ରାଜ୍ୟ

କଲ୍ୟାଣମଣ୍ଡପ, ସଭାଗୃହ ସମ୍ମୁଖରେ ପାର୍କିଂ କଟକଣା: ଯାଞ୍ଚ ହେବ ନଥିପତ୍ର, ସର୍ଭେ ଆରମ୍ଭ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଲ୍ୟାଣ ମଣ୍ଡପ ଓ ସଭାଗୃହ କରି ବ୍ୟବସାୟ କରୁଥିଲେ ମଧ୍ୟ ଆବଶ୍ୟକ ପାର୍କିଂ ସୁବିଧା ରଖାଯାଉନି। ଫଳରେ ଏଠାକୁ ଆସୁଥିବା ଲୋକେ ସମ୍ମୁଖ ରାସ୍ତାରେ ଗାଡ଼ି ରଖି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏଥିଯୋଗୁ ଗାଡ଼ିମୋଟର ଚଳାଚଳ ସମସ୍ୟା...

ପୋଢୁଅଁ। ହେଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ.ଏ.): ପ୍ରଥମାଷ୍ଟମୀ ଅବସରରେ ବୁଧବାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ପୋଢୁଅଁ। ହୋଇଛନ୍ତି। ଦୈନନ୍ଦିନ ରୀତିନୀତି କରି ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଗୌରୀ ଏବଂ ପ୍ରଭୁ ବାସୁଦେବ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ଶ୍ରୀଲିଙ୍ଗରାଜଙ୍କ ମାମୁ ଘର ମୈତ୍ରୟେଶ୍ୱର ମନ୍ଦିର...

ଫସର ଫାଟିଲା ଗ୍ୟାଙ୍ଗଷ୍ଟର ରବିଙ୍କ ଅପହରଣ ଯୋଜନା: ବାଙ୍କୁଆଳରୁ ୫ ସହଯୋଗୀ ଗିରଫ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଏନ୍‌କାଉଣ୍ଟର ତଥା ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରବି ରାଓଙ୍କ ଅପହରଣ ଯୋଜନା ଫସର ଫାଟିଛି। ଜେଲରୁ କୋର୍ଟ ଯିବା ବେଳେ ରବିଙ୍କୁ ଅପହରଣ କରିନେବାର ଯୋଜନା...

୩ ବ୍ରାଉନସୁଗାର ବ୍ୟବସାୟୀ ଜେଲ୍‌ ଗଲେ: ୫ ଲକ୍ଷର ବ୍ରାଉନସୁଗାର, ୫ ମୋବାଇଲ ଓ କାର ଜବତ

ଭୁବନେଶ୍ୱର,(ବ୍ୟୁରୋ)/ପାତ୍ରପଡ଼ା, ୨୧।୧୧(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉ କରି ୩ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ନାରାୟଣ ବସ୍ତିର ଦୟାନିଧି ବରାଡ଼ (୩୭), ଖଣ୍ଡଗିରି ଥାନା...

ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ରାଜପଥ ଉପରେ ଧାନ ଗଦା କଲେ ଚାଷୀ

ବରଗଡ ଅଫିସ,୨୧।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲାରେ ଚାଷୀ...

୧୧ ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଥିବା ୧୧ ଆହାର କେନ୍ଦ୍ରକୁ ଇଣ୍ଡରନ୍ୟାଶନାଲ ଅର୍ଗାନାଇଜେଶନ ଅଫ୍‌ ଷ୍ଟାଣ୍ଡାର୍ଡାଇଜେଶନ (ଆଇଏସ୍‌ଓ) ମାନ୍ୟତା ମିଳିଛି। ଏଗୁଡ଼ିକ ହେଲା କ୍ୟାପିଟାଲ ହସ୍ପିଟାଲ ପରିସର, କଳ୍ପନା ଛକ ମ୍ୟୁଜିୟମ୍‌ ସମ୍ମୁଖ, ମାଷ୍ଟକ୍ୟାଣ୍ଟିନ୍‌ ବସ୍‌ ଡିପୋ, ମଞ୍ଚେଶ୍ୱର...

ଡିସେମ୍ବର ୧୫ରୁ ତୋଷାଳୀ କ୍ରାଫ୍ଟସ୍‌ ମେଳା: ୪୦୦ ଷ୍ଟଲ୍‌ରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନଠାରେ ଆୟୋଜିତ ହେବ ଚତୁର୍ଦ୍ଦଶ ତୋଷାଳୀ ମେଳା। ଚଳିତବର୍ଷ ଏହି ମେଳାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ୪୦୦ରୁ ଊର୍ଦ୍ଧ୍ୱ କାରିଗର ଓ ବୁଣାକାର ଯୋଗଦେବାକୁ ଥିବାବେଳେ ପ୍ରାୟ...

ମନ ମୋହିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

କଟକ ଅଫିସ, ୨୧।୧୧: ବାଲିଯାତ୍ରାର ଅନ୍ତିମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ମହାନଦୀ ମଞ୍ଚରେ ଓଡ଼ିିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ ବିଭିନ୍ନ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଲୋକେ ଏହି କାର୍ଯ୍ୟକ୍ରମର ମଜା...

ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା

କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ ୯ ଦିନରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା ପ୍ରାରମ୍ଭିକ ଆକଳନ...

ଟଙ୍କା ଆତ୍ମସାତ ଅଭିଯୋଗ: ଜେଲ ଗଲେ ଫାଇନାନ୍ସ କମ୍ପାନୀ ନିର୍ବାହୀ ଅଧିକାରୀ

ନିମାପଡ଼ା,୨୧।୧୧(ଡି.ଏନ୍‌.ଏ.): ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ନିମାପଡ଼ା ଶାଖାର ନିର୍ବାହୀ ଅଧିକାରୀଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସ୍ମୃତି ରଞ୍ଜନ ବଳିୟାର ସିଂ। ଜାମିନ...

ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ଜୟନ୍ତୀ: ଗୁଆଝରରେ ୫୧ ପାଇକ ଆଖଡ଼ା ଦଳ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ୍‌.ଏ.): ବୁଧବାର ଡ. ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଗୁଆଝରରେ ରାଜ୍ୟର ୫୧ ପାଇକ ଆଖଡା ଦଳ ସେମାନଙ୍କର ସମରକଳା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳଗୁଡିକୁ ଗୁରୁବାର ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି...

ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ

ପୁରୀ ଅଫିସ/କୋଣାର୍କ(ଡି.ଏନ୍‌.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରାଯିବା ଲକ୍ଷ୍ୟ ନେଇ ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ର ପରିକଳ୍ପନା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri