ରାଜ୍ୟ

ସୁସ୍ଥ ହେଲେ ଆଉ ୨୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୭୪,୪୯୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

କମୁଛି ହାତୀ ସଂଖ୍ୟା: ଆଜି ଆଉ ଗୋଟିଏ ଆଖି ବୁଜିଲା, ୩ ମାସରେ ମଲେଣି ୩ ଦନ୍ତା

ଭଞ୍ଜନଗର,୩ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଗୟଗଣ୍ଡା ନିକଟସ୍ଥ ରାମ୍ପ ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ବିଗତ କିଛିଦିନ ହେବ ଅସୁସ୍ଥ ହୋଇ ଜଙ୍ଗଲରେ ଏଣେତେଣେ ଘୂରି ବୁଲୁଥିଲା। ତାକୁ...

ବାତ୍ୟା ହେବନି କେବଳ ବର୍ଷିବ

ଭୁବନେଶ୍ୱର, ୩।୯(ବ୍ୟୁରୋ): ସେପ୍ଟେମ୍ବରରେ ଏକ ବାତ୍ୟା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଶୁକ୍ରବାର ଏକ ଆଶ୍ୱସ୍ତିକର ଖବର ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ...

ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ଲାଷ୍ଟ ସିନ୍‌ ଦେଖାଇଲେ ଚିତ୍ତ

ଭୁବନେଶ୍ୱର,୩।୯(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଶାସ୍ତ୍ରୀନଗରରେ ରହୁଥିବା ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଶନିବାର ଶାସ୍ତ୍ରୀନଗର ଘରେ ପୋଲିସ ସିନ୍‌ ରିକ୍ରେସନ କରିବ। ପୁରୁଷବନ୍ଧୁ ଚିତ୍ତ ଲାଷ୍ଟ ସିନ ଦେଖାଇଛନ୍ତି। ସନ୍ଦେହରୁ ଝଗଡ଼ା, ପରେ ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ ଏପରି ତଥ୍ୟ...

ମାଦକଦ୍ରବ୍ୟ କାରବାର ବନ୍ଦ ଅଭିଯାନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୩ା୯: ନିଶା ସେବନ ଶରୀର ପାଇଁ କ୍ଷତିକାରକ। ଏଥିପାଇଁ ନିଶା ସେବନରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ମାଧ୍ୟମରେ ବର୍ଷ ବର୍ଷ ଧରି ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏ ବାବଦରେ ସରକାରୀ ଅର୍ଥ ବ୍ୟୟ ହେଉଛି।...

ସପ୍ତାହେ ହେବ ଜଳୁନି ଷ୍ଟ୍ରିଟ ଲାଇଟ

ଆଳି,୩ା୯(ଡି.ଏନ.ଏ.): ରାଜ୍ୟ ସରକାର ଗଁା ଗହଳିଠାରୁ ଆରମ୍ଭ କରି ବଜାର ଘାଟ ସବୁ ସ୍ଥାନରେ ଆଲୋକୀକରଣ ନିମନ୍ତେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରିଛନ୍ତି। ଏହି ଅବସରରେ ଆଳି ବ୍ଲକ ନିଆଳ ପଞ୍ଚାୟତର ହାଟ ନିକଟରୁ ଆଳି ରାଜବାଟି ପର୍ଯ୍ୟନ୍ତ ଆଲୋକୀକରଣ...

ସମବାୟ ସମିତିରେ ମିଳୁନି ସାର

ପଟ୍ଟାମୁଣ୍ଡାଇ, ୩ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି। ଚଳିତ...

ଟାଙ୍କିରୁ ମିଳୁନି ପାନୀୟ ଜଳ

ମାର୍ଶାଘାଇ, ୩ା୯(ଡି.ଏନ.ଏ.): ରାଜ୍ୟ ସରକାର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ମାଧ୍ୟମରେ ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି। ହେଲେ କେଉଁଠି ବିଦ୍ୟୁତ ସମସ୍ୟା ତ କେଉଁଠାରେ ଓଭରହେଡ଼ ପାଣି ଟାଙ୍କିକୁ ବୋରିଂରୁ ପାଣି...

ଜମି ଦୁର୍ନୀତି ଗନ୍ତାଘର ପାଲଟିଛି କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ, ୩ା୯: କେନ୍ଦ୍ରାପଡ଼ା ଜିଲା ଜମି ଦୁର୍ନୀତିର ଗନ୍ତାଘର ପାଲଟିଛି। ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ତୋରେହୀ ଗ୍ରାମର ୨ ଏକର ସରକାରୀ ଜମିକୁ ଜଣେ ବ୍ୟକ୍ତି ହାତେଇ ନେଇଛନ୍ତି। ଏହା ସରକାରୀ ଖାତାକୁ ଫେରାଇ ଆଣିବା ଓ ଜମି...

ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ଏକାଧିକ ଦୋକାନ

ଭୁବନେଶ୍ୱର,୩।୯: ଗ୍ୟାସ୍‌ ଟାଙ୍କି ଫାଟି ନିଆଁ ଲାଗିଯିବାରୁ ଭିଏସଏସ୍‌ ନଗର ପାଣିଟାଙ୍କି ସମ୍ମୁଖରେ ଥିବା ଏକାଧିକ ଦୋକାନ ଜଳିଯାଇଛି। ଶୁକ୍ରବାର ଅପରାହ୍ନରେ ଫଳ ଦୋକାନୀ ରୋଷେଇ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଉକ୍ତ ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ...

ନୂଆ ସଫେଇ ସଂସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ଭୁବନେଶ୍ୱର, ୩।୯ (ବ୍ୟୁରୋ): ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ତଥାପି ଏହାକୁ ଗୁରୁତର ସହ ନ ନେଇ ନୂଆ ସଫେଇ ସଂସ୍ଥାଗୁଡ଼ିକୁ ଅନୁକମ୍ପା ଦେଖାଇ ଚାଲିଛି। ଫଳରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ...

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା

ବାଲୁଗଁା,୩ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଞ୍ଚଳରେ ଅଧିକ ଯୌତୁକ ଦାବିରେ ଜଣେ ମହିଳାଙ୍କୁ ଶ୍ୱଶୁରଘର ଲୋକେ ସଂଘବଦ୍ଧ ଭାବେ ହତ୍ୟା କରିଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ମୃତା ହେଲେ ଏହି ଥାନା ଅଧୀନ ସିଙ୍ଗେଶ୍ୱର ଅଞ୍ଚଳର ପ୍ରୀତମ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri