ରାଜ୍ୟ

ଶରଧାବାଲିରେ ଲାଗିଲା ୩ ରଥ

ପୁରୀ ଅଫିସ,୧୨।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ୩ ରଥ। ଅପରାହ୍ନ ୪.୩୦ରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚି ଥିବା ବେଳେ ୫ଟାରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୫ଟା ୩୦ରେ...

ବିନା ଭକ୍ତରେ କେନ୍ଦୁଝରରେ ଗଡ଼ିଲା ଶ୍ରୀ ବଳଦେବଜୀଉଙ୍କ ରଥ

କେନ୍ଦୁଝର,୧୨ା୭(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ମନ୍ଦିର ପରିସରରେ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଓ ବିନା ଭକ୍ତରେ ରୀତି ନୀତି ଅନୁଯାୟୀ ଗଡ଼ିଛି ରଥ। କେବଳ ସେବାୟତ, ବ୍ରାହ୍ମଣ ତଥା ପହଣ୍ଡିଆ ତଥା କେତେକ...

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ‘ବ୍ରହ୍ମୋସ’

ବାଲେଶ୍ୱର ଅଫିସ,୧୨ା୭: ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍‌କ୍ଷେପଣ ହୋଇଛି ସୁପରସୋନିକ୍‌ କ୍ରୁଜ ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଏହା ଗତି କରିପାରିବ। ଏହାର...

ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ

ପୁରୀ ଅଫିସ,୧୨ା୭: ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ରତ୍ନବେଦିରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ତିନିଠାକୁର। କୋଭିଡ୍‌ ମହାମାରୀ ଯୋଗୁ ଶ୍ରଦ୍ଧାଳୁମାନେ ରଥ ଟାଣିବାରୁ ଚଳିତବର୍ଷ ବଞ୍ଚିତ ହୋଇଥିବା ବେଳେ...

ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୭(ବ୍ୟୁରୋ): ରାଜଧାନୀରେ ସୋମବାର ଦୁଇଟି କ୍ୟାନସର ହସ୍ପିଟାଲ ପାଇଁ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଟଣୀ ଅଞ୍ଚଳରେ ଥିବା ଇନ୍‌ଫୋସିଟି-୨ରେ ୨୦ରୁ ୨୫ ଏକର ଜମି ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ଏହି ହସ୍ପିଟାଲ ପାଇଁ...

ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡିଲା ରଥ

ପୁରୀ ଅଫିସ୍‌,୧୨।୭: ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି। ରାଜବେଶରେ ଗଜପତି ମହାରାଜ ଗୋଟିଏ ପରେ ଗୋଟିଏ ରଥରେ ଛେରାପହଁରା ନୀତି ସମ୍ପାଦନ କରିବା ପରେ ରଥରେ ସାରଥି ବନ୍ଧା ଯାଇ ରଥ ଟଣା ଆରମ୍ଭ...

ଛେରାପହଁରା ନୀତି ଶେଷ: ଏବେ ଗଡିବ ରଥ

ପୁରୀ ଅଫିସ୍‌,୧୨।୭: ଶେଷ ହେଲା ତିନି ଠାକୁରଙ୍କ ଛେରାପହଁରା ନୀତି। ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ନୀତି ଛେରାପହଁରା ନୀତି କରିବାକୁ ଶ୍ରୀନଅରରୁ ତାମ୍‌ଜାନ୍‌ ବସି ଗଜପତି ମହାରାଜ ରଥ ଖଳାକୁ ଆସିଥିଲେ। ରାଜବେଶରେ ଗଜପତି ମହାରାଜ ଗୋଟିଏ ପରେ ଗୋଟିଏ...

ଠକେଇ ଟଙ୍କା ଫେରି ପାଇବାକୁ ଅପହରଣ

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ,୧୨ା୭ (ଡି.ଏନ୍‌.ଏ.):ରାଜଧାନୀରୁ ଅପହୃତ ଜଣେ ଯୁବକଙ୍କୁ କମିଶନରେଟ ପୋଲିସ ରବିବାର ଖୋର୍ଦ୍ଧାରୁ ଉଦ୍ଧାର କରିଛି। ଏଥିସହ ଦୁଇ ଅପହରଣକାରୀ ଓ ଅପହୃତ ଯୁବକଙ୍କୁ ଗିରଫ କରି ପୂରା ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଗିରଫ ଦୁଇ ଅପହରଣକାରୀ ହେଲେ...

ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରତ୍ନବେଦୀ ଛାଡି ଜନ୍ମ ବେଦୀକୁ ଯିବେ ବିଶ୍ୱ ନିୟନ୍ତା। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର...

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୩ ଜୀବନ

ଭୁବନେଶ୍ୱର,୧୨/୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୩ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୬୬୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ଖତ ଖାଉଛି ମହୁ ବାକ୍ସ

କେନ୍ଦୁଝର,୧୨।୭(ସ୍ବ.ପ୍ର.)-ଏକଦା କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ମହୁର ବିଶ୍ୱସନୀୟତା ବାହାରେ ଅଧିକ ରହିଥିଲା। ଏହି ଜିଲାରେ ପ୍ରଚୁର ପରିମାଣରେ ମହୁ ଉତ୍ପାଦନ ହେଉଥିଲା। ପ୍ରାକୃତିକ ପରିବେଶରେ ବଣଜଙ୍ଗଲରେ ମହୁମାଛି ଫେଣା କରୁଥିଲେ। ବିଭିନ୍ନ ପ୍ରକାରର ଫୁଲରୁ ମଧୁ ସଂଗ୍ରହ କରି...

ରାଜ୍ୟରେ ୨ ହଜାର ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ସୋମବାର ରାଜ୍ୟରେ ୧୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫୪ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ବାକି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri