ରାଜ୍ୟ

‘ରାଜ୍ୟରୁ ହଟିନି ମାସ୍କ ପିନ୍ଧିବା କଟକଣା’

ଭୁବନେଶ୍ୱର,୧୯।୪(ବ୍ୟୁରୋ) : କୋଭିଡ୍‌ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ। ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି, ଭିଡ଼ ସ୍ଥାନକୁ ଗଲେ ମାସ୍କ ଜରୁରୀ...

୩ କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଓଭର ବିଲିଂ ଅଭିଯୋଗରେ ୩ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ୩ କନଷ୍ଟେବଳ ହେଲେ ସୀମାଞ୍ଚଳ ସେଠୀ, ଅଜିତ ଧଳ ଓ ରଞ୍ଜିତ ସ୍ବାଇଁ । ପଞ୍ଚାୟତ ନିର୍ବାଚନ ସମୟରେ ଡିଜେଲ ଓଭର ବିଲିଂ ଅଭିଯୋଗରେ ସମ୍ବଲପୁର ଏସ୍‌ପି...

ବଢିବ ଓମ୍‌ଫେଡ ଦର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ଓମ୍‌ଫେଡ କ୍ଷୀର ଦର ବୃଦ୍ଧି ପାଇବ । ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ...

ମାହାଙ୍ଗା ଗଣହତ୍ୟା ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା,୧୯।୪(ସ୍ବ.ପ୍ର.): ମାହାଙ୍ଗା ଗଣହତ୍ୟା ମାମଲାରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ରିପୋର୍ଟରେ ବିଷକ୍ରିୟା ନେଇ କୌଣସି ସୂଚନା ନାହିଁ। ଏ ନେଇ କଟକ ଗ୍ରାମାଞ୍ଚଳ ଥାନା ପୋଲିସ ସୂଚନା...

ମେ ୧୨ରେ ପରିବାର ଅଦାଲତରେ ହାଜର ହେବେ ସୁମିତ-ତପସ୍ବିନୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ରହ୍ମପୁର ବ୍ରହ୍ମାନଗର ତପସ୍ବିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ବିବାଦ ସମାଧାନ ହୋଇନାହିଁ । କୋର୍ଟ ନିର୍ଦ୍ଦେଶ ପ୍ରକାରେ ତପସ୍ବିନୀଙ୍କୁ ସୁମିତ ମାସିକ ୧୦ ହଜାର ଟଙ୍କା ଭରଣ ପୋଷଣ ଦେଉଛନ୍ତି । ଜିଲା କୋର୍ଟ...

ବେଲାଦୁଲାରୁ ଦୂର ହେଉଛି ଅନ୍ଧବିଶ୍ୱାସ

ବଇଣ୍ଡା,୧୯।୪(ଡି.ଏନ.ଏ.) ଦୀର୍ଘବର୍ଷ ଧରି ଅନ୍ଧବିଶ୍ୱାସର ଶିକାର ହୋଇଥିବା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲାଦୁଲା ଗ୍ରାମରେ ଛାତଘର ନିର୍ମାଣ ହେଉ ନ ଥିଲା। ହେଲେ ଗତବର୍ଷ ପ୍ରଶାସନ ସହଯୋଗରେ ଗଁା ଲୋକଙ୍କ ମନରୁ ପୂର୍ବ ଅନ୍ଧବିଶ୍ୱାସ ଦୂର କରାଯାଇ ପ୍ରଥମ...

ପାଇପ୍‌ ମରାମତି କଲା ପ୍ରଶାସନ

ମାଧପୁର,୧୯।୪(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳୀ ଗ୍ରାମକୁ ନିକଟସ୍ଥ କନ୍ଧପଡା ପାନୀୟ ଜଳ ପ୍ରକଳ୍ପରୁ ଯାଇଥିବା ପାଇପ୍‌ ଫାଟିଯିବା କାରଣରୁ ୨ ଦିନ ହେଲା ପିଇବା ପାଣି ବିଲରେ ମାଡ଼ୁଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ...

ଜରାଜୀର୍ଣ୍ଣ ଘରେ ଶିକ୍ଷାଦାନ

ପବିତ୍ରନଗର,୧୯।୪(ଡି.ଏନ.ଏ) ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଏକ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରାୟ ୩ ବର୍ଷରୁ ଊଦ୍ଧର୍‌ବ ହେବ ନିର୍ମାଣ ସରିଛି। ଶିଶୁମାନଙ୍କ ନିମନ୍ତେ ସୁନ୍ଦର ଭାବେ ଚିତ୍ରଣ କରାଯିବା ସହିତ ପାଇଖାନା ଓ...

‘ଚାଷୀଙ୍କ ଆୟ ଦ୍ବିଗୁଣିତ କରିବ ଡ୍ରୋନ୍‌’

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.) ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍‌। ଡ୍ରୋନ୍‌ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଆୟ ମଧ୍ୟ ବଢ଼ାଇପାରିବ। ଏହି ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ୧୦୦ କିଷାନ୍‌ ଡ୍ରୋନ୍‌ର ଶୁଭାରମ୍ଭ କରିଛନ୍ତି।...

ବ୍ୟାଘ୍ର ପ୍ରକଳ୍ପରୁ ବିସ୍ଥାପିତ ହେବ କଟରଙ୍ଗ

ବନ୍ତଳା, ୧୯।୪ (ଦିନେଶ ଦେହୁରୀ) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ କୋର୍‌ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ବିସ୍ଥାପିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପ୍ରାଥମିକତାରେ ରାଇଗୁଡା ଗ୍ରାମକୁ ବିସ୍ଥାପିତ କରାଯାଇଥିବା ବେଳେ ଏବେ ଟିକରପଡା ପଞ୍ଚାୟତ...

ହାଟ କରୁଛି ହଟହଟା

ଖମାର,୧୯।୪(ଡି.ଏନ.ଏ.) ପାଲଲହଡ଼ା ବ୍ଲକ ଖମାର ବଜାର ରାସ୍ତା ପାର୍ଶ୍ୱରେ ସୋମବାରିଆ ବସୁଥିବା ସାପ୍ତାହିକ ହାଟ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚାଲୁଛି। ଏଥିଯୋଗୁ ବେପାରୀ, ଗ୍ରାହକ ଓ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ହଟହଟା ହେବାକୁ ପଡ଼ୁଛି। ଅନେକ ସମୟରେ ରାସ୍ତା...

ଜମିହରା କର୍ମଚାରୀଙ୍କୁ ପୁନଃ ଅବସ୍ଥାପିତ ଦାବି

ଢେଙ୍କାନାଳ ଅଫିସ,୧୯।୪ ଢେଙ୍କାନାଳ ଜିଲା ଓଡାପଡା ବ୍ଲକ କୁରୁଣ୍ଟିଠାରେ ଗତ ୨୦୨୦ ମସିହାରୁ ବନ୍ଦହୋଇ ପଡିଥିବା ବିଆର୍‌ଜି ଷ୍ଟିଲ ପ୍ଲାଣ୍ଟ କିଛିଦିନ ତଳେ ରିମ୍‌ଝିମ୍‌ ଷ୍ଟିଲକୁ ବିକ୍ରି ହୋଇଯାଇଛି। ବିଆର୍‌ଜି କମ୍ପାନୀର ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପୁନଃ ଅବସ୍ଥାପିତ କରିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri