ରାଜ୍ୟ

ସ୍ଥାପନ ହେବ ୫୦୦ ମିଶନ ଶକ୍ତି ବଜାର

ଭୁବନେଶ୍ୱର,୩।୬(ବ୍ୟୁରୋ): ଆଗାମୀ ଦିନରେ ରାଜ୍ୟ ସରକାର ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚଜି)ମାନଙ୍କ ପାଇଁ ୫୦୦ ମିଶନ ଶକ୍ତି ବଜାର ସୃଷ୍ଟି କରିବେ। ଏହି ବଜାର ମହିଳା ଏସ୍‌ଏଚଜିଙ୍କ ଦ୍ୱାରା ସ୍ବଦେଶୀ ଉତ୍ପାଦିତ ଦ୍ରବ୍ୟର ବିକ୍ରି ଓ ବଜାର ନିମନ୍ତେ ହଟ୍‌ସ୍ପଟ୍‌ ହୋଇପାରିବ...

ଆଗକୁ ବର୍ଷା: ଉପକୂଳବାସୀଙ୍କ ବଢ଼ୁଛି ଚିନ୍ତା

ପଟ୍ଟାମୁଣ୍ଡାଇ,୩ା୬(ସ୍ବ.ପ୍ର.): ଜୁନ ମାସ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରାକ୍‌ ଆକଳନ କରିବା ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ି ଯାଇଛି। ସଦା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ସାମନା କରିଥିବା ଅଞ୍ଚଳବାସୀଙ୍କ...

ଉପକୂଳ ପାଲଟିଛି ନିଶା ବ୍ୟବସାୟୀଙ୍କ ଚାରଣ ଭୂଇଁ

ମହାକାଳପଡ଼ା,୩ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ବୃଦ୍ଧି ପାଉଛି ବେଆଇନ ନିଶା ବ୍ୟବସାୟ। ସ୍ଥାନୀୟ ବ୍ୟବସାୟୀମାନେ ବେଆଇନ ଭାବେ ଖୁଲମ୍‌ଖୁଲା ଦେଶୀ ରନ୍ଧା ମଦ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏମାନେ ଦେଶୀ ମଦ ମଧ୍ୟରେ...

୧୦୦୦ ପୁଅରେ ୮୯୮ ଝିଅ ଜନ୍ମ

ଯାଜପୁର ଅଫିସ,୩ା୬: ଯାଜପୁର ଜିଲାରେ ପୁଅଙ୍କ ତୁଳନାରେ ଝିଅ ଜନ୍ମ ଅନୁପାତ ହ୍ରାସ ଉଦବେଗଜନକ ହୋଇଛି। ୨୦୧୫-୧୬ ବର୍ଷରେ ଯାଜପୁର ଜିଲାରେ ୧୦୦୦ ପୁଅ ତୁଳନାରେ ଝିଅ ଜନ୍ମହାର ୭୨୫ ରହିିଥିଲା। ଏହି ସମୟରେ ଭାରତରେ ୯୨୯ ଏବଂ ଓଡିଶାରେ...

ଡା. ନିବେଦିତା ପାଣିଙ୍କୁ କ୍ୟାପିଟାଲ ହସ୍ପିଟାଲ ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦ୍ଦେଶକ ଦାୟିତ୍ୱ

ଭୁବନେଶ୍ୱର,୩।୬(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଆନେସ୍ଥୋଲୋଜି ପ୍ରଫେସର ଡା. ନିବେଦିତା ପାଣିଙ୍କୁ ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ ଆଣ୍ଡ୍‌ କ୍ୟାପିଟାଲ ହସ୍ପିଟାଲର ଭାରପ୍ରାପ୍ତ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଏ ନେଇ...

ଛତିଶଗଡ଼ରୁ ଅଭିଯୁକ୍ତ ଉମେଶ ସୁଧାକର ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳରେ ଥିବା ଏକ ଘରୋଇ କଲେଜର ମହିଳା ଆସିଷ୍ଟାଣ୍ଟ୍‌ ପ୍ରଫେସରଙ୍କୁ ବଳାତ୍କାର ମାମଲାରେ ଫେରାର ଥିବା ଅଭିଯୁକ୍ତ ଉମେଶ ସୁଧାକର ଧରାପଡ଼ିଛନ୍ତି। ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍‌ ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ ରାୟପୁରରୁ...

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ହାଇକୋର୍ଟରେ ନିରଞ୍ଜନଙ୍କ ଜାମିନ ଆବେଦନ

ଭୁବନେଶ୍ୱର,୩।୬(ବ୍ୟୁରୋ): ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅବସରପ୍ରାପ୍ତ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗୁରୁବାର ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ପୂର୍ବରୁ ଭଦ୍ରକ...

୨ ହାତୀଦାନ୍ତ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ବନ୍ୟପ୍ରାଣୀ ଚାଲାଣକାରୀଙ୍କୁ ଗିରଫ କରିଛି। ସେ ହେଲେ କନ୍ଧକୋଇଲି ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନ। ତାଙ୍କଠାରୁ ୪ କେଜି ୫୦୦ ଗ୍ରାମର...

ମାଟିତଳୁ ଆଉ ଏକ ହାତୀ କଙ୍କାଳ ମିଳିଲା

ଭୁବନେଶ୍ୱର,୩।୬(ବ୍ୟୁରୋ): ହାତୀଙ୍କ ପାଇଁ ମୃତ୍ୟୁର ଇଲାକା ପାଲଟିଛି ଆଠଗଡ଼ ବନଖଣ୍ଡ। ଏହି ବୃହତ୍‌ ବନ୍ୟପ୍ରାଣୀ ପାଇଁ ବିପଦ ସାଜିଛନ୍ତି ଖୋଦ୍‌ ସୁରକ୍ଷା ଦାୟିତ୍ୱରେ ରହୁଥିବା ବନ ଅଧିକାରୀ ଓ କର୍ମଚାରୀ। ଗତ ଫେବୃୟାରୀ ୮ରେ କ୍ରାଇମ୍‌ବ୍ରାଞ୍ଚ ନରସିଂହପୁର ଓ୍ବେଷ୍ଟ ରେଞ୍ଜ୍‌...

ବ୍ରଜରାଜନଗର ଉପନିର୍ବାଚନ: ଫଳାଫଳ ନେଇ ପ୍ରାର୍ଥୀଙ୍କ ଉତ୍କଣ୍ଠା

ଝାରସୁଗୁଡ଼ା ଅଫିସ,୩ା୬: ବ୍ରଜରାଜନଗର ଉପନିର୍ବାଚନ ଶେଷ ହୋଇଥିବାବେଳେ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ହାତୀ କାହା ମୁଣ୍ଡରେ ସୁନାକଳସ ଢାଳିବ ତାହା ଜାଣିବା ପାଇଁ ଆଉ ମାତ୍ର କେଇଘଣ୍ଟାର ଅପେକ୍ଷା। ଶୁକ୍ରବାର ସକାଳ ୮ଟାରୁ ଝାରସୁଗୁଡ଼ା ଇଞ୍ଜିନିୟରିଂ...

ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ପ୍ରସଙ୍ଗ: ସତ୍ୟପାଠରେ ତଥ୍ୟ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୩ା୬: ଉଚ୍ଚ ନ୍ୟାୟାଳୟରେ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ଦ୍ୱାରା କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଜଷ୍ଟିସ ସଙ୍ଗମ କୁମାର ରାଉତ ଓ ଜଷ୍ଟିସ ବି.ପି. ଶତପଥିଙ୍କ ଖଣ୍ଡପୀଠରେ ହୋଇଥିଲା। ବିଧାୟକଙ୍କ ଲାଗି ଆପାର୍ଟମେଣ୍ଟ ନିର୍ମାଣ, ଏଥିନିମନ୍ତେ ହେଉଥିବା...

ଆଜି ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ

ଭୁବନେଶ୍ୱର,୩।୬(ବ୍ୟୁରୋ): ଝାରସୁଗୁଡ଼ା ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ନିମନ୍ତେ ଶୁକ୍ରବାର ପୂର୍ବାହ୍ନ ୮ଟାରେ ଭୋଟ ଗଣନା କରାଯିବ। ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିତ୍କାରୀ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri