ରାଜ୍ୟ

ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯,୦୨୬କୁ ବୃଦ୍ଧି

ଭୁବନେଶ୍ୱର,୨୧ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଦିଓ ହ୍ରାସ ପାଇଛି ମୃତ୍ୟୁସଂଖ୍ୟା କିନ୍ତୁ କମିବାର ନାଁ ନେଉନି। ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା...

ବୁଥ୍‌ ପରିବର୍ତ୍ତନ ଯୋଗୁ ଭୋଟ ଦେଲେନି ୨ ଗ୍ରାମର ଭୋଟର

ଟିକିରି,୨୧।୨(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ରବିବାର ଭୋଟ ଗ୍ରହଣ ହୋଇଥିଲା। ଏଥିରେ ଡଙ୍ଗାସିଲ ପଞ୍ଚାୟତର ବେଲଗଛ ତୁଣ୍ଡା ପୋଲିଂ ବୁ୍‌ଥ୍‌ ପରିବର୍ତ୍ତନ ନେଇ ଦୁଇ ଗ୍ରାମର ୨ ଶହରୁ ଊର୍ଦ୍ଧ୍ୱ ଭୋଟର ଭୋଟ ବର୍ଜନ କରିଛନ୍ତି। ବଲଗଛତୁଣ୍ଡା ଏବଂ ପଣ୍ଡକାମାରି...

ଛୁରି, ଟାଙ୍ଗିଆରେ ଆକ୍ରମଣ: ଜଣେ ମୃତ, ୩ ଅଟକ

ବଡ଼ବିଲ,୨୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀସ୍ଥିତ ସିରାଜୁଦ୍ଦିନ ହଟିଂରେ ରବିବାର ରାତିରେ କୌଣସି କାରଣରୁ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ...

ବିଏମ୍‌ସି ରାସ୍ତା ନିର୍ମାଣ ବେଳେ ଅଲୋଡ଼ା ହେଲା ଚିଠି ବାକ୍ସ

ବ୍ରହ୍ମପୁର ଅଫିସ,୨୧।୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବର୍ତ୍ତମାନ ସ୍ମାର୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି ସ୍ମାର୍ଟ ରାସ୍ତା ନିର୍ମାଣ ସମୟରେ କେତେବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି ତ ଆଉ କେତେବେଳେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଏଭଳି...

ଆନିମଲ୍‌ ଅଣ୍ଡରପାସ୍‌ କାମ ସରୁନି

କେନ୍ଦୁଝର,୨୧।୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ. ଜାତୀୟ ରାଜପଥର ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡ଼ିକରେ ହାତୀ ସାଙ୍ଗକୁ ଅନ୍ୟାନ୍ୟ ବନ୍ୟପ୍ରାଣୀ ବସବାସ କରୁଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଜାତୀୟ ରାଜପଥ...

ଜଳେଶ୍ୱରର ୧୯ ବୁଥ୍‌ରେ ଭୋଟ ଜାଲିଆତି ଅଭିଯୋଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବାଲେଶ୍ୱର ଜିଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କାଦରାୟାନ ଓ କାରୁଆ ପଞ୍ଚାୟତର ୧୯ଟି ବୁଥ୍‌ରେ ଶୁକ୍ରବାର ମତଦାନବେଳେ ବ୍ୟାପକ ଜାଲିଆତି, ବୁଥ୍‌ ଦଖଲ ଆଦି ଅଭିଯୋଗ ହୋଇଛି। ଏପରି ଅନିୟମିତତା ନେଇ କଂଗ୍ରେସର ସ୍ଥାନୀୟ...

ସଫଳତା ଦୋହରାଇବା ଲକ୍ଷ୍ୟରେ ଭାଜପା

ଜଗତ୍‌ସିଂହପୁର ଅଫିସ, ୨୧ା୨: ଜଗତ୍‌ସିଂହପୁର ଜିଲାର ୨୬ଟି ଜିଲା ପରିଷଦ ଜୋନ ମଧ୍ୟରୁ କୁଜଙ୍ଗ ବ୍ଲକର ୪ଟି ଯାକ ଆସନର ଗୁରୁତ୍ୱ ରହିଛି। ୨୦୧୭ ନିର୍ବାଚନରେ ଏହି ବ୍ଲକରେ ଭାଜପା ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା।...

୨୨ରେ ୪ର୍ଥ ପର୍ଯ୍ୟାୟ ଭୋଟ : ମତଦାନ କେନ୍ଦ୍ରରେ ପହଞ୍ଚିଲେ ପୋଲିଂ ଦଳ

ଡେଲାଙ୍ଗ,୨୧।୨(ଡି.ଏନ୍‌.ଏ): ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଆଗାମୀ ୨୨ ତାରିଖରେ ସକାଳ ୭ଟାରୁ ଅପରାହ୍ନ ୧ଟା ପଯର୍‌ୟନ୍ତ ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପ୍ରସ୍ତୁତି ଶେଷ କରିଛି। ବ୍ଲକର ୨୧ଟି ପଞ୍ଚାୟତରେ ୧ ଲକ୍ଷ ୨...

ବାଲଟ୍‌ ବକ୍ସ ସୁରକ୍ଷା ନେଇ ଚିନ୍ତାରେ ପ୍ରାର୍ଥୀ

ନିମାପଡ଼ା,୨୧ା୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକରେ ଗତ ୧୮ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ମତଦାନ ପରେ ବାଲଟ ବକ୍ସକୁ ନିମାପଡ଼ା ବ୍ଲକ କାର୍ଯ୍ୟାଳୟରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ଏହାର ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି। ତେବେ ବାଲ୍‌ଟ ବକ୍ସର...

ଖବରଦାତାଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି

ବିଞ୍ଝାରପୁର,୨୧ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ରବିବାର ରାତିରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସୋମବାର ଆଉ ୧୦ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଗିରଫ କରିସାରିଲାଣି...

ଖସିଲା କରୋନା ଗ୍ରାଫ୍‌: ଆଜି ରାଜ୍ୟରୁ ୩୮୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୩୮୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୨,୮୬୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୨୬ ଜଣ ଚିହ୍ନଟ...

ଗିରଫଦାରି, ବନ ବିଭାଗ କାର୍ଯ୍ୟକୁ ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଆଠଗଡ଼ ନରସିଂହପୁର ୱେଷ୍ଟ ରେଞ୍ଜ୍‌ ଅଧୀନ ବାରାସିଂଘା ବିଟ୍‌ ଅନ୍ତର୍ଗତ ଜଙ୍ଗଲରେ ପୋତା ଯାଇଥିବା ହାତୀର ଗଳିତ ମୃତଦେହ ଜବତ ଘଟଣାକୁ ଇତିମଧ୍ୟରେ ୧୧ଦିନ ବିତି ଯାଇଛି। ହେଲେ ଏଯାଏ କାହାକୁ ଗିରଫ କରାଯାଇନାହିଁ କି ଆଖିଦୃଶିଆ ପଦକ୍ଷେପ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri