ରାଜ୍ୟ

ଦୁଇ ମାସ ଧରି ହଷ୍ଟେଲରେ ନାହିଁ ବିଦ୍ୟୁତ୍‌: ଲଣ୍ଠନକୁ ଭରସା କରି ପାଠ ପଢ଼ୁଛନ୍ତି ଛାତ୍ର

ମୁନିଗୁଡା,୨୩।୧୦(ଡି.ଏନ୍‌.ଏ.): ସରକାର ଆଦିବାସୀ ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ର ମାନଙ୍କୁ ରହିବା ଓ ଖାଇବା ସହ ସମସ୍ତ ପ୍ରକାରର ସୁବିଧା ଦେଇ ପାଠ ପଢ଼ିବା ନିମନ୍ତେ ବିଭିନ୍ନ ହଷ୍ଟେଲ ଖୋଲାଯାଇଛି।...

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା; ରାଜଧାନୀରେ ବି ବଦଳିଲା ପାଗ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ମାଲକାନଗିରି, ଗଜପତି, ଖୋର୍ଦ୍ଧା, ପୁରୀ ଆଦି ଜିଲାରେ ବୁଧବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି।...

ପୁରୁଣା ଗାଡ଼ି ରଦ୍ଦ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଚିଠା ପ୍ରସ୍ତାବ:ବିଭିନ୍ନ ରାଜ୍ୟରୁ ଲୋଡ଼ାଗଲା ମତାମତ

କଟକ ଅଫିସ, ୨୩-୧୦:କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ମୋଟରଯାନ ଆଇନରେ ପୁରୁଣା ଗାଡ଼ି ରଦ୍ଦ ପାଇଁ ନୂଆ ଚିଠା ପ୍ରସ୍ତାବ ଆଗତ ହୋଇଛି। ଉକ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି।...

ପିଏମ୍‌ଏଓ୍ବାଇରେ ଅନିୟମିତତା: ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ଅନିୟମିତତା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗଡମନତିର ଗ୍ରାମପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ପିଏମ୍‌ଏଓ୍ବାଇରେ ଘର ମିଳୁ...

୫ବର୍ଷରେ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’: ୨୩୦୩ ମାମଲାରୁ ସମାଧାନ ହୋଇଛି ୧୪୪୯

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) : କମିଶନରେଟ ପୋଲିସ ଅଞ୍ଚଳରେ ହିଂସା ପୀଡିତା ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ସହଯୋଗର ହାତ ବଢାଇଥିବା ‘ମାଧ୍ୟମ’ ମଙ୍ଗଳବାର ୫ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ କମିଶନରେଟ ପୋଲିସ ମୁଖ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ...

ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା:ଘଟଣା ଦିନ ପ୍ରେମିକଙ୍କ ସହ ଚିକେନ ଖାଇ ଲୁଡୁ ଖେଳିଥିଲେ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଆଇନଜୀବୀ ଦୀପାଳି ମୃତ୍ୟୁ ଘଟଣା ଦିନକୁ ଦିନ ଅଧିକ ରହସ୍ୟ ଘେରକୁ ଟାଣି ହୋଇଯାଉଛି। ଦୀପାଳି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଲାଗିରହିଛି ସସ୍‌ପେନ୍ସ। ଏହି କ୍ରମରେ ମଙ୍ଗଳବାର ଆଉ ଏକ ତଥ୍ୟ ସାମ୍ନାକୁ...

‘ବାଲ୍ୟ ବିବାହ କରିବୁନି କି କରିବାକୁ ଦେବୁନି’

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ) :ନିଜେ ବାଲ୍ୟ ବିବାହ କରିବେ ନାହିଁ କି ଅନ୍ୟମାନଙ୍କୁ କରିବାକୁ ଦେବେନାହିଁ। ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଆମ ସମାଜରୁ ମୂଳପୋଛ କରିବେ। ବାଲ୍ୟ ବିବାହର କୁପରିଣାମ ସମ୍ପର୍କରେ ଅତି କମ୍‌ରେ ୧୦ କିଶୋର, କିଶୋରୀ, ଯୁବକ, ଯୁବତୀଙ୍କୁ...

ନୂଆ ବିମାନ ସେବା ପାଇଁ ବୁକିଂ ଆରମ୍ଭ କଲା ଏୟାର ଏସିଆ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ଏୟାର ଏସିଆ ଭୁବନେଶ୍ୱରରୁ ବେଙ୍ଗାଲୁରୁ, କଲିକତା ଓ ହାଇଦ୍ରାବାଦକୁ ନୂଆ ବିମାନ ଉଡ଼ାଇବ। ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଏହି ସେବା ପାଇଁ ବୁକିଂ ଆରମ୍ଭ ହୋଇଛି। ଦୈନିକ ବେଙ୍ଗୁଲୁରୁକୁ ୩, କଲିକତାକୁ ୨ ଓ...

ଅଁଳାନବମୀ ପ୍ରଥମ ସମନ୍ବୟ ବୈଠକ: ରାଧାପାଦ ଛୁଁଇବେ ନାହିଁ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ, ୨୩-୧୦(ଡି.ଏନ୍‌.ଏ.):ପୁରୀ ଜିଲା ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଚଳିତ ବର୍ଷ ନଭେମ୍ବର ୫ରେ ଅନୁଷ୍ଠିତ ହେବ। ଏନେଇ ପ୍ରଥମ ସମନ୍ବୟ ବୈଠକ ସାକ୍ଷୀଗୋପାଳ ପାନ୍ଥଶାଳାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବବର୍ଷ...

ବିପଦରେ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ ଅଫିସ,୨୩-୧୦:ଶ୍ରୀମନ୍ଦିର ଗର୍ଭଗୃହର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ଫଳରେ ବିପଦରେ ରହିଛି ଗର୍ଭଗୃହ। ଏହାର କାନ୍ଥରେ ଫିମ୍ପି ଲାଗିଥିବାବେଳେ ଧଳାଛାପର ଚିହ୍ନ ମାଡ଼ିିଗଲାଣି। ଏପରି କି ବର୍ଷତମାମ୍‌ ଦୀପ ଜଳିବା ଦ୍ୱାରା କାନ୍ଥ କଳା ପଡ଼ିଛି। ପୁଣି ଗର୍ଭଗୃହର ପାଣି...

ବିଜେପୁର: ବିଜୟ ନେଇ ସମସ୍ତେ ଆଶାବାଦୀ

ଭୁବନେଶ୍ୱର,୨୩-୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ହେବା ନେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମଙ୍ଗଳବାର କହିଛନ୍ତି। ସେ କହିଛନ୍ତି ଯେ, ପୂର୍ବ ୨ଟି ନିର୍ବାଚନ ଅପେକ୍ଷା ଚଳିତଥର ଅଧିକ ଏକପାଖିଆ ଜନମତ ହୋଇଛି।...

୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତଙ୍କ ଘରେ ଲାଗିବ ପାଣି ଟ୍ୟାପ୍‌

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତ୍ୟେକଙ୍କ ଘରେ ପାଣି ଟ୍ୟାପ୍‌ ଲାଗିବ। ଫଳରେ ଲୋକଙ୍କୁ ଆଉ କଷ୍ଟ କରି ଘର ବାହାରକୁ ଆସି ପାଣି ସଂଗ୍ରହ କରିବାକୁ ପଡ଼ିବନାହିଁ। ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଜିଲା ସ୍ତରରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri