ରାଜ୍ୟ

କଂଗ୍ରେସ କ୍ଷମତାକୁ ଆସିଲେ ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ଛାଡ଼

ବାରିପଦା ଅଫିସ,୨୯ା୬: ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ପ୍ରତି ଘରକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସୋମବାର...

ପ୍ରସ୍ତୁତ ହେଲା ୩ ମାସିଆ ଖସଡ଼ା

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଓ...

ପ୍ରଦୀପ୍ତଙ୍କ ଅସୁସ୍ଥତା ବିରୋଧୀଙ୍କୁ ମୌକା

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ଆସନ୍ତା ଜୁଲାଇ ୨ରେ ବିଧାନସଭାର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି। ବିରୋଧୀ ଦଳ ନେତା ପଦବୀ ପାଇଁ ବିଧାୟକମାନଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରତିଯୋଗିତା। ଏହି ରେସ୍‌ରେ ଆଗରେ ରହିଛନ୍ତି ବିରୋଧୀ...

ସାଙ୍ଗ ପାଇଁ ପରୀକ୍ଷାରେ ଉତ୍ତର ଲେଖି ନ ଥିଲେ ଦ୍ରୌପଦୀ

ନୀଳାଦ୍ରି ବିହାରୀ ଦଣ୍ଡପାଟ ବାରିପଦା ଅଫିସ, ୨୯ା୬: ମୟୂରଭଞ୍ଜ ଜିଲାର ଉପରବେଡ଼ାରେ ଜନ୍ମିତା (୨୦ ଜୁନ ୧୯୫୮) ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ କୁସୁମୀ ବ୍ଲକ୍‌ ଅଧୀନ ଏହି ଗ୍ରାମଟି...

ଷ୍ଟେଜ୍‌-୩ରେ ଭଲ ହୋଇପାରିବ ସ୍ତନ କର୍କଟ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ସ୍ତନ କର୍କଟର ବି ଚିକିତ୍ସା ହୋଇପାରିବ। ଖୁବ୍‌ଶୀଘ୍ର ଏଥିପାଇଁ ଔଷଧ ଆସିବ। ଷ୍ଟେଜ୍‌-୩ରେ ଥିବା ସ୍ତନ କର୍କଟ ରୋଗ ମଧ୍ୟ ଭଲ ହୋଇପାରିବ। ଏହାର ଚିକିତ୍ସା କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକ ସଫଳତା ହାସଲ କରିଛନ୍ତି। ଭୁବନେଶ୍ୱର ଜୀବ...

ସାପଧରାଳିଙ୍କ ଘରେ ୧୯ ଛୁଆ ଦେଲା ତମ୍ପ

କାକଟପୁର,୨୮।୬(ଡି.ଏନ୍‌.ଏ.)- ପୁରୀ ଜିଲା କାକଟପୁର ବ୍ଲକ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ମଙ୍ଗଳବାର ତମ୍ପ ସାପର ୧୯ଟି ଅଣ୍ଡା ଫୁଟି ଜନ୍ମ ହୋଇଛନ୍ତି ୧୯ଟି ଛୁଆ। ପରେ ବ୍ରଜକିଶୋର ଉକ୍ତ ଛୁଆଗୁଡ଼ିକୁ ଉଦ୍ଧାର କରି ସ୍ଥାନୀୟ...

୨୮ ଲକ୍ଷର ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜଧାନୀରୁ ବ୍ରାଉନସୁଗାର ଜବତ। ୟୁନିଟ ୮ ନାରାୟଣୀ ବସ୍ତିରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏଥିରେ ଦୁଇ ଭାଇଙ୍କୁ ଗିରଫ କରାଯାଇଛି। ଏମାନେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିଲେ। ତେବେ ଜବତ...

ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି, ସକାଳ ୮ଟାରୁ ଦର୍ଶନ

ପୁରୀ ଅଫିସ,୨୮।୬: ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଜାରି ହୋଇଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ। ଏହାପରେ...

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ଢେଙ୍କାନାଳ ଅଫିସ,୨୮।୬: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ବମ୍ପା ଗ୍ରାମରେ ମଙ୍ଗଳବାର ଭୋରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶରତ ପଲେଇ(୬୮) । ମିଳିଥିବା ସୂଚନା ମୁତାବକ, ଶରତ ମଙ୍ଗଳବାର ଭୋର ସମୟରେ...

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟୁଇଟ୍‌: ରାମ ଗୋପାଳ ବର୍ମାଙ୍କ ନାମରେ ମାମଲା

ବାରିପଦା ଅଫିସ,୨୮।୫(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ବିବାଦୀୟ ଟୁଇଟ୍‌ କରିଥିଲେ। ଏହାକୁ ନେଇ ରାଇରଙ୍ଗପୁର ଟାଉନ ଥାନାରେ ଭାଜପା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଜଣେ...

ବଢ଼ୁଛି କରୋନା: ଲୋକଙ୍କୁ ଭିଡ଼କୁ ନ ଯିବାକୁ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସ୍ଲୋ ପ୍ରାଗେସରେ ଅଛି। ପୂର୍ବରୁ ସଂକ୍ରମଣ ୫୦ ମଧ୍ୟରେ ରହୁଥିଲା, କିଛି ଦିନ ହେବ ତାହା ୭୦କୁ ଛୁଇଁଥିଲ। ବର୍ତ୍ତମାନ ଏହି ସଂଖ୍ୟା ୧୦୦ ପାର କରିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ହାତୀ କଙ୍କାଳ ଉଦ୍ଧାର ଘଟଣାରେ ନିଲମ୍ବିତ ହେଲେ ରେଞ୍ଜ ଅଫିସର

ଅନୁଗୋଳ ଅଫିସ,୨୮।୬: ସାତକୋଶିଆ ବନଖଣ୍ଡରେ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ରେଞ୍ଜ ଅଫିସର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ପିସିସିଏଫ୍‌ ଶଶି ପୌଲ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୩ଜଣ ୱାଚରଙ୍କୁ ଗିରଫ କରାଯାଇଥିବା ବେଳେ ୨ଫରେଷ୍ଟରଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri