ରାଜ୍ୟ

ଗଜପତିରେ ନିର୍ବାଚନୀ ହିଂସା: ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ପାରଳାଖେମୁଣ୍ଡି,୧୪ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଶରଧାପୁର ଗ୍ରାମରେ ଦେଖାଦେଇଛି ରାଜନୈତିକ ହିଂସା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣରେ ଗୁରୁତର ହୋଇଛନ୍ତି ସରପଞ୍ଚ ପ୍ରାର୍ଥୀ ସିଏଚ୍‌ ପ୍ରସାଦ ରାଓ। ଆକ୍ରୋଶ ମୂଳକ...

ଆଜି ରାଜ୍ୟରେ ୧୦୦୦ ତଳେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୮୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୮,୧୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୦୩ ଜଣ ଚିହ୍ନଟ...

ନିଜକୁ ଡାକ୍ତର କହି ୫ ରାଜ୍ୟରେ ରଖିଛନ୍ତି ୧୩ ସ୍ତ୍ରୀ, ଠକିଛନ୍ତି ବହୁ କୋଟି ଟଙ୍କା

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ନିଜକୁ ଡାକ୍ତର କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଜଣେ କୁଖ୍ୟାତ ଠକକୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲା ଭଗବାନପୁରର ରମେଶ ଚନ୍ଦ୍ର ସାଇଁ (୬୧)। ଖବର ଅନୁଯାୟୀ,...

ଏନ୍‌ଏଚ୍‌ଆର୍‌ସିରେ ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଇନ୍‌ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ରହୁଥିବା ମଡେଲର ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟାକୁ ୧୩ଦିନ ବିତିଛି। ପରିବାର ଲୋକଙ୍କ ଅଭିଯୋଗ ସତ୍ତ୍ୱେ ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ତେଣୁ ଭାରତୀୟ...

ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ରେ ହେବ କ୍ଲାସ ପ୍ରମୋଶନ ପରୀକ୍ଷା

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟରେ ସ୍କୁଲ୍‌ଗୁଡ଼ିକ ପର୍ଯ୍ୟାୟକ୍ରମେ ଖୋଲୁଛି। ଅଷ୍ଟମରୁ ଦ୍ୱାଦଶ ପାଠପଢ଼ା ଆରମ୍ଭ ହୋଇଛି। ସେହିଭଳି ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲୁଥିଲେ ମଧ୍ୟ ପାଠପଢ଼ା ୨୮ରୁ ଆରମ୍ଭ ହେବ। ସେ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲୁଥିବ। ତେବେ...

ମନରେ ସେବା ଭରିଦେଲା ପ୍ରେମ

ପୁରୀ ଅଫିସ,୧୪।୨: ଦରିଆ ସେପାରିର ପ୍ରେମ। ଏହି ପ୍ରେମ ଭିତରେ ମାଇଲ ମାଇଲର ଦୂରତା। ଭାଷା, ଚାଲିଚଳଣି ଓ ପରମ୍ପରା ଦୃଷ୍ଟିକୋଣରୁ ଉଭୟ ଏକଦମ୍‌ ଭିନ୍ନ। ତଥାପି ମିଶିଛି ମନ। ଦୁହେଁ ପରସ୍ପରର ହୃଦୟର ଭାଷାକୁ ବୁଝିପାରି ବିବାହ ବନ୍ଧନରେ...

ଗୀତା ବାଣ୍ଟି ନିଆରା ଭୋଟ ଭିକ୍ଷା

ଆଳି,୧୪ା୨(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ଏବେ ନିଆରା ପ୍ରଚାର ଦେଖିବାକୁ ମିଳୁଛି। ପ୍ରାର୍ଥୀ, ପ୍ରାର୍ଥିନୀମାନେ ଭିନ୍ନ ତରିକାରେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଜଣେ ପ୍ରାର୍ଥିନୀଙ୍କର ବହି ଚିହ୍ନ ଥିବାରୁ ସେ ଭୋଟରମାନଙ୍କୁ ଓଡ଼ିଆ ଜନଜୀବନର ମୁଖ୍ୟ...

ବିଜେଡି, ଭାଜପା ମଧ୍ୟରେ ଟକ୍କର

ଡେରାବିଶ,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେରାବିଶ ବ୍ଲ୍ଳକରେ ଆସନ୍ତା ୧୬ରେ ମତଦାନ ହେବ। ୧୩ ନଂ. ଜୋନ୍‌ ଜିଲା ପରିଷଦ ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ଜୋନ୍‌ରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୪୧ହଜାର ୭୪୮। ସେଥିମଧ୍ୟରୁ...

ଭିନ୍ନକ୍ଷମଙ୍କୁ ଟିକିଏ ସ୍ନେହ, ଚେନାଏ ହସ ବାନ୍ଧିରଖିଛି

ମହାକାଳପଡ଼ା, ୧୪ା୨(ଡି.ଏନ୍‌.ଏ.): ପ୍ରେମ ଶାଶ୍ୱତ ଓ ଚିରନ୍ତନ ସତ୍ୟ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ। ନିର୍ବିଶେଷରେ ଗୋଟିଏ ହୃଦୟ ସହ ଅନ୍ୟ ଏକ ହୃଦୟର ଘଟେ ମିଳନ। ପ୍ରେମ ସୁନ୍ଦର ଓ ଅସୁନ୍ଦରକୁ ପଛରେ ପକାଇ ମନ ସହିତ...

୯୫୭ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧.୭୭ ଲକ୍ଷ ଭୋଟର

ଧର୍ମଶାଳା,୧୪ା୨ (ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଧର୍ମଶାଳା ବ୍ଲକରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ୧୬ ତାରିଖରେ ଭୋଟ ଗ୍ରହଣ ହେବ। ବ୍ଲକର ୪୫ ପଞ୍ଚାୟତରେ ୱାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପ୍ରାର୍ଥୀ ଭାବେ...

ପ୍ରାର୍ଥୀଙ୍କ ଭରସା ଦଳୀୟ ଚିହ୍ନ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ୨୦ନଂ. ଜିଲା ପରିଷଦ ଜୋନଟି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି। ଏଥିଲାଗି ୩ ପ୍ରମୁଖ ଦଳରୁ ୩ଜଣ ମହିଳା ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

୩ ନଂ. ଜୋନ୍‌ରେ ଚର୍ତୁମୁଖୀ ଲଢ଼େଇ

ଏରସମା,୧୪ା୨(ସ୍ବ.ପ୍ର.): ଏରସମା ବ୍ଲକର ୪ଟି ଜିଲା ପରିଷଦ ଜୋନ ମଧ୍ୟରୁ ୩ ନଂ. ଜୋନରେ ପ୍ରଚାର ଜୋର ଧରିଛି। ଏରସମା, ଜିରାଇଲୋ, ଜପା, ନୂଆଡିହି, ଭିତର ଅନ୍ଧାରୀ ଓ କୁଞ୍ଜକୋଠି ପଞ୍ଚାୟତକୁ ନେଇ ଉକ୍ତ ଜୋନ୍‌ ଗଠିତ। ଏଠାରେ ୨୮,୬୩୧...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri