ରାଜ୍ୟ

ଖସୁଛି ପାରଦ, ବଢୁଛି ଶୀତ

ଦାରିଙ୍ଗବାଡି,୨୭।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପାରଦ ତଳମୁଁହା। ସହରରେ ସର୍ବନିମ୍ମ ତାପମାତ୍ରା ୧୬ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ୧୯ ଡିଗ୍ରୀ ରହୁଥିବା ଜଣାପଡିଛି। ଶୀତଯୋଗୁଁ ଏବେ ଲୋକଙ୍କୁ ବିନା ଶୀତ ବସ୍ତ୍ର ଯାତାୟାତ କରିବା କଷ୍ଟ ହେଉଛି। ସନ୍ଧ୍ୟା ସମୟରେ...

ପ୍ରଚାର ମଇଦାନକୁ ଓହ୍ଲାଇଲେ ପିସିସି ସଭାପତି

ଭଦ୍ରକ ଅଫିସ,୨୭।୧୦: ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ସରଗରମ୍‌ ହେବାରେ ଲାଗିଛି। କଂଗ୍ରେସ ଗତ ଦୁଇଦିନ ହେଲା ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର କରିଛି। ଦଳୀୟ ପ୍ରାର୍ଥୀ ହରେକୃଷ୍ଣ ସେଠୀ ଘରକୁ ଘର ବୁଲି ପ୍ରଚାର...

୩୦ ଯାଏ ପାଗ ଶୁଖିଲା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ତେବେ ୩୧ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର...

ଧାମନଗର ଉପନିର୍ବାଚନ: ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପ୍ରାର୍ଥୀମାନେ ନିଜର ଦଳୀୟକର୍ମୀଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି। ଏହି ସମୟରେ ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକାଇବା ଭଳି ଅଭିଯୋଗ...

ଇଡିକୁ ଏଫ୍‌ଆଇଆର୍‌ କପି ହସ୍ତାନ୍ତର କଲା ପୋଲିସ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଜେଲ୍‌ରେ ଅଛନ୍ତି। ବର୍ତ୍ତମାନ ଏହି ମାମଲାକୁ ନେଇ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଖୋଡତାଳ କରୁଛି।...

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ବାରିପଦା ଅଫିସ,୨୭।୧୦: ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବ। ତେବେ ରାତ୍ରିଯାପନ ପାଇଁ ଅନ୍‌ଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ବାରିପଦା ଆଡୁ ୨୫ ଏବଂ ଯଶୀପୁର ଆଡୁ ୩୫ ବସ୍‌କୁ ଅନୁମତି ମିଳିବ। ସୂଚନାଯୋଗ୍ୟ, ବର୍ଷା ଋତୁ...

ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଯୁକ୍ତ୨ ଉତ୍ତରଖାତା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଏଣିକି ଯୁକ୍ତ୨ ପରୀକ୍ଷାର ଉତ୍ତରଖାତା ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। କେଉଁ ପ୍ରଶ୍ନର ଉତ୍ତରରେ କେତେ ମାର୍କ ପାଇଛନ୍ତି ତାହା ନିଜେ ଛାତ୍ରୀଛାତ୍ର ଦେଖିପାରିବେ। ଏଥିଲାଗି ପୂର୍ବରୁ ଯୋଜନା ହୋଇଥିଲେ ମଧ୍ୟ କରୋନା ଯୋଗୁ ଗତ ୨ବର୍ଷ ହେବ ପରୀକ୍ଷାରେ...

ଜଗବନ୍ଧୁଙ୍କ ପାଇଁ ବଢିଲା ଅଡୁଆ: ଆଗୁଆ ଜାମିନ୍‌ ଆବେଦନର ହେବନି ଶୁଣାଣି

କଟକ ଅଫିସ,୨୭।୧୦: ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ବଢିଲା ଅଡୁଆ। ଗିରଫ ପୂର୍ବରୁ ଆଗୁଆ ଜାମିନ୍‌ ଆବେଦନ କରିଥିବା ଜଗବନ୍ଧୁଙ୍କ ଶୁଣାଣି ଉପରେ ରୋକ ଲଗାଇଛନ୍ତି କୋର୍ଟ। ତାଙ୍କୁ ପୋଲିସ ଗିରଫ କରିସାରିଥିବାରୁ ଆବେଦନର ଶୁଣାଣି...

ବିନା ଲାଇସେନ୍ସରେ ଚାଲିଛି କରତକଳ

ଗୋପ,୨୭।୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ ଏବେ କାଠମାଫିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଗୋପ ବ୍ଲକ ଅଞ୍ଚଳରେ ଦିନକୁଦିନ ବେଆଇନ ଭାବେ କରତକଳ ବଢୁଥିବାରୁ ଏହି କାଠମାଫିଆମାନେ ବେଧଡ଼କ ଜଙ୍ଗଲରୁ ଗଛ କାଟି ବିକ୍ରି କରିବାରେ ଲାଗିଛନ୍ତି। ଗୋପ ବନ ବିଭାଗ...

୨୮ରେ ସକାଳ ୮ରୁ ଦିନ ୧ଟା ପର୍ଯ୍ୟଟକଙ୍କୁ ଧଉଳି ମନା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଶାନ୍ତିସ୍ତୂପ ଧଉଳିର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୨୮ତାରିଖରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ। ଏହି ଅବସରରେ ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ, ସାଧୁ ସନ୍ଥ ଏବଂ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ଶାନ୍ତିସ୍ତୂପର ମୁଖ୍ୟ ଦର୍ଶନ...

ଡ.ଗୌରହରି ଦାସଙ୍କୁ ୪୩ତମ ଶାରଳା ପୁରସ୍କାର

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ସମାଜରେ କଳାକାର, ଲେଖକଙ୍କ ପ୍ରତି ପୁରସ୍କାର ହେଉଛି ଏକ କୃତଜ୍ଞତା। ଏହା ସୃଜନଶୀଳତା ପ୍ରତି ବିଶ୍ୱାସ ଆଣିବା ସହ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଦାବି ଆଣିଥାଏ ଯେ ସେ ଆମର। ଅଦ୍ୱିତୀୟତା କଳା, ସାହିତ୍ୟର ଉପହାର। ସମସ୍ତେ ନିଜ...

ଖଣ୍ଡଗିରି ପାଦଦେଶରେ ଅଳିଆ ପାହାଡ଼

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ସ୍ବଚ୍ଛ ତଥା ସୁନ୍ଦର କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନସ୍ଥଳିଗୁଡ଼ିକୁ ଆକର୍ଷଣୀୟ କରାଯାଉଛି। ହେଲେ ଦେଶର ଅନ୍ୟତମ ଐତିହ୍ୟସ୍ଥଳ ଖଣ୍ଡଗିରିରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri