ରାଜ୍ୟ

ଯୋଶେଫ ହତ୍ୟା ମାମଲା: ୨ ଭାଇଙ୍କୁ ଆଜୀବନ ଜେଲ

ଭଞ୍ଜନଗର,୨।୬(ଡି.ଏନ.ଏ): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଗୌଡ଼ଗୋଠ ପଞ୍ଚାୟତ ଅଧୀନ ଦୁଦୁବୁରୀ ଗ୍ରାମରେ ୨୦୧୬ ଅଗଷ୍ଟ ୨୬ରେ ଘଟିଥିବା ଯୋଶେଫ ପାଟ୍ଟମାଝୀ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଡ. ଅରୁଣ କୁମାର ସାହୁ ସାକ୍ଷୀଙ୍କ...

୪୦ ଡିଗ୍ରୀ ଉପରେ ୧୫ ସହର, ସୋନପୁର ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର,୨।୬(ବ୍ୟୁରୋ): ସିଝୁଛି ପଶ୍ଚିମ ଓଡ଼ିଶା। ୧୫ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ୪୪.୮ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ବଲାଙ୍ଗୀରରେ ୪୪.୫ ଡ଼ିଗ୍ରୀ, ଟିଟିଲାଗଡ଼ରେ ୪୪.୪ ଡ଼ିଗ୍ରୀ, ବରଗଡ଼ରେ ୪୩.୬ ଡ଼ିଗ୍ରୀ...

ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୪୨କୋଟି

ଭୁବନେଶ୍ୱର,୨।୬(ବ୍ୟୁରୋ): ମା’ଶାରଳା ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୪୨କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ବର୍ଷକ ମଧ୍ୟରେ କାମ ସାରିବା...

ରାଜ୍ୟରୁ ଆଉ ୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨, ୭୯,୨୧୪ ସୁସ୍ଥ ହୋଇସାରିଲେଣି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ଜେଲ୍‌ ଗଲେ ହିନ୍ଦୋଳ ଏସ୍‌ଡିପିଓ

ଢେଙ୍କାନାଳ ଅଫିସ,୨।୬: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ୩୦ହଜାର ଟଙ୍କା ଲାଞ୍ଚ ନେଇ ବୁଧବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ ମଳୟ କିଶୋର ନାୟକଙ୍କୁ ଗୁରୁବାର ମଧ୍ୟାହ୍ନରେ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର...

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା !

କଟକ ଅଫିସ,୨ା୬: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିବାଦ ତୁଟିବାର ନାଁ ଧରୁନି। ବର୍ଷା ଅନୁଭବଙ୍କ ପୈତୃକ ଘର  ଛାଡ଼ିବାକୁ ଅନୁଭବ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ବାପା, ମାଆ ଅସୁସ୍ଥ...

 ରାତି ପାହିଲେ ଭୋଟ ଗଣତି

ଝାରସୁଗୁଡ଼ା ଅଫିସ,୨।୬: ବ୍ରଜରାଜନଗର ଉପନିର୍ବାଚନ ଶୁକ୍ରବାର ଭୋଟ ଗଣତି ହେବ।ଝାରସୁଗୁଡ଼ା ଇନ୍‌ଞ୍ଜିୟରିଂ ସ୍କୁଲ୍‌ରେ ଭୋଟ ଗଣତି ହେବ। ଏ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୦...

ବିଧାୟକଙ୍କ ଲାଗି ନୂତନ କ୍ୱାର୍ଟର୍ସ ନିର୍ମାଣ ମାମଲାରେ ହାଇକୋର୍ଟରେ ଶୁଣାଣି

କଟକ ଅଫିସ,୨।୬: ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ଲାଗି ରବିନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ଆଖିବୁଜା ଗଛ କଟା ଚାଲିଛି। ଏଯାବତ ୩ଶହରୁ ଊର୍ଦ୍ଧ୍ୱ ଗଛ କଟାଯାଇଥିବା ବେଳେ ୮୦୦ ଗଛ କଟାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିକାଶ ନାମରେ...

ବାଲିମେଳା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ

କୋରୁକୋଣ୍ଡା,୨ା୬(ଡି.ଏନ୍‌.ଏ.): ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଗୁରୁବାର ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିରେ ଦେଖିବାକୁ ମିଳିଛି।  ଗତ କିଛିଦିନ ଧରି ବାଲିମେଳାକୁ ଆସିଥିବା ବିକାଶମୂଳକ କାର୍ଯ୍ୟ ତଥା ଇଣ୍ଡୋର...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର/ନୂଆଦିଲ୍ଲୀ,୨।୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାରେ ରାୟକୁ ସଂରକ୍ଷିତ ରଖିଛନ୍ତି । ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ କୋର୍ଟ ଶୁକ୍ରବାର ଯାଏ ରାୟକୁ ସଂରକ୍ଷିତ ରଖିଛନ୍ତି ।...

‘ମଙ୍କିପକ୍ସ ମାମଲା ବଢିଲେ ଦୁଇ ପ୍ରକାର ସର୍ଭିଲାନ୍ସ କରାଯିବ’

ଭୁବନେଶ୍ୱର,୨।୬(ବ୍ୟୁରୋ) : ଦେଶରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସ ମାମଲା। ଏହାରି ଭିତରେ ମଙ୍କିପକ୍ସ ମାମଲାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗତ ମାସ ସୁଦ୍ଧା ଦେଶରେ ମଙ୍କିପକ୍ସର କୌଣସି ତଥ୍ୟ ନାହିଁ...

ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୫୦ରୁ ଊର୍ଦ୍ଧ୍ୱ ମାଓବାଦୀ

ମାଲକାନଗିରି,୨ା୬(ଡି.ଏନ୍‌.ଏ.): ପୋଲିସ ଡିଜି ସୁନୀଲ ବଂଶଲ ଗୁରୁବାର ମାଲକାନଗିରି ଜିଲା ଗସ୍ତରେ ଆସିଥିବା ବେଳେ ଯନ୍ତ୍ରୀ ପଞ୍ଚାୟତରେ ନୂତନ କରି ହୋଇଥିବା ବିଏସ୍‌ଏଫ୍‌ କ୍ୟାମ୍ପ୍‌ ପରିଦର୍ଶନ କରିଥିଲେ। ଏହି ସମୟରେ ଯନ୍ତ୍ରୀ, ପଣସପୁଟ, ନାକାମାମୁ ଓ ଅଣ୍ଡପାଲି ପଞ୍ଚାୟତର ୫୦ରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri