ରାଜ୍ୟ

ନୀତି ପ୍ରଶାସକଙ୍କୁ ଭକ୍ତ ନିବାସ କର୍ମଚାରୀ ସଂଘର ଦାବିପତ୍ର: ଶ୍ରମ ଆଇନକୁ ଉଲ୍ଲଂଘନ କରୁଛି ଠିକା ସଂସ୍ଥା

ପୁରୀ ଅଫିସ, ୧୨।୧୦: ବିଭିନ୍ନ ଦାବି ନେଇ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘ। ପରେ ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ନୀତି ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି...

୧୪ରୁ କାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ପହଞ୍ଚତ୍ଲେ ହବିଷିଆଳି

ପୁରୀ ଅଫିସ, ୧୨।୧୦: ଆସନ୍ତା ୧୩ ତାରିଖରେ ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା। ଏହା ପରଦିନ ଅର୍ଥାତ୍‌ ୧୪ ତାରିଖରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ପୂଣ୍ୟ ଭୂମି ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ...

ଓଟିଇଟି ପ୍ରଶ୍ନପତ୍ରରେ ତ୍ରୁଟି ଘଟଣା: ପୁନଃ ମୂଲ୍ୟାୟନ ଅର୍ଥ କମ୍‌ ପାଇଁ ଦାବି

କଟକ ଅଫିସ, ୧୨।୧୦: ପ୍ରଶ୍ନପତ୍ର ତ୍ରୁଟି ଲାଗି ୨୦୧୮ରେ ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି)କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାତିଲ କରି ଦିଆଯାଇଥିଲା। ସେହିପରି ଚଳିତବର୍ଷ ଜାନୁଆରୀରେ ଏହି ପରୀକ୍ଷା ହେବାକୁ ଥିଲା। ମାତ୍ର ଏହି ପରୀକ୍ଷା ଗତ...

ରାଜ୍ୟସ୍ତରୀୟ ଜୟପ୍ରକାଶ ନାରାୟଣ ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ: ଯୁବ ସମାଜ ପାଇଁ ସଂଗ୍ରାମୀଙ୍କ ଇତିହାସ ହିଁ ଆଦର୍ଶ

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜି ରାଉତଙ୍କ ସଂଗ୍ରାମୀ ଇତିହାସ ଛାତ୍ର ଓ ଯୁବସମାଜ ପାଇଁ ଆଦର୍ଶ। ଇଂରେଜ ସୈନିକଙ୍କ ଗୁଳିଗୋଳାକୁ ଭୟ ନ କରି ସ୍ବାଭିମାନ ପାଇଁ ପେଟପାଟଣାକୁ ଭୁଲିଯାଇ ପ୍ରଜାମଣ୍ଡଳର ସୈନିକ ଭାବେ...

‘ରଙ୍ଗବତୀ’ରେ ‘ଡାଲ୍‌ଖାଇ’

ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶୁକ୍ରବାର ଭଞ୍ଜକଳାମଣ୍ଡପରେ ପଶ୍ଚିମ ଓଡ଼ିଶା ଲୋକନୃତ୍ୟ ଓ ସଙ୍ଗୀତ ଉତ୍ସବ ‘ରଙ୍ଗବତୀ’ ଉଦ୍‌ଘାଟିତ ହୋଇଯାଇଛି। ୨ଦିନ ଧରି ଚାଲିବାକୁ ଥିବା...

ଗଞ୍ଜେଇ ବୋଝେଇ ହାଇଓ୍ବା ଜବତ: ଡ୍ରାଇଭର ଅଟକ

ବଲାଙ୍ଗୀର ଅଫିସ,୧୨।୧୦: ବଲାଙ୍ଗୀରର ସହର ଉପକଣ୍ଠରେ ଏକ ଗଞ୍ଜେଇ ବୋଝେଇ ହାଇଓ୍ବାକୁ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଛି ଟାଉନ ଥାନା ପୋଲିସ। ଏଥିସହ ଡ୍ରାଇଭରକୁ ମଧ୍ୟ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ଏହି ଗାଡ଼ିଟି ଦେଓଗାଁରୁ ବଲାଙ୍ଗୀର ସହର ଆଡ଼କୁ...

ସ୍ପା ଆଗରେ ସ୍ବାମୀଙ୍କୁ ପିଟିଲେ ସ୍ତ୍ରୀ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପ୍ରତିଦିନ ସ୍ବାମୀ ଲୁଚିକରି ସ୍ପାକୁ ମସାଜ ପାଇଁ ଯାଆନ୍ତି। ହେଲେ ଘରେ କେହି ଜାଣିପାରନ୍ତି ନାହିଁ। ଶେଷରେ ଶୁକ୍ରବାର ସ୍ତ୍ରୀଙ୍କ ହାତରେ ଧରା ପଡ଼ିଗଲେ ସ୍ବାମୀ। ଏହାପରେ ସ୍ତ୍ରୀ ସ୍ପା ସେଣ୍ଟର ଆଗରେ ସ୍ବାମୀଙ୍କୁ ନିସ୍ତୁକ ପିଟିବା ସହ...

ଚାହିଦା ମେଣ୍ଟାଇପାରୁନି ଚିଲିକା ମାଛ: ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ଚିଲିକା, ୧୨।୧୦(ଡି.ଏନ.ଏ.): ଚିଲିକା ଉପରେ ପେଟପାଟଣା ପାଇଁ ନିର୍ଭରଶୀଳ ୨ ଲକ୍ଷ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଛନ୍ତି। ଚିଲିକାକୁ ଭାତହାଣ୍ଡି ମନେକରି କୌଳିକ ବୃତ୍ତି ଭାବେ ମାଛ ଧରି ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ କରି ଆସୁଥିଲେ। ଏବେ ଚିଲିକା ମାଛ...

ପରିଷଦ ଦିଅ, ରାଜ୍ୟ ସଭା ନିଅ

ଭୁବନେଶ୍ୱର,୧୨।୧୦: ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବା ସକାଶେ ଶାସକ ବିଜେଡି ସବୁ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛି। ଏ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିସାରିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ଏ ନେଇ ଏକ ସଂକଳ୍ପ...

ନିଲାମ ବନ୍ଦ ପରେ ଲଗାମ ଢିଲା: ବଢୁଛି ବଉଳମାଳ ପଥର ଚୋରା ଚାଲାଣ

ଖୋର୍ଦ୍ଧା ଅଫିସ,୧୨।୧୦: ଖୋର୍ଦ୍ଧା ତହସିଲର ନରଣଗଡ଼ ଅଞ୍ଚଳରେ ଥିବା ବଉଳମାଳ ପଥର ଖଣିର ନିଲାମ ପ୍ରାୟ ୬ ବର୍ଷ ଧରି ବନ୍ଦ ରହିଛି। ହେଲେ ବେଆଇନ ଖଣି ଖନନକୁ ରୋକା ଯାଇପାରୁନି। କିଛିଦିନ ତଳେ ନୟାଗଡ ଜିଲାର ରଣପୁର ଥାନାର...

ଅଭିଯୁକ୍ତଙ୍କୁ ଗିରଫ କରିବାର ନାଁ ଧରୁନି ପୋଲିସ: ପୀଡିତାଙ୍କ ପରିବାରକୁ ହତ୍ୟା ଧମକ

ବିଞ୍ଝାରପୁର,୧୨।୧୦(ଡି.ଏନ.ଏ): ରାଜ୍ୟ ସରକାର ମୋ ସରକାର ଯୋଜନାର ସଫଳତା ପାଇଁ ଦିନ ରାତି ଏକ କରିଦେଇଛନ୍ତି। ହେଲେ ବିଞ୍ଝାରପୁର ଥାନା ଅଞ୍ଚଳରେ ଜଣେ ବଳାତ୍କାର ଓ ପ୍ରତାରଣାରେ ଶିକାର ହୋଇଥିବା ପୀଡିତାଙ୍କୁ ନ୍ୟାୟ ଦେବା ତ ଦୂରର କଥା, ଓଲଟି...

ଆମ ଗାଁ ଆମ ବିକାଶ ଯୋଜନା ପ୍ରକଳ୍ପ ନିମ୍ନମାନର: ୬ମାସ ପୂରିନି, ଭାଙ୍ଗିଲା ଗାଧୁଆ ତୁଠ

ରସୁଲପୁର,୧୨।୧୦(ଡିଏନଏ): ରସୁଲପୁର ବ୍ଲକର ବଡକଇଁଚି ପଞ୍ଚାୟତରେ ଆମ ଗାଁ ଆମ ବିକାଶ ଯୋଜନାରେ ପୋଖରୀ ପାହାଚ ଓ ଗାଧୁଆ ତୁଠ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଛି। ପରିଣାମ ସ୍ବରୂପ ନିର୍ମାଣ ଶେଷ ହେବାକୁ ୬ମାସ ପୂରିବା ପୂର୍ବରୁ ଭାଙ୍ଗି ଗଳି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri