ରାଜ୍ୟ

ଘରେ ପଶିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୨୦।୧୨: ନ୍ୟାୟ ଦାବିରେ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ବିନୀ ଦାଶଙ୍କ ମୂଳ ପିଟିଶନର ଶୁଣାଣି ସୋମବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହୋଇଛି। ଗତ ୯ ତାରିଖରେ ଏହି ପିଟିଶନର ଶୁଣାଣି କରିବା ପରେ...

ଶିଶୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର,୨୦।୧୨(ସ୍ବ.ପ୍ର.): ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ଶିଶୁ ହତ୍ୟା ମାମଲାର ବିଚାର କରି ସୋମବାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ମନୋଜ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରିକି ୫ ଲକ୍ଷ ଟଙ୍କା ଜରିମାନା ଏବଂ...

ଡାକ୍ତର ସୁମିତଙ୍କ ଘର ଗ୍ରୀଲ ଭାଙ୍ଗିଲେ ମହିଳା

ବ୍ରହ୍ମପୁର ଅଫିସ,୨୦ା୧୨: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେଉଛି। ଗୋଟିଏ ପଟେ ନ୍ୟାୟ ଓ ନିଜ ଅଧିକାର ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଧାରଣା ଜାରି ରଖିଥିବା ବେଳେ...

ଅଫିସରେ ମହିଳା ଆର୍‌ଆଇଙ୍କୁ ଆକ୍ରମଣ

ଆନନ୍ଦପୁର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ମହିଳା ରାଜସ୍ବ ନିରୀକ୍ଷକ ସୀମା ସିମନ୍ତିନୀ ସାହୁ ସୋମବାର ସକାଳେ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା...

କୋରାପୁଟରେ ହାଡ଼ଭଙ୍ଗା ଶୀତ

ସୁନାବେଡା,୨୦ା୧୨(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡା ଓ ସେମିଳିଗୁଡା ଅଞ୍ଚଳରେ ଶୀତ ଲହର ବଢ଼ିବାରେ ଲାଗିଛି। ଗତ କିଛି ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସନ୍ଧ୍ୟା ପରଠାରୁ ତା’ପରଦିନ ସକାଳ ୧୦ଟାଯାଏ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଉଭୟ...

ସୁମିତ-ତପସ୍ବିନୀ ଘଟଣାର ନୂଆମୋଡ଼: ଅଡିଓ, ଭିଡିଓ ପରେ ଏବେ ଫଟୋ ଭାଇରାଲ

ବ୍ରହ୍ମପୁର ଅଫିସ,୨୦।୧୨: ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦ ଛିଡ଼ୁ ଥିବା ବେଳେ ଦିନକୁ ଦିନ ଏଥିରେ ଯୋଡ଼ି ହେଉଛି ନୂଆ ଅଧ୍ୟାୟ। ଅଡିଓ, ଭିଡିଓ ଭାଇରାଲ ପରେ ଏବେ ସେମାନଙ୍କର କିଛି ଫଟୋ ଭାଇରାଲ...

ଚିତ୍ତରଞ୍ଜନ ହତ୍ୟା ମମଲା: ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଲାଇଛି। ଏହି ମାମଲାରେ ୪ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି। ରାଜ୍ୟ ଫରେନସିକ୍‌ ଲାବୋରେଟୋରୀରେ ୪ ଜଣଙ୍କର ଲାଏ ଡିଟେକ୍ସନ ଚାଲିଛି। । ହତ୍ୟା ଘଟଣାରେ ତଦନ୍ତର...

ଓଡିଶାର ଦୀର୍ଘତମ ସେତୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ, ୨୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଦୀର୍ଘତମ ସେତୁକୁ ସୋମବାର ଲୋକାର୍ପିତ କରିଛନ୍ତି। ୧୧୧ କୋଟି ବ୍ୟୟରେ ଏହି ସେତୁ ନିର୍ମିତ ହୋଇଛି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷର ସଦୃଶ।...

ଜିଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼ ଅଫିସ,୨୦ା୧୨: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା...

ଶଙ୍ଖ ଧରିଲେ କରମଚାନ୍ଦ ମହାନ୍ତି

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ସୋନପୁର ଜିଲା ଭାଜପା କୃଷକ ମୋର୍ଚ୍ଚାର ପୂର୍ବତନ ସଭାପତି କରମଚାନ୍ଦ ମହାନ୍ତି ସୋମବାର ବିଜେଡିରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକଶ ଦାସଙ୍କ ଉପସ୍ଥିତିରେ କରମଚାନ୍ଦ ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ...

ଓମିକ୍ରନ ଉପରେ ତୀକ୍ଷ୍ନ ନଜର: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): କରୋନା ନୂଆ ଭାରିଆଣ୍ଟର ସଂକ୍ରମଣ ଉପରେ ଆମେ ତୀକ୍ଷ୍ନ ନଜର ରଖିଛୁ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣ ଓ...

ଗୁଟ୍‌ଖା କାରଖାନାରେ ଅଗ୍ନିକାଣ୍ଡ: ୧୨ ଉଦ୍ଧାର, ଅନେକ ଫସିଥିବା ସନ୍ଦେହ

ସମ୍ବଲପୁର,୨୦।୧୨(ବ୍ୟୁରୋ): ସମ୍ବଲପୁର ପରଧିଆପାଲି ସ୍ଥିତ ଏକ ଗୁଟ୍‌ଖା କାରଖାନାରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ୧୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ଯାଏଁ ଅଗ୍ନିକାଣ୍ଡର କାରଣ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri