ରାଜ୍ୟ

ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଫସାଉଥିଲେ,୪୫ ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ ପାଇଁ କରିଥିଲେ ଯୋଜନା

କଟକ ଅଫିସ, ୨୯ା୪: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଏଡିଟିଂ କରି ସେମାନଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ। ଏହି ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କଟକ ନେମାଳ ଅଞ୍ଚଳର ୨୨ବର୍ଷୀୟ...

କାର୍ଯ୍ୟାନୁଷ୍ଠାନ: ଆଇଏଫ୍‌ଏସ୍‌ ଅଭୟ ପାଠକଙ୍କ ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ଆଇଏଫ୍‌ଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ) ଅନ୍ତର୍ଗତ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଡି...

ମାଟ୍ରିକ ପରୀକ୍ଷା ଦେଲେ ମା’-ପୁଅ

ଜୟପୁର,୨୯ା୪ (ନି.ପ୍ର.)- ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଗୋଟିଏ ବିଦ୍ୟାଳୟରେ ପରୀକ୍ଷା ଦେଲେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର । ଜୟପୁରରେ ମା’ ଓ ପୁଅ ମାଟ୍ରିକ ପରୀକ୍ଷା ଦେବା ପରି ଖବର ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।...

ବୌଦ୍ଧରେ ପୁଣି ୪୫ ଡିଗ୍ରୀ

ଭୁବନେଶ୍ୱର,୨୯ା୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବୌଦ୍ଧରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୨୫ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା...

ଦିଲ୍ଲୀରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

  ଭୁବନେଶ୍ୱର,୨୯।୪(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିଙ୍କ ବୈଠକ ଡାକିଥିବା କାର୍ଯ୍ୟକ୍ରମରେ ଯୋଗ ଦେବି। ଓଡ଼ିଶାର ବାକି ଥିବା...

ବଦଳିଲେ କଟକ, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ ହୋଇଛି। ଶୁକ୍ରବାର ରାଜ୍ୟ ସରକାର ଏଭଳି ଅଦଳବଦଳ କରିଛନ୍ତି। କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ବଦଳି କରାଯାଇଛି। କଟକର ନୂଆ ଡିସିପି ଭାବେ ପିନାକ ମିଶ୍ରଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଭୁବନେଶ୍ୱର ନୂଆ...

‘ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ’

ଭୁବନେଶ୍ୱର,୨୯।୪(ବ୍ୟୁରୋ): କୋଭିଡ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଏବେ ଆମେ ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡକୁ ଯାଉଛେ। ଏ ଭାଇରସ କୁଆଡେ ଯିବନି, କିନ୍ତୁ ତା’ର ରୋଗ କରିବା କ୍ଷମତା...

ତାତିରୁ ମିଳିବ ମୁକ୍ତି: ୪ରେ ଲଘୁଚାପ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ସାରା ସହର । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ। ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ହେଲେ...

ଶେଷ ହେଲା ମାଟ୍ରିକର ପ୍ରଥମ ଦିନ ପରୀକ୍ଷା

ଭୁବନେଶ୍ୱର,୨୯।୪(ବ୍ୟୁରୋ): ମାଟ୍ରିକର ପରୀକ୍ଷା ପ୍ରଥମ ଦିନର ଦ୍ବିତୀୟ ସମେଟିଭ ପରୀକ୍ଷା ଶେଷ ହୋଇଛି। ପ୍ରଥମ ଦିନରେ ଛାତ୍ରୀଛାତ୍ର ଇଂରାଜୀ ପରୀକ୍ଷା ଦେଇଛନ୍ତି। ଗ୍ରୀଷ୍ମପ୍ରବାହ ଓ କୋଭିଡକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ଗୁଡିକରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ବୋର୍ଡ...

ରାୟଗଡ଼ା ଗସ୍ତରେ ରାଜ୍ୟ ଖାଦ୍ୟ କମିଶନ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ାକୁ ଦିନିକିଆ ଗସ୍ତ କରି ରାଜ୍ୟ ଖାଦ୍ୟ କମିଶନ ପି.କେ.ମେରକାପ ଖାଦ୍ୟ ଯୋଜନାର ସମୀକ୍ଷା କରିଛନ୍ତି। ରାୟଗଡ଼ା ବ୍ଲକରେ ଆଇଓ୍ବାଇସିଏଫ୍‌ କାର୍ଯ୍ୟକ୍ରମ, ସୁଲଭ ମୂଲ୍ୟ ଦୋକାନ,ଅଙ୍ଗନଓ୍ବାଡି କେନ୍ଦ୍ର, ପୁଷ୍ଟି ବଗିଚା,ରୋଷେଇ ବଗିଚା ଓ ଶିଶୁଯତ୍ନ ଗୋଷ୍ଠୀଗୁଡ଼ିକ ପରିଦର୍ଶନ...

୨ଦିନ ଆହୁରି ବଢିବ ତାତି!

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିରେ କଲବଲ ହୋଉଛନ୍ତି ଲୋକେ। ତେବେ ୨ଦିନ ମଧ୍ୟରେ ତାତିରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଶନିବାର ପର୍ଯ୍ୟନ୍ତ ୧୧...

୫୮ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ଫୁଲବାଣୀ ଅଫିସ,୨୯ା୪: ମନରେ ପାଠ ପଢ଼ିବାର ଇଚ୍ଛା ଥିଲେ ବୟସ କେବେ ବି ବାଧକ ସାଜେନା। ଏହାର ଏକ ଉଦାହରଣ ପାଲଟିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ୫୮ ବର୍ଷ ବୟସରେ ସେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଯାହାକୁ ନେଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri