ରାଜ୍ୟ

ସୁନାଚୋରି ଘଟଣାରେ ଆଇଆଇସି ନିଲମ୍ବିତ

କୋରାପୁଟ/ନାରାୟଣପାଟଣା,୨ା୨(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଥାନା ଆଇଆଇସି ରଞ୍ଜିତ୍‌ ସାହୁଙ୍କୁ ବୁଧବାର ଡିଜିପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଲକ୍ଷ୍ମୀପୁର ଷ୍ଟେଟ୍‌ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ ସୁନା କିଣିଥିବା ଲୋକଙ୍କୁ ଖସି ପଳାଇବାରେ ଆଇଆଇସି ସାହୁ ସହାୟତା କରିଥିବାରୁ ତାଙ୍କ...

ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ମାଗିଥିଲେ ୩୦ ଲକ୍ଷ

ଭୁବନେଶ୍ୱର,୨।୨(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀଶାଗର ଥାନା ଝାରପଡ଼ା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ୩୦ ଲକ୍ଷ ମୁଣ୍ଡ ଜାମିନ ମାଗିଥିଲେ। ହେଲେ କମିଶନରେଟ ପୋଲିସ ୩୬ ଘଣ୍ଟାର ଅପରେଶନ କରି ଶେଷରେ ୪ ଅପହର୍ତ୍ତାଙ୍କୁ ନୟାଗଡ଼ରୁ ଗିରଫ କରିବାରେ...

ସ୍କୁଲ୍‌ ଖୋଲିବା ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨।୨: କରୋନା ମହାମାରୀ କାରଣରୁ ଛାତ୍ରୀଛାତ୍ର ଶିକ୍ଷା କ୍ଷେତ୍ରରେ ପ୍ରଭାବିତ ହୋଇଛନ୍ତି। କୋଭିଡ୍‌ କଟକଣା ମଧ୍ୟରେ କିଛି ଦିନ ଅଫଲାଇନ୍‌ କ୍ଲାସ୍‌ କରିବା ପାଇଁ ସରକାର ସ୍କୁଲ୍‌ ଖୋଲିଥିଲେ। ପୁଣି ରାଜ୍ୟରେ କରୋନାର ତୃତୀୟ ଲହର ବଢିବା ଯୋଗୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୬୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୨(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୬୦୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨,୧୫,୩୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।...

ଓଡିଶାକୁ ରେଳ ଅନୁଦାନ

ଭୁବନେଶ୍ୱର,୨।୨(ବ୍ୟୁରୋ): ବଜେଟ୍‌ରେ ଓଡିଶାକୁ ରେଳ ଅନୁଦାନ ନେଇ ସୂଚନା। ଖୋର୍ଦ୍ଧା- ବଲାଙ୍ଗୀର ରେଳ ପାଇଁ ୮୯୧ କୋଟି ମଞ୍ଜୁର ହୋଇଛି। ସେହିପରି ଅନୁଗୋଳ- ସୁକିନ୍ଦା ରେଳ ଲାଇନ୍‌ ପାଇଁ ୪୭୫ କୋଟି, ହରିଦାସପୁର- ପାରାଦୀପ ଲାଇନ୍‌ ପାଇଁ ୮୫ କୋଟି...

୫୦ ଲକ୍ଷ ଦିଅ ନହେଲେ ଜୀବନରୁ ମାରିଦେବି ବୋଲି ଦେଉଥିଲେ ଧମକ, ଅଭିଯୁକ୍ତଙ୍କୁ ବାନ୍ଧିଲା କଟକ ପୋଲିସ

କଟକ ଅଫିସ,୨।୨: କଟକର ଜଣେ ଡାକ୍ତରଙ୍କୁ ଫୋନ୍‌ରେ ଧମକ ଦେବା ସହ ମାଓବାଦୀ ଏବଂ ଲାଲ୍‌ ସଲାମ ନାମରେ ଟଙ୍କା ମାଗି ଗିରଫ ହୋଇଛନ୍ତି ଜଣେ ଅଭିଯୁକ୍ତ। ସେ ହେଲେ ଏମ୍‌ରୋଜ ଅନ୍‌ସାରୀ। ତାଙ୍କ ଘର ଝାଡ଼ଖଣ୍ଡର ମଝଗାଁ ଥାନା...

ପିଲାଙ୍କ ଉପସ୍ଥାନ ତଥ୍ୟ ପଠାଇବେ ସ୍କୁଲ୍‌ ପ୍ରିନ୍ସିପାଲ

ଭୁବନେଶ୍ୱର,୨।୨(ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଅନଲାଇନ୍‌ ପାଠପଢା ଉପରେ ଗୁରୁତ୍ୱାରୋପ କରାଯାଇଛି। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ କ୍ଲାସ କରୁଥିବା ପିଲାଙ୍କ ଉପସ୍ଥାନ ତଥ୍ୟ ଜଣାଇବା ପାଇଁ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ କେତେ ପିଲା ଅନ୍‌ଲାଇନ...

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ ଅଫିସ,୨।୨: ଜୁଲାଇ ୧ରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ ନିର୍ମାଣ ଲାଗି ଦଶପଲ୍ଲୀ ବନାଞ୍ଚଳରୁ ରଥକାଠ ଆସି ପୁରୀରେ ପହଞ୍ଚିଛି। ୩ଟି ଟ୍ରକ୍‌ରେ ୬୩ ଖଣ୍ଡ ଅଶନ ଓ ଧଉରା...

ନନ୍ଦନକାନନରେ ନାଲି ମହାବଳ ଶାବକର ମୃତ୍ୟୁ

ବାରଙ୍ଗ,୨।୨(ଡି.ଏନ୍‌.ଏ.): ନନ୍ଦନକାନନରେ ୧୦ ମାସର ନାଲି ମହାବଳ ଶାବକର ମୃତ୍ୟୁ ଘଟିଛି। ଧଳା ବାଘୁଣୀ ବିଜୟାର ଅଣ୍ଡିରା ଶାବକ ବଂଶୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ ଚିଡ଼ିଆଖାନାରେ ବାଘ ସଂଖ୍ୟା ୨୮କୁ ଖସିଆସିଛି । ୧୦ ଦିନ ତଳେ ବାଘ...

ଟିକା ଦେବାକୁ କହି ନବଜାତକକୁ ନେଇଗଲେ ନର୍ସ, ଖୋଜିଖୋଜି ପରିବାର ଲୋକେ ନୟାନ୍ତ

ନୟାଗଡ଼ ଅଫିସ,୨ା୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରୁ ପିଲା ଚୋରି ଅଭିଯୋଗ ହୋଇଛି। ଗତ ୨୮ ତାରିଖରେ ନୋତର ଗାଁର ରବୀନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ପ୍ରସବ ଯନ୍ତ୍ରଣା ପାଇଥିଲେ। ସେଠାରୁ ତାଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ସେହିଦିନ...

ତପସ୍ବିନୀ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ, ୨।୨: ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ବିନୀ ଦାଶ- ସୁମିତ୍‌ ସାହୁ ବିବାହ ବିବାଦ ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ହାଇକୋର୍ଟ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟ କାଏମ୍‌ ରଖିଛନ୍ତି। ପ୍ରତି ମାସ ୧୦ରେ ମାସିକ ଭରଣପୋଷଣ...

ପୌର ନିର୍ବାଚନ: ଫେବୃୟାରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ

ଭୁବନେଶ୍ୱର,୨।୨: ୧୧୦ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୪୮ ମ୍ୟୁନିସିପାଲିଟି ଓ ୫୯ ଏନଏସି ସୀମା ନିିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକା ଜିଲା ମାଜିଷ୍ଟ୍ରେଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି ।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri