ରାଜ୍ୟ

ଦର ବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ବିଫଳତାର ପ୍ରତିବାଦ: ସିପିଏମ୍‌ ଆଞ୍ଚଳିକ କମିଟିର ବିକ୍ଷୋଭ, ଗଣଧାରଣା

ବ୍ରହ୍ମପୁର ଅଫିସ,୨୬ା୧୧-ସିପିଏମ୍‌ ବ୍ରହ୍ମପୁର ଆଞ୍ଚଳିକ କମିଟି ପକ୍ଷରୁ ସୋମବାର ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତା ପ୍ରତିବାଦରେ ଏହି ଆନ୍ଦୋଳନ ସୂତ୍ରପାତ ହୋଇଥିଲା। କମିଟି ସମ୍ପାଦକ...

ଧରାକୋଟରେ ଆନ୍ଧ୍ର ପୋଲିସର ଚଢ଼ାଉ: ଗଞ୍ଜେଇ ଚାଲାଣକାରୀଙ୍କୁ କୋର୍ଟରେ ହାଜର ନିର୍ଦ୍ଦେଶ

ଧରାକୋଟ,୨୬ା୧୧(ଡି.ଏନ.ଏ.)-ଧରାକୋଟ ଥାନା ବାଦଗଡ଼ ଗ୍ରାମର ୨ ଜଣ ଯୁବକଙ୍କୁ ବେଆଇନ୍‌ ଗଞ୍ଜେଇ ଚାଲାଣ ଅଭିଯୋଗରେ ଆନ୍ଧ୍ର ଜିଆରପି (ବିଜୟଓ୍ବାଡ଼ା) ପୋଲିସ ନଂ. ୮୬/୧୩ ଅନୁଯାୟୀ କୋର୍ଟଚାଲାଣ କରିଥିଲା। ସେମାନେ ହେଲେ ବାଦଗଡ଼ ଗ୍ରାମର କାମରାଜ ପ୍ରଧାନଙ୍କ ପୁଅ ସୁଦାମ (୨୭)...

ଇସ୍ତଫାପତ୍ର ଫେରାଇବାକୁ ଅଧ୍ୟକ୍ଷଙ୍କ ଦରଖାସ୍ତ ଧମକକୁ ଡରି ଦେଇଥିଲି ଇସ୍ତଫା: ସୂର୍ଯ୍ୟନାରାୟଣ

ପୁରୁଷୋତ୍ତମପୁର, ୨୬ା୧୧ (ଡି.ଏନ.ଏ.)-ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ବ୍ୟକ୍ତିଗତ କାରଣ ଦର୍ଶାଇ ଅକ୍ଟୋବର ୨୫ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ବିଡିଓଙ୍କ ସମେତ ଗଞ୍ଜାମ ଜିଲାପାଳ, ଛତ୍ରପୁର ଉପଜିଲାପାଳଙ୍କୁ ପ୍ରଦାନ କରିଥିଲେ।...

ଦୋକାନ ଭଡ଼ା ବୃଦ୍ଧିକୁ ବିରୋଧ

ଅନୁଗୋଳ ଅଫିସ, ୨୬।୧୧ଅନୁଗୋଳ ପୌରପାଳିକାର ଦୋକାନ ଘର ବୃଦ୍ଧିକୁ ବିରୋଧ କରି ବ୍ୟବସାୟୀ ଓ ଅନୁଗୋଳ ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହରରେ ଥିବା ପୌରପାଳିକାର ଦୋକାନ ଗୃହଗୁଡ଼ିର ଉପଯୁକ୍ତ ରକ୍ଷଣା ବେକ୍ଷଣା କରାଯାଇ ପାରୁନାହିଁ।...

୯ ବର୍ଷ ହେବ ମିଳିନି ଦରମା:ଅନଶନରେ ବସିଲେ ଆକାଉଣ୍ଟାଣ୍ଟ

ଅନୁଗୋଳ ଅଫିସ, ୨୬।୧୧ଷଷ୍ଠ ଓ ସପ୍ତମ ବେତନ କମିଶନଙ୍କ ସୁପାରିଶ ମୁତାବକ ବେତନ ନ ପାଇବା ପ୍ରତିବାଦରେ ଅନୁଗୋଳ ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପରିସରରେ ଉକ୍ତ କାର୍ଯ୍ୟାଳୟରେ ସିନିୟର ଆକାଉଣ୍ଟାଣ୍ଟ ଶଶୀକାନ୍ତ ମିଶ୍ର ଅନଶନରେ ବସିଛନ୍ତି। ଏହି ଅନଶନ...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଜଗତସିଂହପୁର ଜିଲା ନୂଆଗାଁ ଅଞ୍ଚଳର ଏକ ଗ୍ରାମରେ ଜଣେ ଅନୁସୂଚିତ ଜାତି ଝିଅକୁ ଗଣବଳାତ୍କାର ହୋଇଥିବା ଖବର ଚର୍ଚ୍ଚାର କାରଣ ହୋଇଛି। ସୋମବାର ଏହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା...

ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଏନକାଉଣ୍ଟରରେ ଆହତ

ରାୟଗଡ଼ା ଅଫିସ, ୨୫।୧୧: ହାଡ଼ପା ଶିବା ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାୟଗଡ଼ା ପୋଲିସ ରବିବାର ରାତିରେ ଏନକାଉଣ୍ଟର କରିଛି। ଶିବାଙ୍କ ନାମରେ ୫୦ରୁ ଅଧିକ ମାମଲା ରହିଛି। ଗତ ୧୯ ତାରିଖରେ ସୁବର୍ଣ୍ଣପୁରର ଯୁବକ ବିଭୁତି ପୁଜାରୀ (୧୯)...

ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ ଅଫିସ୍‌, ୨୫।୧୧: ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଡା କଟକଣା ଲାଗୁ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ବଡ ବଡ ସୂଚନା ପ୍ଲାକାର୍ଡ ମଧ୍ୟ ଲଗାଯାଇଛି। ଏହାସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଫଟୋ ସୋସିଆଲ ମିଡିଆରେ ଭାଇରାଲ...

ନୂଆ ମୋଟର ଯାନ ଆଇନ-୨୦୧୯: ଆଉ ୬ଦିନ, କଡ଼ାକଡ଼ି ଯାଞ୍ଚ ପାଇଁ ପ୍ରସ୍ତୁତି ଜୋର୍‌ଦାର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟ ସରକାର ଦେଇଥିବା ୩ମାସର ମହଲତ ସରିବାକୁ ଆଉ ମାତ୍ର ୬ ଦିନ ବାକି। ଡିସେମ୍ବର ୧ରୁ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି କରିବା ପାଇଁ ଆର୍‌ଟିଓ ଏବଂ ପୋଲିସ ପ୍ରସ୍ତୁତିକୁ ଜୋର୍‌ଦାର କରିଛି। ଏଣିକି ଆଉ...

ଓଏସ୍‌ସିଏଚ୍‌ସି ନିର୍ଦ୍ଦେଶକ ପଦରୁ କାନନ, ଦିଲୀପଙ୍କ ଇସ୍ତଫା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଓଡ଼ିଶା ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ(ଓଏସ୍‌ସିଏଚ୍‌ସି) ଲିମିଟେଡ ଭୁବନେଶ୍ୱର ପରିଚାଳନା କମିଟି ନିର୍ଦ୍ଦେଶକ ପଦରୁ କାନନ ବିହାରୀ ପତି ଏବଂ ଦିଲୀପ କୁମାର ବିଶ୍ୱାଳ ରବିବାର ଇସ୍ତଫା ଦେଇଛନ୍ତି। ନିଗମରେ ଦୀର୍ଘ ଦିନ ଧରି ଚାଲିଆସିଥିବା ଅନିୟମିତତାକୁ...

ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ସେବା ଆଶା ମଉଳିଲା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ସେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଚଳିତ ମାସ ତୃତୀୟ ସପ୍ତାହରେ ବିମାନ ଉଡ଼ାଣ କରିବ ବୋଲି ଯେଉଁ ଆଶା ରହିଥିଲା ତାହା ମଉଳି ଯାଇଛି। ବର୍ତ୍ତମାନ ଏହି ସେବାକୁ ନେଇ କୌଣସି ବି ସୂଚନା ମିଳିପାରୁନି।...

ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌କୁ ନେଇ ପ୍ରଶ୍ନୋତ୍ତର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଏକ ପ୍ରାକୃତିକ ମନୋରମ ଫଟୋକୁ ଟୁଇଟ୍‌ କରିଥିଲେ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସେ ଅନେକ ସ୍ଥାନ ଭ୍ରମଣ କରିଛନ୍ତି। ହେଲେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କୁ ଅଧିକ ଆକର୍ଷିତ କରିଥାଏ। ଫଟୋରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri