ରାଜ୍ୟ

ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ମାମଲା : ୨୦୨୨ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ,୧୪।୧୧: ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ମାମଲା। ୨୦୨୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୨୦୧୬ ପଲିସି ଅନୁସାରେ ରେଜଲ୍ଟ ପ୍ରକାଶ କରାଯିବା ସହ ସବୁ ପରୀକ୍ଷାର୍ଥୀଙ୍କ ମାର୍କ ମଧ୍ୟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ...

ପଦ୍ମପୁର ଉପନିର୍ବାଚନ: କମିଲା ଅବଧି, ୭ଟାରୁ ୪ଟା ଯାଏ ଭୋଟିଂ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟସୀମାକୁ ହ୍ରାସ କରାଯାଇଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଶୀତଦିନ ଏବଂ ମାଓ ଅଞ୍ଚଳ ହୋଇଥିବାରୁ ଅବଧି କମାଯାଇଛି। ପଦ୍ମପୁରରେ ଉପନିର୍ବାଚନ ଡିସେମ୍ବର...

ବିଦେଶୀ ପକ୍ଷୀଙ୍କ ଆଗମନ

ଭୁବନେଶ୍ୱର,୧୪ା୧୧: ଶୀତର ଆଗମନରେ ଗଞ୍ଜାମ ତଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି। ଛତ୍ରପୁର ତହସିଲ ଅନ୍ତର୍ଗତ ପାଇକପଡା ଅଞ୍ଚଳରେ ବିରଳ ଗ୍ଲୋସୀ ଆଇବିସ ଦେଖାଯାଉଛନ୍ତି। ସେମାନଙ୍କ ଦଳରେ ପଚାଶରୁ ଉର୍ଦ୍ଧ ପକ୍ଷୀ ରହିଛନ୍ତି l ଚାଷ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ସୋମବାର ପୁଣି ଜଣେ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଉଦଳା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ...

ଜାନୁୟାରୀ ୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୧୦ଦିନ ଭିତରକନିକା ବନ୍ଦ

ରାଜନଗର,୧୪ା୧୧(ଡି.ଏନ.ଏ.): ଜାନୁୟାରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳରେ ରହୁଥିବା କୁମ୍ଭୀରଙ୍କ ବି ଗଣନା ହେବ। ସେଥିପାଇଁ ଏହି ୧୦ ଦିନ ଭିତରକନିକା...

ଆଜି ଶିଶୁ ଦିବସ: ଟ୍ରାଇଥ୍‌ଲନରେ ଅଲିମ୍ପିକ ଜିତିବା ଓସିନ୍‌ଙ୍କ ଲକ୍ଷ୍ୟ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ସୋମବାର ଶିଶୁ ଦିବସ। ଶିଶୁଙ୍କୁ ଉସତ୍ାହିତ କରିବା ପାଇଁ ଏହି ଦିବସଟି ପାଳନ କରାଯାଉଥିବାବେଳେ କୁନି ଝିଅ ଓସିନ୍‌ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପାଠପଢ଼ା, ଖେଳକୁଦ ସବୁଥିରେ ସେ ଆଗୁଆ। ଭୁବନେଶ୍ୱର ନନ୍ଦନବିହାରର ୮ ବର୍ଷର ଝିଅ...

ଲୋପପାଉଛି ପାରଳାର ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ କହିଲେ ମନକୁ ଆସିଯାଉଥିଲା ଗଜପତି ଜିଲା ପାରଳାଖେମୁଣ୍ଡି ସହର। ସହରର ରାଜଦାଣ୍ଡ ସାହିରେ ମାଳ ମାଳ ଶିଙ୍ଗ ଦୋକାନ ସବୁ ଥିଲାବେଳେ ଏବେ ଏହି କାମରୁ ମୁହଁ ଫେରାଇ ନେଲେଣି କାରିଗର। ନା ଅଛି...

‘ଚାଷୀଙ୍କୁ ତୁରନ୍ତ କେନ୍ଦ୍ର ସରକାର ଟଙ୍କା ପ୍ରଦାନ କରନ୍ତୁ’

ଭୁବନେଶ୍ବର, ୧୪ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫବିଓ୍ବାଇ)କୁ ନେଇ ଭାଜପାକୁ ଟାର୍ଗେଟ କରିଛି ବିଜେଡି। ଚାଷୀଙ୍କୁ ଫସଲବୀମା ତୁରନ୍ତ କେନ୍ଦ୍ର ସରକାର ପ୍ରଦାନ କରନ୍ତୁ ବୋଲି ଶାସକ ଦଳ ପକ୍ଷରୁ ଦାବି କରାଯାଇଛି। ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ...

ବ୍ରୋଞ୍ଜ ସ୍ତମ୍ଭ, ଲେଜର ଟେକ୍ନୋଲୋଜିରେ ନେତାଜୀ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀକୁ ନେଇ ରାଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ସ୍ଥାୟୀ ପ୍ରଦର୍ଶନୀ। ୨୬ଟି ବ୍ରୋଞ୍ଜ ସ୍ତମ୍ଭରେ ଲେଜର ଟେକ୍ନୋଲୋଜି ଆଧାରରେ ନେତାଜୀଙ୍କ ବିଭିନ୍ନ ପ୍ରକାର ଫଟୋଚିତ୍ରକୁ ସମନ୍ବିତ କରାଯାଇ ଉପସ୍ଥାପିତ ହୋଇଛି। ଦୂରରୁ...

ବଡ଼ବଡ଼ିଆଙ୍କୁ ଫସାଇବାକୁ ଓଡ଼ିଶା ଆସିଥିଲେ ପ୍ରୀତି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାକାର୍‌ନାମାକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥିତିରେ ଓଡ଼ିଶା ଆସି ମାୟାଜାଲରେ ଫସାଇ ସମ୍ପତ୍ତି ଲୁଟ୍‌ କରିବାକୁ ଯୋଜନା କରୁଥିବା ପ୍ରୀତି ଦେଶାଇ ନାମ୍ନୀ ଜଣେ ରହସ୍ୟମୟୀ ଅଣଓଡ଼ିଆ ମହିଳାଙ୍କୁ ରାଜସ୍ଥାନର...

ଆଜିଠୁ ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ରାଜ୍ୟରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ତୃତୀୟ ପର୍ଯ୍ୟାୟ ଯୁକ୍ତ୩ ନାମଲେଖା ପାଇଁ ଆବେଦନ ସୋମବାରଠାରୁ ଆରମ୍ଭ ହେବ। ରାଜ୍ୟରେ ୧,୦୨୪ଟି ଡିଗ୍ରୀ କଲେଜ ରହିଛି। କଳା, ଫିଜିକାଲ ସାଇନ୍ସ, ବାୟୋଲଜିକାଲ ସାଇନ୍ସ ଏବଂ ବାଣିଜ୍ୟରେ ପୂର୍ବରୁ ୨ଟି...

ଜି.ଉଦୟଗିରିରେ ୧୦ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୧୪ା୧୧(ଡି.ଏନ.ଏ.): କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରବିବାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସକୁ ହ୍ରାସ ପାଇଛି। ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ର ତାପ ମାପକ ଯନ୍ତ୍ର ଦାୟିିତ୍ୱରେ ଥିବା ଅଧିକାରୀ ସତ୍ୟ ନାରାୟଣ ମହାନ୍ତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri