ରାଜ୍ୟ

ବିଦେଶୀ ମଦ ଦୋକାନକୁ ବିରୋଧ କଲା କୁଇ ସମାଜ: ୨୫ ସୁଦ୍ଧା ବନ୍ଦ ନ ହେଲେ ଆନ୍ଦୋଳନ

ଫୁଲବାଣୀ ଅଫିସ, ୧୯ା୧୧- ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରୀକୂମ୍ପାଠାରେ ଖୋଲିଥିବା ସରକାରୀ ବିଦେଶୀ ମଦ ଦେକାନକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରୁଛନ୍ତି। ତୁରନ୍ତ ଉକ୍ତ ଦୋକାନ ବନ୍ଦ କରିବାକୁ ଦାବି ହୋଇ ଆସୁଛି। ଏପରିକି କିଛିଦିନ ତଳେ ଲୋକେ...

ମିଶନ ରାଣୀ ପର୍ବ ଆରମ୍ଭ

ବ୍ରହ୍ମପୁର ଅଫିସ,୧୯ା୧୧- ବ୍ରହ୍ମପୁର କୁଇନ ମିଶନ କ୍ୟାଥଲିକ ଚର୍ଚ୍ଚରେ ଯୀଶୁଙ୍କ ମା’ ମେରିଆଙ୍କ ନବଦିନ ବ୍ୟାପୀ ମିଶନ ରାଣୀ ପର୍ବ ସୋମବାରରୁ ଆରମ୍ଭ ହୋଇଛି। ଅନ୍ତିମ ଉତ୍ସବ ଆସନ୍ତା ୨୭ ତାରିଖରେ ସମୁହ କ୍ୟାଣ୍ଡେଲ ଡେ ପାଳନ କରାଯିବାର କାର୍ଯ୍ୟକ୍ରମ...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ

ଚିକିଟି,୧୯ା୧୧(ଡି.ଏନ୍‌.ଏ.)- ଚିକିଟି ବ୍ଲକ ଗିରିସୋଲା ପଞ୍ଚାୟତ କୃଷ୍ଣନଗର ଗ୍ରାମରେ ସୋମବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଛି। ପର୍ଶୁ ଦାସଙ୍କ ସ୍ତ୍ରୀ ବାସନ୍ତି ରୋଷେଇ କରୁଥିବାବେଳେ ଗ୍ୟାସ ସିଲିଣ୍ଡରରେ ନିଅଁା...

ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ

ପୁରୁଷୋତ୍ତମପୁର(ଡି.ଏନ୍‌ଏ.)/ କବିସୂର୍ଯ୍ୟନଗର,୧୯ା୧୧- ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ ଖରିଡା ପଞ୍ଚାୟତ ବାଣନଈ ଗ୍ରାମ ନିକଟରେ ଥିବା ଦେଶୀ ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିନେଇ ସୋମବାର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମହିଳାମାନେ ପୁରୁଷୋତ୍ତମପୁର-କବିସୂର୍ଯ୍ୟନଗର ମୁଖ୍ୟରାସ୍ତାକୁ...

ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବୁଗୁଡ଼ା,୧୯ା୧୧(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ବେଲପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି ନେଇ ସୋମବାର ଉକ୍ତ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ସ୍କୁଲରେ ତାଲା ପକାଇବା ସହ ଏହାକୁ ସମର୍ଥନ କରି ଛାତ୍ରୀଛାତ୍ରମାନେ ମଧ୍ୟ...

ଖଡ଼ଗପ୍ରସାଦରେ କୁମ୍ଭୀର ଆତଙ୍କ

ଓଡାପଡା,୧୯ା୧୧(ଡି.ଏନ.ଏ) ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡଗପ୍ରସାଦ ଗ୍ରାମ ବାଲିଘାଟ ନିକଟରେ କୁମ୍ଭୀର ଦେଖିଥିବା ନେଇ ଅଞ୍ଚଳବାସୀ ପ୍ରକାଶ କରିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରାୟ ୬ ଫୁଟ ଲମ୍ବର କୁମ୍ଭୀରଟି ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବାଲିଘାଟରେ...

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି:ଡୁପ୍ଲିକେଟ ଚାବିକୁ ନେଇ ଜୋର୍‌ଦାର କଳି

ବନ୍ତଳା,୧୯ା୧୧(ଡି.ଏନ.ଏ.) ଗେଟ୍‌ରେ ପଡ଼ୁଥିବା ତାଲାର ଡୁପ୍ଲିକେଟ୍‌ ଚାବିକୁ ନେଇ ପ୍ରଧାନ ଶିକ୍ଷକ ଓ ଅଙ୍ଗନଓ୍ବାଡି ଦିଦିଙ୍କ ମଧ୍ୟରେ କଳି ଯୋଗୁ ସୋମବାର ବନ୍ତଳା ଥାନା ବଡ଼କଣ୍ଟକୁଳ ପଞ୍ଚାୟତ ଜାମ୍ମୁଗାଡ଼ିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଏଥିଯୋଗୁ...

ଶିକୁଳିବନ୍ଧା ଜୀବନ କାଟୁଛନ୍ତି ୨ ମହିଳା

କୁନ୍ଦୁରା,୧୯।୧୧(ଡି.ଏନ୍‌.ଏ.)କୁନ୍ଦୁରା ବ୍ଲକ ଚେଣ୍ଡିଆ ଝିଲିଗାଁର ପଦ୍ମା ପରଜା (୨୬) ଓ ବଡ଼ ଝିଲିଗଁାର ରାଧା ପରଜା (୨୮)। ଏହି ୨ ମହିଳା ମାନସିକ ଭାବେ ଅସୁସ୍ଥ ଥାଇ ଗତ ୩/୪ ବର୍ଷ ହେବ ଶିକୁଳିବନ୍ଧା ଜୀବନ କାଟୁଛନ୍ତି। ପଦ୍ମା ୪...

ବାହାଜାଂଗଲ ମାଜି କମେଇ ଖାଏବାର ମଜା ଅଲଗ

ଗୁଡଭେଲା,୧୯।୧୧(ଡି.ଏନ୍‌.ଏ.)- ‘ଆମ୍‌କୁ ଛତିଗଡ଼ ଆର ଓଡ଼ିଶା ସରକାର ଯାହା ବି ଦେଇଛନ୍‌ ସେଥ୍‌ରେ ଆମେ ଖୁସ୍‌ ଅଛୁଁ। ଛତିଶଗଡ଼ରେ ଚାଷ୍‌ବାସ କରୁଛୁଁ, ବାକି ଫୁରସତ୍‌ ସମିଆରେ ଓଡ଼ିଶା ଆସି ବାଢ଼ୁନ୍‌ ବିକି କୁଟୁମ୍‌ ପୁଷୁଛୁଁ।’ ଇଟା କେହେନ୍‌ସି ଫିଲିମ୍‌ର ଡାଇଲଗ୍‌...

କବିତା ମଣିଷର ସମ୍ବେଦନଶୀଳତା ବଢ଼ାଏ

ବଲାଙ୍ଗୀର ଅଫିସ, ୧୯ା୧୧ ବଲାଙ୍ଗୀରର ତହଁକ୍‌ ସାହିତ୍ୟ କୁଟୁମ୍‌ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନଠାରେ ଶୀତ୍‌ କେ ସ୍ବାଗତ୍‌ କବିତା ଆସର ଅନୁଷ୍ଠିତ ହୋଇଥିଲା ା ଅଭିନେତା ଓ ନାଟ୍ୟକାର ଅରବିନ୍ଦ ବାଗଙ୍କ ସଭାପତିତ୍ୱ ତଥା କବି ଆନନ୍ଦଚନ୍ଦ୍ର ସାହୁଙ୍କ...

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌: ଲୁଟିନେଲେ ୯ଭରି ସୁନା ଅଳଙ୍କାର

ସୋରଡା,୧୮ା୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ବଡଗଡ ଗ୍ରାମ ବଡଦାଣ୍ଡରେ ଜଣେ ଲୁଗା ବ୍ୟବସାୟୀଙ୍କୁ ସୋମବାର ସନ୍ଧ୍ୟାରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଆସିକା ଏସ୍‌ଡିପିଓ ଓ ବଡଗଡ ଥାନା ଅଧିକାରୀ ସଦଳବଳ...

କୁକୁର ଛୁଆ ମାରି ଗିରଫ ହେଲେ କ୍ୟାବ୍‌ ଡ୍ରାଇଭର

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ କ୍ୟାବ୍‌ ଡ୍ରାଇଭର ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, କ୍ୟାବ୍‌ ଡ୍ରାଇଭର କାହ୍ନୁ ଚରଣ ଗିରି ଶୈଳଶ୍ରୀ ବିହାରର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri