ରାଜ୍ୟ

ଚାଷଜମିରୁ ଛାଡୁନି ବନ୍ୟାପାଣି

ଆରଡ଼ି, ୨୬।୮(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ୪ ପଞ୍ଚାୟତ ସୁନ୍ଦରପୁର, ଓଳଗ, ଆରଡ଼ି ଓ ନାନ୍ଦପୁରର ୨୦ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଓ ବନ୍ୟାରେ ପ୍ରାୟ ୧୫ ଦିନ ଧରି ଚାଷଜମି...

ଖଟିଆରେ ବୁହାହେଲେ ରୋଗୀ

ବାରିପଦା ଅଫିସ/ କୁଳିଅଣା,୨୬ା୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜିଆଣି ସାହି(ପଳାଶବଣି) ଗ୍ରାମର ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ବୋହି ନାଳ ପାରି କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ଚର୍ଚ୍ଚାର ବିଷୟ...

ପଲିଥିନ୍‌ ତଳେ ବିତୁଛି ବୃଦ୍ଧଙ୍କ ଜୀବନ

ମହାକାଳପଡ଼ା,୨୬ା୮(ଡି.ଏନ୍‌.ଏ.): ବିଦ୍ୟାଳୟରେ ଶିକ୍ଷକ ପାଠ ପଢ଼ାଇବା ବେଳେ ପିଲାମାନଙ୍କୁ ୩ ଚୁଲି ଝିଙ୍କାର ଉଦାହରଣ ଦେଇ କୁହନ୍ତି, ପିଲେ ସଂସାରକୁ ତୁମକୁ ଆଣିଥିବା ମା’ ହେଉଛନ୍ତି ପ୍ରଥମ ଗୁରୁ। ଦ୍ୱିତୀୟରେ ବାପା, ୩ୟରେ ପାଠ ପଢ଼ାଉଥିବା ଗୁରୁ। ତେଣୁ ତୁମକୁ...

ଆନୁଷଙ୍ଗିକ ଶିଳ୍ପ ବିକାଶକୁ ଓଡ଼ିଶା ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର,୨୬।୮:ଲୋକମାନଙ୍କ ଭିତରେ ନିଯୁକ୍ତି ହାସଲ କରିବାର କ୍ଷମତା ବଢ଼ାଇବା ଓ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ବିତ କରିବା ଲାଗି ଓଡ଼ିଶା ସରକାର ଆନୁଷଙ୍ଗିକ ଶିଳ୍ପ ପ୍ରତି ନିଜର ପ୍ରତିବଦ୍ଧତା ଓ ଗୁରୁତ୍ୱକୁ ଦୋହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ...

ଅସମ୍ପୂର୍ଣ୍ଣ ନଦୀବନ୍ଧ, ବିପଦରେ ଜୀବନ

ଯାଜପୁର ଅଫିସ,୨୬ା୮: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଶାଖା କାଣି ନଦୀର ବ୍ରହ୍ମଚାରୀପାଟଣାରେ ସୃଷ୍ଟି ହୋଇଥିବା ଘାଇ ଉପରୁ ବନ୍ୟାଜଳ ହ୍ରାସ ପାଇଛି। ଏହାପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଘାଇ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ପୁଣି...

ସାଟେଲାଇଟ୍‌ ଧରିବ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୬ା୮: ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି-୨୦୧୬ ଓ ରିହାତି (ସଂଶୋଧନ)-୨୦୧୭ ଓ ୨୦୧୮ ଆଇନ ଅନୁଯାୟୀ ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ୍‌ ଉପରେ ଗତ ମାର୍ଚ୍ଚରେ ବିଧାନସଭାରେ ପ୍ରଶ୍ନ ହେବା ପରେ ଯାଜପୁର ଜିଲା ଧର୍ମଶାଳା ତହସିଲ...

ଜନଜାତି କଲ୍ୟାଣ, ମହିଳା ସଶକ୍ତୀକରଣ ପାଇଁ କିସ୍‌ ଓ ନଓ୍ବା ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୨୬।୮ (ବ୍ୟୁରୋ):କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ (କିସ୍‌) ଏବଂ ନାଭି ଓ୍ବେଲ୍‌ଫେୟାର ଓ ଓ୍ବେଲ୍‌ନେସ୍‌ ଆସୋସିଏଶନ (ନଓ୍ବା) ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କିସ୍‌ ପକ୍ଷରୁ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ...

ମହିଳା ଡାକ୍ତରଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,(ବ୍ୟୁରୋ)୨୬ା୮:ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଏକ କ୍ଲିନିକ ବିରୋଧରେ ୨୦୧୯ରେ ହୋଇଥିବା ବେଆଇନ କନ୍ୟା ଭ୍ରୂଣ ହତ୍ୟା ମାମଲାରେ ଗୁରୁବାର ରାୟ ପ୍ରକାଶ ପାଇଛି। ଫେମିଲାଇଫ୍‌ ଫର୍ଟିଲିଟି ଫାଉଣ୍ଡେଶନ ପ୍ରାଇଭେଟ ଲିଃର ମାଲିକାଣୀ ତଥା ଡାକ୍ତର ନବନୀତା ପାଢୀଙ୍କୁ ଭୁବନେଶ୍ୱର ଜେଏମ୍‌ଏଫ୍‌ସି...

୨୩ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ମିଳିବ ଭେଣ୍ଡିଂ ଜୋନ୍‌

ଭୁବନେଶ୍ୱର, (ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୨୬।୮ (ଡି.ଏନ୍‌.ଏ.):୩ଦିନର ଆନ୍ଦୋଳନ ପରେ ଶେଷରେ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଥଇଥାନ ନେଇ ପ୍ରତିଶ୍ରୁତି ମିଳିଛି। ଆସନ୍ତା ୩ମାସ ମଧ୍ୟରେ ୨୩ଜଣ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ୍‌ ଯୋଗାଇ ଦିଆଯିବ। ସେ ପର୍ଯ୍ୟନ୍ତ ସେମାନେ...

ଲିଙ୍ଗରାଜ ମନ୍ଦିର ରୋଷଘରେ ପଶି ଭୋଗ ଖାଇଲେ ମାନସିକ ବିକୃତ

ପୁରୁଣା ଭୁବନେଶ୍ୱର,୨୬।୮(ଡି.ଏନ୍‌.ଏ.):ଶ୍ରୀଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ରାତି ପ୍ରାୟ ୮ଟା ସମୟରେ ଠାକୁରଙ୍କ ବଡ଼ସିଂହାର ବେଶ ଚାଲିଥିବା ବେଳେ ହଠାତ୍‌ ଜଣେ ମାନସିକ ବିକୃତ ଲୋକ ମନ୍ଦିର ଭିତରକୁ ପଶିଯାଇଥିଲେ। ଆଶ୍ଚର୍ଯ୍ୟର କଥା...

ସପ୍ତପୁରୀ ଅମାବାସ୍ୟା: କୁମ୍ଭାର ସାହିରୁ ଆସିଲା ତାଡ଼

ପୁରୁଣା ଭୁବନେଶ୍ୱର,୨୬।୮(ଡି.ଏନ୍‌.ଏ.):ଆସନ୍ତା ଶନିବାର ସପ୍ତପୁରୀ ଅମାବାସ୍ୟା। ଏହି ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ସପ୍ତପୁରୀ ପିଠା ଲାଗିହେବ। ଏହା ପ୍ରତ୍ୟେକ ଧୂପ ଏବଂ ବେଢା ଭିତରେ ଥିବା ସମସ୍ତ ଠାକୁରଙ୍କ ପାଖରେ ଭୋଗ କରାଯିବ। ଏଣୁ ଗୁରୁବାର ସନ୍ଧ୍ୟାରୁ...

ହତ୍ୟାକରି ମହାନଦୀକୁ ଫିଙ୍ଗିଦେଇଥିଲେ

ଖୋର୍ଦ୍ଧା ଅଫିସ, ୨୬ା୮:ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୁବୁସାହିର ଯୁବକ ବାସୁଦେବ ପ୍ରଧାନଙ୍କ ନିଖୋଜ ଘଟଣା ନୂଆମୋଡ଼ ନେଇଛି। ବାସୁଦେବଙ୍କୁ ଅଭିଯୁକ୍ତ କବାଡ଼ିଆ ମାଲିକ ରବୀନ୍ଦ୍ର ମୁଦୁଲି ହତ୍ୟା କରି ବୋଲେରୋରେ ମୃତଦେହ ନେଇ ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri