ରାଜ୍ୟ

ରାଜଧାନୀରେ ଶୋଭାପାଇବ ୧୭୮ ମେଢ଼

ଭୁବନେଶ୍ୱର,୧୨।୯(ବ୍ୟୁରୋ): ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ପୂଜା ପାଇବେ ମା’ଦୁର୍ଗା। କରୋନା କମୁଥିବାରୁ ଏଥର ରାଜଧାନୀରେ ଜାକଜମକରେ ଦୂର୍ଗା ପୂଜା ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାଜଧାନୀରେ ୧୭୮ଟି ମେଢ଼ ଶୋଭାପାଇବ। ପୂର୍ବ ଭଳି ଭସାଣି ପାଇଁ...

ଦୁର୍ବଳ ହେଲା ଅବପାତ!

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତ ଦୁର୍ବଳ ହୋଇ ଏକ ସୁଦୃଶଃ-ଲଘୁଚାପ କ୍ଷେତ୍ର ଭାବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର...

ବିଷ ପିଇଥିଲେ ଆଇଟିଆଇ ଛାତ୍ର: ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ ଅଫିସ,୧୨ା୯: ବିଷ ପିଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର ଥିଲେ। ଚିକିତ୍ସାଧୀନ ଅବସ୍ଥାରେ...

ଓଲଟିଲା ତୀର୍ଥଯାତ୍ରୀ ବସ୍‌

ରୂପ୍‌ସା,୧୨ା୯(ଡି.ଏନ୍‌.ଏ.): ବାଲେଶ୍ୱର ୬୦ନଂ ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଠାରେ ସୋମବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ବସ୍‌ ଓଲଟି ପଡ଼ିଛି। ଫଳରେ ୬୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୫ ଜଣ ଗୁରୁତର...

କାର୍ଯ୍ୟକ୍ଷମ ହେଉନି ଆଦିବାସୀ ଛାତ୍ରୀନିବାସ

ଝାରସୁଗୁଡ଼ା ଅଫିସ,୧୨ା୯: ଝାରସୁଗୁଡା ଜିଲା କୋଲାବିରା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ପରିସରରେ ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ୮ ଲକ୍ଷ ଟଙ୍କା ବ୍ୟୟରେ ଛାତ୍ରୀନିବାସ ନିର୍ମାଣ ହୋଇଛି। ୨୦୦୧ ମେ ୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ...

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୨ା୯(ବ୍ୟୁରୋ): ରାଜ୍ୟରୁ ସୋମବାର ୧୯୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦,୪୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୫ ଜଣ ଚିହ୍ନଟ...

ଆଜିଠୁ ଓଜେଇଇ ଓ୍ବେବ୍‌ କାଉନସେଲିଂ

ଭୁବନେଶ୍ୱର,୧୨ା୯(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହେବ ଓଜେଇଇ ଓ୍ବେବ୍‌ କାଉନସେଲିଂ। ଆଜି ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍ଚ ଏବଂ ଏମ୍‌. ପ୍ଲାନ୍‌ ପାଇଁ କାଉନସେଲିଂ ହେବ। ସେହିପରି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ବି.ଟେକ୍‌, ବି.ଆର୍ଚ, ବି. ପ୍ଲାନ୍‌, ବି.କ୍ୟାଟ୍‌, ଏମ୍‌.ଏସ୍‌ସି ଆଦି...

୫ ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି

କେନ୍ଦୁଝର,୧୨ା୯(ସ୍ବ.ପ୍ର.): ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମଣ୍ଡି, କଅଁଳେଇ ବାଲିପାଳ, ମୟୁରନଚା ଓ ଭଅଁରା ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ପଞ୍ଚାୟତବାସୀ ପ୍ରଶାସନ ନିକଟରେ ଦାବି...

ବିପଦ ସଂକେତ ଟପିଲା ଜଳକା

ରୂପସା,୧୨।୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳପତ୍ତନ ରବିବାର ବୃଦ୍ଧି ପାଇଛି। ଅପରାହ୍ନ ୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ବିପଦ...

କନିକା ପ୍ରଜା ଆନ୍ଦୋଳନ ପାଠ୍ୟପୁସ୍ତକରେ ସ୍ଥାନ ପାଇବ

ରାଜକନିକା,୧୨ା୯(ଡି.ଏନ.ଏ.): ଭାରତ ବର୍ଷର ସ୍ବାଧୀନତା ଇତିହାସର ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବାରେ ଯେଉଁ ହୀନମାନ୍ୟତା ରଖାଯାଇଛି ତା’ର ଅନ୍ତ ଘଟାଇ ସତ୍ୟ ଲୋକଲୋଚନକୁ ଆଣିବାକୁ ହେବ। ଏହିସବୁ ସଂଗ୍ରାମର ବାସ୍ତବ ଦେଶପ୍ରେମକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ଯେଉଁ ପ୍ରୟାସ ରଖାଯାଇଛି...

ମଦ, ବିଷାକ୍ତ ଖାଦ୍ୟ ନେଉଛି ଜୀବନ

ମାଥିଲି,୧୨ା୯ (ଡି.ଏନ.ଏ):ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ତ ଗ୍ରାମରେ ଦେଖାଦେଇଥିବା ଅଜଣା ରୋଗର କାରଣ ଏବେ ସ୍ପଷ୍ଟ ହୋଇଛି। ମଦ ଓ ବିଷାକ୍ତ ଖାଦ୍ୟ ଖାଇ ଲୋକେ ପ୍ରାଣ ହରାଉଥିବା ମାଥିଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ...

ବଦଳିଗଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ

ସମ୍ବଲପୁର,୧୨ା୯(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସମ୍ବଲପୁର ଜିଲା ପ୍ରଭାବିତ ହୋଇଥିଲା। ତଳିଆ ଅଞ୍ଚଳରେ ପାଣି ପଶିବା ସହ ଘରଦ୍ୱାର ଭାଙ୍ଗିଥିଲା। ଧାନ ଓ ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଥିଲା। କ୍ଷତିପୂରଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri