ରାଜ୍ୟ

କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତରଙ୍କ ସମେତ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜଧାନୀସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର ଜଣେ ଫାର୍ମାସିଷ୍ଟ ଅଛନ୍ତି। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ...

ଜିଲାପାଳଙ୍କ କାର୍ଯ୍ୟାଳୟରେ ଭାଜପା କର୍ମୀଙ୍କ ଭଙ୍ଗାରୁଜା

ଭଦ୍ରକ ଅଫିସ,୬ା୧: ଓବିସିମାନଙ୍କ ପାଇଁ ସିଟ୍‌ ସଂରକ୍ଷଣ, ଭୋଟର ତାଲିକାରେ ଜାଲିଆତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ତାଲିକାରେ ବ୍ୟାପକ ବେଆଇନ କାର୍ଯ୍ୟ କରାଯାଇଥିବା ଦାବିରେ ଭଦ୍ରକ ଭାଜପା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ...

ଭୁବନେଶ୍ବରର ଆଉ ୪ ଅଞ୍ଚଳ କଣ୍ଟେନମେଣ୍ଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ଭୁବନେଶ୍ବରରେ ଆଉ ୪ଟି ସ୍ଥାନକୁ ବିଏମ୍‌ସି କଣ୍ଟେନମେଣ୍ଟ ଘୋଷଣା କରିଛି। ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏ ଏବଂ ଶ୍ରୀକ୍ଷେତ୍ର ବିହାରରେ...

‘ଆଗକୁ ଆହୁରି ସଂକ୍ରମଣ ବୃଦ୍ଧି ପାଇବ’

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ତେବେ ଆଗକୁ ଆହୁରି ସଂକ୍ରମଣ ବୃଦ୍ଧି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସବୁ ରାଜ୍ୟରେ ଓମିକ୍ରନ ଦେଖାଦେଲାଣି, ଆଗକୁ ସଂକ୍ରମଣ ଆହୁରି ବଢିବ। ମୁକାବିଲା...

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ

ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି ଓମିକ୍ରନ। କରୋନାରେ ଆକ୍ରାନ୍ତ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ୩ ଦିନ ତଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ପରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି...

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୭କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା ଜିଲାରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ...

ବଢି ବଢି ଚାଲିଛି କରୋନା,ରାଜ୍ୟରେ ୧୮୯୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୮୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୮ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୬ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୯୧ ଜଣ ଲୋକାଲ...

ପଲ୍ଲିଶ୍ରୀ ମେଳାରେ ଭିଡ଼, ନାହିଁ କରୋନା ଭୟ

ପାରାଦୀପ,୬ା୧(ସ୍ବ.ପ୍ର.): ପାରାଦୀପ ସମୁଦ୍ର ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଗତ ୩ ତାରିଖରୁ ଚାଲିଛି ପଲ୍ଲିଶ୍ରୀ ମେଳା। ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ମେଳାରେ ମଙ୍ଗଳବାର ଓ ବୁଧବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଦୀର୍ଘ ଦୁଇବର୍ଷ...

ଜନଶୁଣାଣିକୁ ଲୋକଙ୍କ ବିରୋଧ

ପାରାଦୀପ,୬ା୧(ସ୍ବ.ପ୍ର.): ପାରାଦୀପ ମଧୁବନ ପୌର କଲ୍ୟାଣମଣ୍ଡପଠାରେ ବୁଧବାର ଏସାର୍‌ ମିନ୍‌ମେଟ୍‌ ଲିମିଟେଡ କମ୍ପାନୀର ବାର୍ଷିକ ୧୪ ମିଲିୟନ ମେଟ୍ରିକ ଟନ୍‌ ଉତ୍ପାଦନ କ୍ଷମତାବିଶିଷ୍ଟ ପେଲେଟ ପ୍ଲାଣ୍ଟ ପାଇଁ ଜନଶୁଣାଣି କରାଯାଇଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର...

୫୫ କେଜି ଗଞ୍ଜେଇ, ୭.୫୧ ଲକ୍ଷ ଟଙ୍କା ଜବତ

ଧର୍ମଶାଳା,୬ା୧(ଡି.ଏନ.ଏ.): ଧର୍ମଶାଳା ପୋଲିସ ମଙ୍ଗଳବାର ରାତିରେ କୁମାରୀ ଗ୍ରାମରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୫୫ କେଜି ୪୫୦ ଗ୍ରାମ ଗଞ୍ଜେଇ ଓ ୭ ଲକ୍ଷ ୫୧ହଜାର ୨୧୦ଟଙ୍କା ଜବତ କରିଛି। ଏହି ଘଟଣାରେ ବୁଧବାର ବାପ, ପୁଅଙ୍କୁ...

ଘୋଷିତ, ଅଘୋଷିତ ବିଦ୍ୟୁତ୍‌ କାଟ୍‌

ଯାଜପୁର ଅଫିସ,୬ା୧:  ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ହେବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ହେଲେ ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ମନା କରିନାହାନ୍ତି। ସେଥିଲାଗି ଗୁରୁବାର ସକାଳ ୮ଟାରୁ ରାତି ସାଢେ ୭ଟା ପର୍ଯ୍ୟନ୍ତ ଯାଜପୁର ରୋଡ ସହର...

ଆଜିଠୁ ବଉଳା କୁମ୍ଭୀର ଗଣନା

ରାଜନଗର,୬ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀନାଳରେ ଥିବା ବଉଳା କୁମ୍ଭୀରଙ୍କ ଗଣନା ପାଇଁ ବୁଧବାର ବନ କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ଗୁରୁବାରଠାରୁ ଆସନ୍ତା ୧୦ ତାରିଖ ଯାଏ କୁମ୍ଭୀର ଗଣନା କରାଯିବ। ୧୧...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri