ରାଜ୍ୟ

ମାଛଘାଟ ସାହିରେ ପହଞ୍ଚିିଲେ ଅଧିକାରୀ, ନେତା

ଚମ୍ପୁଆ,୯।୪(ଡି.ଏନ.ଏ) କେନ୍ଦୁଝର ଜିଲା ଚମ୍ପୁଆ ଏନଏସି ଅଧୀନ ଗୋଧୂଳି ଗ୍ରାମ ମାଛଘାଟ ସାହି ବାସିନ୍ଦା ନାଳରେ ଚୁଆ ଖୋଳି ଜଳ କଷ୍ଟ ମେଣ୍ଟାଉଥିବା ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ପ୍ରଶାସନର ଚେତା ପଶିଛି। ନବ ନିର୍ବାଚିତ ଏନ୍‌ଏସି ଅଧ୍ୟକ୍ଷ...

ଶ୍ରୀରାମ ଧ୍ୱନିରେ କମ୍ପୁଛି ସହର

ଭଦ୍ରକ ଅଫିସ,୯।୪ କୋଭିଡ୍‌ କଟକଣା ହଟିବା ପରେ ଭଦ୍ରକ ସହରରେ ଗଣପର୍ବ ଭାବେ ପରିଚିତ ଶ୍ରୀରାମ ନବମୀ ମହୋତ୍ସବ ଏଥର ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ। ଏଥିପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇଉଠିଛି। ଜୟ ଶ୍ରୀରାମ ଧ୍ୱନିରେ କମ୍ପୁଛି ସାରା ସହର।...

ଷ୍ଟେବିନ ବେନ୍‌ଙ୍କ ସଙ୍ଗୀତରେ ଝୁମିଲେ ୧୦ ହଜାର ଦର୍ଶକ

ଅନୁଗୋଳ ଅଫିସ,୯।୪ ଅନୁଗୋଳ ଜିଲା ମହୋତ୍ସବରେ ବାଧକ ସାଜିପାରିଲାନି ବର୍ଷା। କରୋନା କଟକଣା ହଟାଯିବା ପରେ ପ୍ରଥମ କରି ଜିଲାରେ ହେଉଥିବା ଏହି ବିରାଟ ଆୟୋଜନର ପ୍ରଥମ ସନ୍ଧ୍ୟାକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ। ବିଶେଷକରି ମହୋତ୍ସବର ମୁଖ୍ୟ ଆକର୍ଷଣ...

ଟାଟାଷ୍ଟିଲ୍‌ ପକ୍ଷରୁ ଓ୍ବାକାଥନ୍‌

ଢେଙ୍କାନାଳ ଅଫିସ, ୯।୪ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ପକ୍ଷରୁ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଓ୍ବାକାଥନ୍‌ ଅନୁଷ୍ଠିତ ହୋଇଯାଇଛି। ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ଆମ ପୃଥିବୀ ଆମ ସ୍ବାସ୍ଥ୍ୟ’ ଶୀର୍ଷକ ବିଷୟକୁ ନେଇ...

୧.୩୦ଲକ୍ଷ ଟଙ୍କାରେ ପ୍ରଥମ ମରୀଚି କୁଣ୍ଡ ପାଣି ନିଲାମ

ଭୁବନେଶ୍ୱର,୯।୪(ବ୍ୟୁରୋ) : ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ପାଣି ନିଲାମ କରାଯାଇଛି। ବଡୁ ନିଯୋଗ ପକ୍ଷରୁ କରାଯାଇଥିବା ଏହି ନିଲାମର ପ୍ରଥମ ଗରା...

କମୁଛି ସଂକ୍ରମଣ, ୧୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯।୪(ବ୍ୟୁରୋ) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୩ ଜଣ ଲୋକାଲ କେସ୍‌ ରହିଛି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୮...

ପୁଣି ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧.୪୧ କୋଟି

ଭୁବନେଶ୍ବର,୯।୪(ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ ହେବାରେ ଲାଗିଛି। ଶନିବାର ସାଲିଆସାହି ସ୍ଥିତ ଘରୁ ନଗଦ...

ଭାଜପା କୃଷକ ମୋର୍ଚ୍ଚାର ନୂଆ ଜିଲା ପ୍ରଭାରୀ

ଭୁବନେଶ୍ୱର,୯ା୪ (ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ଜିଲା ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଏନେଇ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସୂନା ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲା ପାଇଁ ରାମଚନ୍ଦ୍ର...

ପର ହେଲେ ପୋଲିଓ ଆକ୍ରାନ୍ତ ଶିଶୁ

ଢେଙ୍କାନାଳ ଅଫିସ୍‌, ୯ା୪: ସନ୍ତାନ ଉପରକୁ ସାମାନ୍ୟ ବିପଦ ଆସିଲେ ଛାତି ଦେଖାଇ ଛିଡ଼ା ହୁଅନ୍ତି ମା’ବାପା। ମା’ର ପଣତକାନି ତଳେ ନିଜକୁ ବେଶ୍‌ ସୁରକ୍ଷିତ ମଣେ ଶିଶୁ। ବାପାଙ୍କ ଅନୁଶାସନରେ ବଡ଼ ହୁଏ। ହେଲେ ଜଣେ ମାନସିକ ଅନଗ୍ରସର...

ଆଜି ଭୁବନେଶ୍ବରରେ ଡେପୁଟି ମେୟର ନିର୍ବାଚନ

ଭୁବନେଶ୍ୱର,୯।୪(ବ୍ୟୁରୋ): ଭୁବନେଶ୍ବରରେ ଆଜି ଡେପୁଟି ମେୟର ନିର୍ବାଚନ ହେବ। ୧୦ଟାରେ ଡେପୁଟି ମେୟର ପଦ ଲାଗି ନାମାଙ୍କନ କରାଯିବ । ୧୦ଟାରୁ ୧୧ଟା ଯାଏ ନାମାଙ୍କନ ସରିବା ପରେ ୧୧ଟାରୁ ୧୨ଟା ଭିତରେ ନାମାଙ୍କନ ପ୍ରତ୍ୟାହାର କରାଯିବ। ତେବେ ସଂଖ୍ୟା...

୧୦ରୁ ଭୁବନେଶ୍ୱର ନୂଆ ଷ୍ଟେଶନରେ ରହିବ ୪ ଯୋଡ଼ା ଟ୍ରେନ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱର ନୂତନ ଷ୍ଟେଶନରେ ପର୍ଯ୍ୟାୟକ୍ରମେ ୪ ଯୋଡ଼ା ଟ୍ରେନର ରହଣି କରିବ। ବିଶେଷ ଟ୍ରେନ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ପାସେଞ୍ଜର ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର...

ମାର୍ଚ୍ଚ ୩୧ ସୁଦ୍ଧା ୫୭,୨୨,୩୦୪ ଏମ୍‌ଟି ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର,୯ା୪(ବ୍ୟୁରୋ): ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଶେଷ ହୋଇଛି। ଏହି ସମୟରେ ୫୭ ଲକ୍ଷ ୨୨ ହଜାର ୩୦୪ ମେଟ୍ରିକ୍‌ ଟନ(ଏମ୍‌ଟି) ଧାନ ସଂଗ୍ରହ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri