ରାଜ୍ୟ

ଏକ୍ସଆଇଏମ୍‌ବିରୁ ଚିହ୍ନଟ ହେଲେ ୩୦ ସଂକ୍ରମିତ

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜଧାନୀର ଏକ ଶିକ୍ଷାନୁଷ୍ଠାନରେ ଫୁଟିଛି କରୋନା ବୋମା। ଭୁବନେଶ୍ୱରସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟରେ ଏକା ସଙ୍ଗେ ୩୦ରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସମ୍ପୃକ୍ତ ହଷ୍ଟେଲକୁ ଶନିବାର କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ସମୟରେ ସମ୍ପୃକ୍ତ...

ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ଚିହ୍ନଟ ହେଲେ ଆଉ ୧୪

ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ଆଉ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍‌ଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ (ଆଇଏଲ୍‌ଏସ୍‌) ପକ୍ଷରୁ ଶନିବାର ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି...

ବିମାନବନ୍ଦରରେ କମୁଛି ଯାତ୍ରୀଙ୍କ ସଂଖ୍ୟା

ଭୁବନେଶ୍ୱର, ୮।୧(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି। ଏଥି ଯୋଗୁ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି। ଦୈନିକ ଯାତ୍ରୀ ସଂଖ୍ୟା ୧୨...

ପୁରୀ ସ୍ବର୍ଗଦ୍ୱାରରେ ହେଲା କଟକଣା

ପୁରୀ ଅଫିସ, ୮।୧: ପୁରୀ ସ୍ବର୍ଗଦ୍ୱାରରେ ସୋମବାରରୁ ଶବଦାହ ଉପରେ କଟକଣା ଲାଗୁ ହୋଇଛି। ଏଣିକି ସ୍ବର୍ଗଦ୍ୱାରରେ ବାହାର ଜିଲାର ଲୋକଙ୍କ ଶବଦାହ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲାର ଲୋକ ପରିଚୟ ପତ୍ର ଦେଖାଇ ଶବଦାହ...

ଜଗାକୁ ଦେଖିବାକୁ ଭିଡ଼: ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି

ପୁରୀ ଅଫିସ,୮।୧: ଶ୍ରୀଜିଉଙ୍କୁ ଦର୍ଶନ ଉପରେ ୧୦ ତାରିଖରୁ କଟକଣା ଲାଗିବା ପରେ ଶନିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହିଛି। ଶନିବାରରେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଛନ୍ତି।...

ପ୍ରକାଶ ପାଇଲା ଜିଲା ପରିଷଦ ଅଧ୍ୟକ୍ଷ ଚୂଡାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର,୮।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜିଲା ପରିଷଦ ଅଧ୍ୟକ୍ଷ ପଦବୀର ଚୂଡାନ୍ତ ସଂରକ୍ଷଣ ତାଲିକା ଶନିବାର ପ୍ରକାଶ ପାଇଛି। ଏ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହି ସଂରକ୍ଷଣ ତାଲିକା ପ୍ରକାଶ କରିଯାଇଛି। ଅନୁସୂଚିତ ଜାତି/ଜନଜାତି ଓ ମହିଳାମାନଙ୍କ...

କେନାଲ କାମରେ ଅନିୟମିତତା

ହାଟଡିହୀ,୮।୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ ହୋଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଥ୍ୟା ବିଲ୍‌ କରାଯାଇଥିବା ଆନନ୍ଦପୁର ସିଭିଲ ସୋସାଇଟି...

ମାଙ୍କଡା ଖୋଳିବାରୁ ପାଣି ନାଳ ନଷ୍ଟ

ଖଇରା, ୮।୧(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ବର୍ତ୍ତନା ରାଜସ୍ବ କ୍ଷେତ୍ର ଅଧୀନ ରଟିଣା ବାଲିଶାସନ ନିକଟରେ କେତେଜଣ ବ୍ୟକ୍ତି ମାଙ୍କଡା ଓ ମୋରମ ଖୋଳିବା ନିଶାରେ ଚାଷଜମିକୁ ସଂଯୋଗ କରୁଥିବା ପାଣିନାଳକୁ ନଷ୍ଟ କରି ଦେଇଥିବାରୁ ଚାଷୀମାନେ ତୀବ୍ର...

ଚିନ୍ତା ବଢାଉଛି କରୋନା,ରାଜ୍ୟରେ ୩୬୭୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟରେ ଶନିବାର  ୩୬୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୩୧ ଜଣ ଲୋକାଲ...

‘ଶିମିଳିପାଳ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ’

ବାରିପଦା ଅଫିସ,୮।୧ ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନିରୁ ମୁକ୍ତ କରିବା ନିମନ୍ତେ ସପ୍ତାହବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ମୟୂରଭଞ୍ଜ ବନବିଭାଗର ମିଳିତ ସହଯୋଗରେ ସ୍ଥାନୀୟ ଛଉ...

ବାଲିବୋରେ ମଣ୍ଡି ଆରମ୍ଭ

ଭୁବନ, ୮।୧(ଡି.ଏନ୍‌.ଏ.) ଭୁବନ ବ୍ଲକ ବାଲିବୋରେ ଶୁକ୍ରବାରଠାରୁ ଖରିଫ୍‌ ଧାନ ମଣ୍ଡି ଆରମ୍ଭ ହୋଇଛି। ସିଡିପିଓ ଦାୟିତ୍ୱରେ ଥିବା ସୁପରଭାଇଜର ନିର୍ମଳ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ମଣ୍ଡିରେ ଧାନ ବିକ୍ରି କରିବାକୁ ୫୪୭...

୮ ବ୍ଲକରୁ ୪ଟିରେ ମହିଳା

ଅନୁଗୋଳ ଅଫିସ, ୮।୧ ଅନୁଗୋଳ ଜିଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପଦବୀର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ଜିଲାର ମୋଟ୍‌ ୮ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri