ରାଜ୍ୟ

ସିଡିଏମ୍‌ଓଙ୍କ ବଦଳି

କେନ୍ଦୁଝର,୨୨ା୯(ସ୍ବ.ପ୍ର.): କେନ୍ଦୁଝର ସିଡିଏମ୍‌ଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ଗୁରୁବାର ବଦଳି ହୋଇଛି। ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କର ବଦଳି ହୋଇଛି। ବରିଷ୍ଠ ଶିଶୁ ବିଶେଷଙ୍କ ଡାକ୍ତର କିଶୋର ଚନ୍ଦ୍ର ତ୍ରିପାଠୀଙ୍କୁ କେନ୍ଦୁଝର ସିଡିଏମଓ ଭାବରେ ଅବସ୍ଥାପିତ କରାଯାଇଛି।...

ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଲାଗିବ ଟ୍ରାକିଂ ଡିଭାଇସ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ସବୁ ବଡ ଗାଡିରେ ଲୋକେସନ ଟ୍ରାକିଂ ଡିଭାଇସ ଏବଂ ପାନିକ ବଟନ ଲାଗିବ। ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୨୦୨୨ ଡିସେମ୍ବର ୩୧ ପୂର୍ବରୁ...

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ,୨୨ା୯(ସ୍ବ.ପ୍ର.): ମାଛକୁଣ୍ଡ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ସମେତ ନଗଦ ଟଙ୍କା ଜବତ ହୋଇଛି। କୋରାପୁଟ ପୋଲିସକୁ ମାଓବାଦୀ ମୁକାବିଲା କ୍ଷେତ୍ରରେ ଏକ ବଡ଼ଧରଣର ସଫଳତା ମିଳିଛି। ସୂଚନାନୁଯାୟୀ ଏସ୍‌ଓଜି ଓ ଡିଭିଏଫ୍‌ ପକ୍ଷରୁ କୋରାପୁଟ ଜିଲା...

୨୫ ଜିଲାରେ ସ୍ବାଭାବିକ ବର୍ଷା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଆଜିଠୁ ରାଜ୍ୟରେ ଲଘୁଚାପ ପ୍ରଭାବ କମିଛି। ଯାହା ଫଳରେ ବର୍ଷାର ପରିମାଣ ମଧ୍ୟ କମିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ୧ ଜୁନରୁ ୨୨ ସେପ୍ଟେମ୍ବର (୧୧୪ ଦିନ)...

ମାଲକାନଗିରିରେ ଅଜଣା ରୋଗରେ ଆଉ ଜଣଙ୍କର ଜୀବନଗଲା

ମାଲକାନଗିରି,୨୨ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ବୁଧବାର ରାତିରେ ଆଉ ଜଣେ ଯୁବକଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଲକ୍ଷ୍ମା ମାଡକାମୀ(୨୨)। ଲକ୍ଷ୍ମା ଗତ ୧୩ ତାରିଖରେ ମାଲକାନଗିରି...

ବ୍ୟବସ୍ଥା ନ କରି ଜରିମାନା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଜନସଂଖ୍ୟା ସହ ଗାଡ଼ିସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ବିଶେଷକରି ଭୁବନେଶ୍ୱରର କଟକ ରୋଡ୍‌ରେ କୌଣସି ସ୍ଥାନରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ସାଧାରଣ...

୨୨ବର୍ଷ ହେଲା ରାସ୍ତା, ଡ୍ରେନ୍‌ କାମ ଅଧୁରା

ପାରାଦୀପ,୨୨ା୯(ସ୍ବ.ପ୍ର.): ପାରାଦୀପ ଡେଭଲେପମେଣ୍ଟ ଅଥରିଟି (ପିଡିଏ)ପକ୍ଷରୁ ନିମିଢି ମୌଜାଠାରେ ୨୦୦୦ମସିହାରୁ ଏକ ଟାଉନସିପ ପାଇଁ ଜାଗା ବଣ୍ଟନ କରାଯାଇଛି। ସମୁଦାୟ ୯୨ ପ୍ଲଟ ବିଭିନ୍ନ ଲୋକ ନେଇଛନ୍ତି। ସେଥିରୁ ୩୫ ଜଣ ଘର କରି ଦୀର୍ଘବର୍ଷ ହେଲା ରହୁଛନ୍ତି। ଏହା...

ବାଇକ୍‌ରେ ଢେଙ୍କାନାଳରୁ ଲଦାଖ

ଢେଙ୍କାନାଳ ଅଫିସ, ୨୨ା୯: ବାଇକ୍‌ରେ ଢେଙ୍କାନାଳରୁ ଲେହ, ଲଦାଖ। ୧୮ ଦିନରେ ୬ ହଜାର ୩୩୩ କିଲୋମିଟର ଦୀର୍ଘପଥ। ଏଭଳି ଦୁଃସାହସିକ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି ଢେଙ୍କାନାଳ ବାଇକର୍ସ କ୍ଲବର ସଂଯୋଜକ ମଳୟ ପଟ୍ଟନାୟକ। ଏହି କଷ୍ଟକର ଯାତ୍ରାରୁ...

ଏଥର ଓଡ଼ିଆ ଭାଷାରେ ହେବ ଓଏଏସ୍‌ ପରୀକ୍ଷା

ଭୁବନେଶ୍ୱର,୨୨ା୯(ବ୍ୟୁରୋ): ଏଥର ଓଏଏସ୍‌ ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ। ତେବେ ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀମାନେ ନିଜ ମନ ମୁତାବକ ଭାଷା ବାଛି ପରୀକ୍ଷା ଦେବେ। ମେନ୍‌ ଓ ଇଣ୍ଟରଭିୟୁ ସବୁ କିଛି...

ଗଛରେ ପିଟିହେଲା ସ୍କୁଲ୍‌ ବସ୍‌

କଟକ ଅଫିସ,୨୨ା୯: ଗୁରୁବାର ସକାଳେ ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏହି ବସ୍‌ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନାନୁଯାୟୀ, ଆଜି ସକାଳୁ ୩୦ ପିଲାଙ୍କୁ...

ମୁଜାଗଡ଼ ରେଞ୍ଜ ହାତୀ କରିଡରରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଭଞ୍ଜନଗର,୨୨।୯(ଡି.ଏନ.ଏ): ଗଞ୍ଜାମ ଜିଲାରେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କାରଣରୁ ୪୨ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ସେଥିମଧ୍ୟରୁ କେବଳ ବିଦ୍ୟୁତ୍‌ ଆଘାତରେ ୧୪ଟି ହାତୀ ମୃତ୍ୟୁ ଘଟିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ରାସ୍ତା ଦେଇ ଯାଇଥିବା...

ଜିଲା ଚକ୍ଷୁ ଚିକିତ୍ସାଳୟ ଛାତରୁ ଗଳୁଛି ପାଣି

ପାରଳାଖେମୁଣ୍ଡି,୨୨।୯(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ଚିକିତ୍ସାଳୟ ବିଭାଗର ଛାତରୁ ପାଣି ଗଳୁଥିବାର ଦେଖିବାକୁ ମିଳିଛି । ଫଳରେ ଗୋଡ ଖସି ପଡିଯିବା ଭୟରେ ରୋଗୀ, ଡାକ୍ତର ଓ କର୍ମଚାରୀମାନେ ଆଶଙ୍କାରେ ଯିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri