ରାଜ୍ୟ

ରାଷ୍ଟ୍ରପତି ଦେଖିବାକୁ କେମିତି: ଅଖିଳ ଗିରି

କୋଲକାତା/ନୂଆଦିଲ୍ଲୀ(ପି.ଟି.)/ ଭୁବନେଶ୍ୱର(ବ୍ୟୁରୋ) ୧୩।୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଶୁକ୍ରବାର ରାତିରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏକ ସଭାକୁ ସମ୍ବୋଧନ କରି ଅଖିଳ କହିଥିଲେ, ସ୍ଥାନୀୟ ବିଧାୟକ...

ପାଟପୁରରୁ ୬ ଅଷ୍ଟଧାତୁ ମୂର୍ତ୍ତି ଚୋରି

ଧର୍ମଶାଳା,୧୩।୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ବଳଦେବଜୀଉ ମନ୍ଦିରରୁ ଚୋରି ହୋଇଛି। ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଗେଟ୍‌ ତାଲା ଭାଙ୍ଗି ରାମକୃଷ୍ଣ, ମଦନମୋହନ, ରାଧା, ଲକ୍ଷ୍ମୀ ଓ ସରସ୍ବତୀ ଆଦି ୬ଟି ବିରଳ ଅଷ୍ଟଧାତୁ...

ବଳପାଉନି ନା ଧରୁନି

ରାଜ୍ୟର ମଠ, ମନ୍ଦିର, ଐତିହ୍ୟସମ୍ପନ୍ନ ଏବଂ କୀର୍ତ୍ତିରାଜିଭରା ଅଞ୍ଚଳରୁ ନିୟମିତ ବ୍ୟବଧାନରେ ମୂର୍ତ୍ତି ଚୋରି ହୋଇଆସୁଛି। ଦେଶ ବିଦେଶର ମାଫିଆମାନେ ର଼୍ୟାକେଟ୍‌ ଚଳାଇ ମୂଲ୍ୟବାନ୍‌ ମୂର୍ତ୍ତି ଚୋରି କରିନେଉଛନ୍ତି। କିନ୍ତୁ ରାଜ୍ୟର ପୋଲିସ ପ୍ରାୟତଃ ମୂର୍ତ୍ତିଚୋରମାନଙ୍କୁ ଧରିବାରେ ସକ୍ଷମ ହେଉନାହିଁ।...

ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ପାରଦ ତଳମୁହାଁ ହେବା ଯୋଗୁ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍‌ସିୟସକୁ ଖସିଛି। ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ତଳେ ରହିଛି। ତେବେ ଆସନ୍ତା ୩ରୁ ୪...

ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହେଲେ ରାଜୁ ଘିବେଲା

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଧାମନଗ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସିଟ୍‌ରେ ବାଜିମାତ କରିବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ନିକଟରେ ବିଜେଡିରେ ମିଶିଥିବା ରାଜୁ ଘିବେଲାଙ୍କୁ ବିଜୁ...

ବିଧିବଦ୍ଧ ଭାବେ ସତ୍ୟଭୂଷଣଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ସତ୍ୟଭୂଷଣ ସାହୁଙ୍କୁ ବିଧିବଦ୍ଧ ଭାବେ ଦଳ ପ୍ରାର୍ଥୀ କରିଛି। ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଅନୁମୋଦନ ପରେ ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଯୋଗେ ଶନିବାର ପ୍ରାର୍ଥୀ ଘୋଷଣା କରାଯାଇଛି।...

ଜରାଶ୍ରମ ସଭାପତିଙ୍କୁ ହତ୍ୟା କଲେ କର୍ମଚାରୀ

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ଗଡ଼ସ୍ଥିତ ଏକ ଜରାଶ୍ରମରେ ଅଭାବନୀୟ କାଣ୍ଡ ଘଟିଛି। ଜରାଶ୍ରମର ସଭାପତିଙ୍କୁ ସେହି ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଥିବା ରତ୍ନମାଳୀ ଜେମା ଜରାଶ୍ରମର...

‘ପଦ୍ମପୁରରେ କଂଗ୍ରେସର ବିଜୟ’

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଆପାତତଃ ପ୍ରାର୍ଥୀ ଚୟନ କରିସାରିଛି । ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ଫାଇନାଲ। ଖୁବଶୀଘ୍ର ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ଶନିବାର...

ସତ୍ୟଭୂଷଣ ସାହୁ ହେବେ କଂଗ୍ରେସ ପ୍ରାର୍ଥୀ: ସୁର ରାଉତରାୟ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହେବେ ସତ୍ୟଭୂଷଣ ସାହୁ। ବିଧାୟକ ସୁରେଶ ରାଉତରାୟ ଏବଂ ତାରା ବାହିନୀପତି ଏହି ସୂଚନା ଦେଇଛନ୍ତି। ପଦ୍ମପୁରରେ ଉପନିର୍ବାଚନ ଡିସେମ୍ବର ୫ରେ ହେବ। ଏଥିଲାଗି ନଭେମ୍ବର ୧୦ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀକ୍ଷାର୍ଥୀ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ଏଏସ୍‌ଓ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଶାୟୀ ପରୀକ୍ଷାର୍ଥୀ। ଚୟନ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଛି। ଏହି ମାମଲାକୁ ନେଇ ଆସନ୍ତା ସୋମବାର ଶୁଣାଣି ହୋଇପାରେ। ଅନ୍ୟପଟେ,...

ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ, ଶ୍ରୀସେତୁ ନିର୍ମାଣ କାର୍ଯ୍ୟର କଲେ ଅନୁଧ୍ୟାନ

ପୁରୀ ଅଫିସ,୧୨।୧୧: ୫-ଟି ସଚିବ ଭିକେ ପାଣ୍ଡିଆନ ଶନିବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହା ସହ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ତାଙ୍କ ସମେତ ପୁରୀ ଜିଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଥିଲେ।

ପ୍ରଦୀପ ପୁରୋହିତ ହେଲେ ଭାଜପା ପ୍ରାର୍ଥୀ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ପଦ୍ମପୁର ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ହେଲେ ବରିଷ୍ଠ ନେତା ପ୍ରଦୀପ ପୁରୋହିତ। ଏନେଇ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରଦୀପଙ୍କ ନାଁ ଘୋଷଣା କରାଯାଇଛି। ପଦ୍ମପୁରରେ ବିଜେଡି ବିଧାୟକଙ୍କ ଦେହାନ୍ତ ପରେ ଆସନ ଖାଲି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri