ରାଜ୍ୟ

୧୨ ବର୍ଷରେ ୩୦ ଗୁଣ ଠିକାଦାର ବୃଦ୍ଧି

ଯାଜପୁର ଅଫିସ,୨୭ା୧୨: ରାଜ୍ୟ ପୂର୍ତ୍ତ ବିଭାଗରେ ସରକାରୀ ସ୍ବୀକୃତିପ୍ରାପ୍ତ ମୋଟ ଠିକାଦାର ସଂଖ୍ୟା ୪୧,୨୩୭ ରହିଥିବାବେଳେ ସେଥିରୁ ୪୨୨ ଜଣ ରାଜ୍ୟ ବାହାରର ଠିକାଦାର ଅଛନ୍ତି। ଗତ ୧୨ ବର୍ଷରେ ୩୦ ଗୁଣରୁ ଅଧିକ ଠିକାଦାର ସଂଖ୍ୟା ବୃଦ୍ଧି ପାଇଛି।...

ପାଉଁରୁଟିକୁ ନେଇ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୨୭ା୧୨: ହାଲକା ଖାଦ୍ୟ ଭାବେ ପାଉଁରୁଟି ଜଣାଶୁଣା। ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ କାର୍ବୋହାଇଡ୍ରେଟ୍‌ ଓ ଅନ୍ୟାନ୍ୟ ଉପାଦାନ ମିଳିଥାଏ। ତେବେ ଏହି ପାଉଁରୁଟି ଏବେ ସୁରକ୍ଷିତ ନୁହେଁ। ବାସି ପାଉଁରୁଟି ଖାଇ କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ଦୁଇ...

ବିପଦରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ

ମହାକାଳପଡ଼ା,୨୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ୍‌ ଭାବେ ଅନୁପ୍ରବେଶ। ଏହାକୁ ନେଇ ଏବେ ପ୍ରଶାସନ ପକ୍ଷରୁ ଚିନ୍ତା ବଢ଼ୁଛି। ସେଥିପାଇଁ ବିଭିନ୍ନ ଗଳାବାଟ ଦେଇ କିପରି ବନ୍ୟ...

ଓଡ଼ିଶା ଉପକୂଳରେ ବାଂଲାଦେଶୀ ବୋଟ୍‌

ପାରାଦୀପ,୨୭।୧୨(ସ୍ବ.ପ୍ର.): ପାରାଦୀପ-ଅସ୍ତରଙ୍ଗ ସମୁଦ୍ର ସୀମା ମଧ୍ୟରେ ବୁଲୁଥିବା ଏକ ଅଣ ପଞ୍ଜୀକୃତ ବାଂଲାଦେଶୀ ବୋଟ୍‌କୁ ରବିବାର ସ୍ଥାନୀୟ ମତ୍ସ୍ୟଜୀବୀ ଠାବକରି ମେରାଇନ ପୋଲିସ ଜିମା ଦେଇଛନ୍ତି। ଉକ୍ତ ବୋଟ୍‌ରେ ଥିବା ୨୦ଜଣ ମତ୍ସ୍ୟଜୀବୀଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରିଛି।...

ପିଲାଙ୍କ ଚାଉଳ ହେରଫେର

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଅନୁପୂରକ ପୁଷ୍ଟିକର କାର୍ଯ୍ୟକ୍ରମ(ଏସ୍‌ଏନ୍‌ପି) ଜରିଆରେ ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କୁ ଚାଉଳ ଯୋଗାଣରେ ବ୍ୟାପକ ହେରଫେର ହୋଇଛି। ପିଲାଙ୍କ ପାଇଁ ଆସୁଥିବା ଚାଉଳକୁ ଜିଲା ସମାଜ କଲ୍ୟାଣ ଅଧିକାରୀ(ଡିଏସ୍‌ଡବ୍ଲ୍ୟୁଓ) ଏବଂ ପରିହବନ...

ପ୍ରତ୍ୟେକ ଜିଲାରୁ ମଗାଗଲା ପିଲାଙ୍କ ତଥ୍ୟ

ଭୁବନେଶ୍ୱର,୨୬।୧୨ (ବ୍ୟୁରୋ): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକାକରଣ ଏବଂ ଗାଇଡ୍‌ଲାଇନ୍‌ ପାଳନକୁ ଗୁରୁତ୍ୱ ଦିଆଯାଉଛି। ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ଓ ବୁଷ୍ଟର ଡୋଜ୍‌ ଟିକା ଦେବାପାଇଁ...

ଦା’ରେ କାଟିଦେଲେ ସ୍ତ୍ରୀଙ୍କ ଗଳା

ସମ୍ବଲପୁର,୨୬ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ବତେମୁରା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ଲକ୍ଷ୍ମୀ ରାକସ (୩୨)ଙ୍କ ଗଳା କାଟି ସ୍ବାମୀ ଆନନ୍ଦ ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ବାମୀ ଆନନ୍ଦଙ୍କୁ ଗିରଫ କରିଛି। ମୃତଦେହ...

ସିଆରପିଏଫ୍‌ କ୍ୟାମ୍ପରେ ଏସ୍‌ଆଇଙ୍କୁ ପିଟିପିଟି ମାରିଦେଲେ

ମାଲକାନଗିରି,୨୬ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନା ରାଜ୍ୟ ମୁଲୁଗୁ ଜିଲା ଭେଙ୍କେଟପୁରମ୍‌ ପୋଲିସ ଷ୍ଟେଶନ ଅନ୍ତର୍ଗତ ସିଆରପିଏଫ୍‌ କ୍ୟାମ୍ପରେ ରବିବାର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଫଳରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଏସ୍‌ଆଇ ରମେଶ ଚନ୍ଦ୍ର।...

ସ୍ବାମୀ, ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୨୬।୧୨(ନି.ପ୍ର.): ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା(ନଂ.୧୦୬/୨୧) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମମତା ପାଣିଗ୍ରାହୀ କହିଛନ୍ତି।...

ବିଜେଡି ପ୍ରତିଷ୍ଠା ଦିବସରେ ସୁପ୍ରିମୋଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାବାସୀଙ୍କ ସହ ଦଳର ସମସ୍ତ କର୍ମୀ ଓ ଭାଇ ଭଉଣୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଆପଣମାନଙ୍କ ନିରନ୍ତର...

ଜମିରୁ ଶୁଖୁନି ପାଣି

ବନ୍ତ,୨୬ା୧୨(ଡି.ଏନ.ଏ.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳର ଶତାଧିକ ଏକର ଜମିରେ ପାଣି ଜମି ରହିଛି। ଫଳରେ ଚାଷୀ ଧାନ ଅମଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।...

ଛଟପଟ ହୋଇ ମଲା ଦନ୍ତା, ପହଞ୍ଚିଲାନି ବନ ବିଭାଗ

ଖୋର୍ଦ୍ଧା ଅଫିସ,୨୬।୧୨: ଖୋର୍ଦ୍ଧା ଜିଲା ଟାଙ୍ଗି ବନାଞ୍ଚଳ ଭୂଷଣ୍ଡପୁର ନିକଟ ରେଳ ଧାରଣା କଡ଼ରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ଦନ୍ତାର ଟ୍ରେନ୍‌ ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥିରେ ଅନ୍ୟ ୨ଟି ହାତୀ ଆହତ ହୋଇଛନ୍ତି। ଆହତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri