ରାଜ୍ୟ

ସ୍ବର୍ଣ୍ଣଚୂଡ ଜଙ୍ଗଲରେ ନିଆଁ

ସଜନାଗଡ଼, ୧୬।୪(ଡି.ଏନ.ଏ.) ହୁତୁ ହୁତୁ ହୋଇ ଜଳୁଥିଲା ନୀଳଗିରି ସଂରକ୍ଷିତ ସ୍ବର୍ଣ୍ଣଚୂଡ଼ ଜଙ୍ଗଲ। ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମାତ୍ର ପହଞ୍ଚତ୍ ପାରୁନି ବନବିଭାଗ। ଫଳରେ ଗ୍ରାମବାସୀ ଗରା ଓ ବାଲ୍‌ତି ଧରି ନିଆଁ ଲିଭାଇବାକୁ...

ସ୍ବାଭାବିକ ହେଉଛି ଯୋଡ଼ା ସହର

ଯୋଡ଼ା,୧୬।୪(ଡି.ଏନ.ଏ.) ରାମଝଣ୍ଡା ସ୍ଥାପନକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା କେନ୍ଦୁଝର ଜିଲା ଯୋଡ଼ା ସହର ଧିରେ ଧିରେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି। ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିତ୍ବା ୧୪୪ ସାମୟିକ କୋହଳ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର କିଣାବିକା...

ଚିତ୍ରକଳା ପ୍ରତିଯୋଗିତାରେ ବାରିପଦାର ମାନସ ଶ୍ରେଷ୍ଠ

ବାରିପଦା ଅଫିସ,୧୬।୪ ବିଶ୍ୱ କଳା ଦିବସ ଅବସରରେ ଅନ୍‌ଲାଇନ ଆର୍ଟ ସୋ ଉତ୍ସବର ୫ମ ଅନ୍ତର୍ଜାତୀୟ ‘ଧଉଳୀ ଅନ୍‌ଲାଇନ ଆର୍ଟ ଫେଷ୍ଟ-୨୦୨୨’ ପ୍ରଦର୍ଶନୀରେ ମୟୂରଭଞ୍ଜ ଜିଲାକୁ ସଫଳତା ମିଳିଛି। କୃତୀତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରୁ ବାରିପଦାର ମାନସ...

୭ଦିନ ଭିତରେ ଟଙ୍କା ନ ମିଳିଲେ ଧାରଣା

ବାହାନଗା, ୧୬।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିରେ ଦୀର୍ଘ ୩ ବର୍ଷ ତଳେ ଚାଷୀମାନେ ମିଲ୍‌ରେ ଧାନ ବିକ୍ରି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟଙ୍କା ପାଇପାରି ନାହାନ୍ତି ା ଆଗାମୀ ୭ଦିନ ମଧ୍ୟରେ...

ରଥ ପାଇଁ କାଠ ନାହିଁ

ବାରିପଦା ଅଫିସ,୧୬।୪ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ମିଳୁନି। ଏନେଇ ରଥ ମହାପାତ୍ରଙ୍କ ସମେତ ନିୟୋଜିତ ଥିବା କାରିଗରମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଚଳିତ...

ଆଜି ଶର୍ମିଷ୍ଠାଙ୍କ ୨ ସହଯୋଗୀଙ୍କୁ ଜେରା

ଭୁବନେଶ୍ୱର,୧୬।୪(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ଶର୍ମିଷ୍ଠାଙ୍କ ୨ ସହଯୋଗୀ ଭାଗ୍ୟଧର ଓ ବିବେକକୁ ପଚରାଉଚରା କରିବ। ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ଦେଇଛନ୍ତି। ଗତ ମାସ ୧୨ରେ ଉଭୟଙ୍କୁ ଗିରଫ କରିଥିଲା ଚାନ୍ଦବାଲି...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୪ ଜଣ ଲୋକାଲ କେସ ରହିଛନ୍ତି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ...

ମିଳିଲା ଅନୁମତି, ପରୀକ୍ଷା ପରିଚାଳନା କରିବ ଭିମ୍‌ସାର

ସମ୍ବଲପୁର,୧୬ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଭିମ୍‌ସାର) ଚଳିତ ଶିକ୍ଷାବର୍ଷରୁ ନିଜେ ପରୀକ୍ଷା ପରିଚାଳନା କରିବ। ଏ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ୨୦୧୪ରୁ ଏହା ସ୍ବୟଂଶାସିତ...

ମାହାଙ୍ଗା ଗଣହତ୍ୟା ମାମଲା: ଆଜି ସରିବ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

ମାହାଙ୍ଗା,୧୬।୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କ ଶନିବାର ରିମାଣ୍ଡ ଅବଧି ସରୁଛି। ହତ୍ୟାକାଣ୍ଡ ଉପରେ ପଚରାଉଚରା ଜାରି ରଖିଛି ପୋଲିସ। ଶୁକ୍ରବାର କ୍ରାଇମସ୍ପଟକୁ ଯାଇ ମର୍ଡରର ଡେମୋ ଦେଖାଇଥିଲେ ଶିବପ୍ରସାଦ ।ତେବେ...

ଭାଜପା କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଛେଣ୍ଡିପଦା,୧୬ା୪(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦୁର୍ଗାପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପ୍ରଧାନସାହି ତ୍ରିନାଥ ମଣ୍ଡପରେ ଶୋଇଥିବା ଭାଜପା କର୍ମୀ ସାଗର ପ୍ରଧାନ (୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ବିଜେଡିର ୪ କର୍ମୀଙ୍କ...

୨୧ଜଣଙ୍କ ନାମରେ ମାମଲା, ଜଣେ ଗିରଫ

ଖଣ୍ଡପଡ଼ା,୧୬ା୪(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ ଗଡ଼ିଆସାହି ପଞ୍ଚାୟତର ପଥରଖଣ୍ଡ ଗାଁରେ ଗତ ୧୨ତାରିଖ ରାତିରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଥିଲା। ଏହି ଘଟଣାରେ ପୋଲିସ ଉଭୟ ପକ୍ଷର ଏତଲାକ୍ରମେ ୨୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ତନ୍ମଧ୍ୟରୁ ଘଟଣାରେ...

ଜନଜାତିଙ୍କ ଅଧିକାର ଛଡ଼ାଇନେଇଛନ୍ତି ସରକାର: ଭାଜପା

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତୀକରଣ ଏବଂ ସେମାନଙ୍କ ପରମ୍ପରାର ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ। ଜନଜାତିଙ୍କ ବିକାଶ ଲାଗି କେନ୍ଦ୍ର ବଜେଟରେ ୪ଗୁଣା ବୃଦ୍ଧି କରିଛନ୍ତି। ସେହିପରି ଜନଜାତି ଛାତ୍ରବୃତ୍ତି ପରିମାଣକୁ ୯୭୮ କୋଟିରୁ ୨୭୨୬ କୋଟି ଟଙ୍କାକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri