ରାଜ୍ୟ

ମାଲ ବୋଝେଇ ଟ୍ରକ୍‌ରୁ ୭.୮କୁଇଣ୍ଟାଲ ଗଞ୍ଜେଇ ଜବତ

ମୁନିଗୁଡ଼ା/ରାୟଗଡ଼ା ଅଫିସ,୪।୭: ଏକ ମାଲ୍‌ ବୋଝେଇ ଟ୍ରକ୍‌ରୁ ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଶନିବାର ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରାଯିବା ସହ ଏକ ଟ୍ରକ୍‌,...

ଯାଉଥିଲେ କାର୍ଯ୍ୟରେ ଯୋଗଦେବାକୁ ଚାଲିଗଲା ଜୀବନ

ଖଡିଆଳ,୪।୭: ନୂଆପଡ଼ା ଜିଲା ଖଡ଼ିଆଳ ସାନମହେଶ୍ୱର ଗ୍ରାମ ୩୫୩ ନଂ. ଜାତୀୟ ରାଜପଥରେ ରବିବାର ଏକ ଗାଡି ଧକ୍କାରେ ବାଇକ୍‌ ଚାଳକ ବଳଦେବ ନିଆଲ(୪୫)ଙ୍କ ମୃତ୍ୟୁ ଘଟିଛି। ମୃତକ କଳାହାଣ୍ଡି ଜିଲା ପାଷ୍ଟିଗୁଡିର ବୋଲି ଜଣାପଡିଛି। ସେ ପୂର୍ବତଟ ରେଲୱେ...

ଯୁବତୀଙ୍କୁ ବଳାତ୍କାର କରି ଗିରଫ ହେଲେ ବନପାଳ

ମାଲକାନଗିରି,୪।୭: ମାଲକାନଗିରି ଜିଲା ଓର୍କେଲ ଥାନା ଅଞ୍ଚଳର ଜଣେ ଯୁବତୀ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାଲକାନଗିରି ବନପାଳ ମୁରଲୀଧର ଅନୁଗୁଳିଆଙ୍କୁ ରବିବାର ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଯୁବତୀଙ୍କ ସହ ମୁରଲୀଙ୍କ ପୂର୍ବରୁ...

କ୍ଷେତରେ ଚାଲିଗଲା ଚାଷୀଙ୍କ ଜୀବନ

ସଇଁତଳା,୪।୭: ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ପିପୃଟ କୁସମମୁଣ୍ଡା ଗାଁରେ ବଜ୍ରପାତ ଘଟି ରବିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଧନୁ ରଣା (୪୫)। ମିଳିଥିବା ସୂଚନା ମୁତାବକ, ଧନୁ ଜମିରେ ହଳ...

କାଟି ନେଇଗଲେ ମହିଳାଙ୍କ ମୁଣ୍ଡ

ଠାକୁରମୁଣ୍ଡା,୪ା୭: ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ଧାରୁଆ ଅସ୍ତ୍ରରେ ହତ୍ୟାକାରୀ ମହିଳାଙ୍କ ମୁଣ୍ଡ କାଟି ନେଇଯାଇଥିବା ଜଣାପଡିଛି। ପୋଲିସ ମୁଣ୍ଡବିହୀନ ମୃତଦେହ ଜବତ କରି ବ୍ୟବଚ୍ଛେଦ...

ରାଜ୍ୟରେ ପ୍ରଥମ ଡୋଜ୍‌ ଟିକା ନେଲେଣି ୧ କୋଟି ଲୋକ

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ୧ କୋଟି ଲୋକ ପ୍ରଥମ ଡୋଜ ଟିକା ନେଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ତୃତୀୟ ଲହର...

୨୦୨୨ରୁ ପୁରୀରୁ ଉଡ଼ିବ ବିମାନ

ପୁରୀ ଅଫିସ,୪ା୭: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ୨୦୨୨ରୁ ପୁରୀରୁ ବିମାନ ଉଡ଼ିବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁରୀକୁ ଦେଶ ବିଦେଶରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଆସିଥାନ୍ତି। ଯଦିଓ କରୋନା ମହାମାରୀ...

ମାସ୍କ ପିନ୍ଧିବା ଜୀବନଶୈଳୀର ଅଂଶ ହେଉ: ଡା. ଗୀତାଞ୍ଜଳୀ

ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ସେପଟେ ତୃତୀୟ ଲହର ଆସିବ ବୋଲି ଆଶଙ୍କା କରାଯାଉଥିବାବେଳେ ଇତିମଧ୍ୟରେ ଲକ୍‌ଡାନ୍‌...

ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୪ା୭(ବ୍ୟୁରୋ): ଓଡ଼ିଶା ସମେତ ୬ଟି ରାଜ୍ୟରେ କରୋନା ସଂକ୍ରମଣ କମୁ ନ ଥିବାରୁ ଏ ନେଇ କେନ୍ଦ୍ର ସରକାର ଏସବୁ ରାଜ୍ୟକୁ ସ୍ବତନ୍ତ୍ର ଟିମ୍‌ ପଠାଇଛନ୍ତି । ଓଡ଼ିଶା ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ଏଆଇଆଇଏଚ୍‌ ଆଣ୍ଡ୍‌ ପିଏଚ୍‌ର...

ଭିତରକନିକାରେ ଶୁଭିଲାଣି ଦେଶୀୟ ପକ୍ଷୀଙ୍କ କଳରବ

ରାଜନଗର,୪ା୭(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ଦେଶୀୟ ପକ୍ଷୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଏବେ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ...

୧୨ରେ ଲଘୁଚାପ, ୧୦ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୪।୭(ବ୍ୟୁରୋ): ଆସନ୍ତା ୧୨ ତାରିଖରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ୧୦ ତାରିଖରୁ ବର୍ଷାର...

ବିଧାୟକଙ୍କ ବିବାହରେ କୋଭିଡ୍‌ ନିୟମ ଉଲ୍ଲଂଘନ

ଭଦ୍ରକ ଅଫିସ, ୪।୭: ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ବିବାହ ସମାରୋହରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ‘ଚିଲିକା ରିସର୍ଟ’ରେ ଅନୁଷ୍ଠିତ ବିବାହ ଉତ୍ସବର ଏକ ଭିଡିଓ ଏବେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri