍ତି। ଯେତେବେଳେ ୨୦୦୫ ମାର୍ଚ୍ଚରେ ଓଡ଼ିଶା ବିଧାନସଭା ନିର୍ବାଚନ ହେବାର ଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ଛାଡିଦେଇ ୨୦୦୪ ମାର୍ଚ୍ଚରେ ଆଗୁଆ ନିର୍ବାଚନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri