ରାଜ୍ୟ

ଏଣିକି ଛୋଟ ଜାଗା ପାଇଁ ବିଲ୍ଡିଂ ପ୍ଲାନ୍‌: ୪୮ ଘଣ୍ଟାରେ ଅନ୍‌ଲାଇନରେ ମିଳିବ ଅନୁମୋଦନ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ସହରବାସୀଙ୍କ ପାଇଁ ଖୁସି ଖବର। ଛୋଟ ଜାଗା (୫୦୦ ବର୍ଗ ମିଟରରୁ କମ୍‌)ରେ ଘର କରିବାକୁ ଚାହୁଁଥିଲେ ବିଡିଏ ପକ୍ଷରୁ ଆବେଦନର ୪୮ ଘଣ୍ଟା ମଧ୍ୟରେ ଅନ୍‌ଲାଇନ୍‌ରେ ବିଲ୍ଡିଂ ପ୍ଲାନ୍‌ ମିଳିଯିବ। ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ...

ରାଜ୍ୟ ପାଇଁ ଗୌରବ: ବନ୍ଧବାହାଲ ଛାତ୍ର ଚିନ୍ମୟଙ୍କୁ ଇସ୍ରୋର ନିମନ୍ତ୍ରଣ; ଚନ୍ଦ୍ରଯାନ-୨ ଅବତରଣ ଦେଖିବେ

ଲଖନପୁର,୧ା୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବନ୍ଧବହାଲ ଡିଏଭି ପବ୍ଲିକ ସ୍କୁଲର ୮ମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ୱେବ୍‌ସାଇଟ୍‌ www.mygov.in ସ୍ପେସ୍‌ କୁଇଜ ୨୦୧୯ ପ୍ରତିଯୋଗିତାରେ ସର୍ବାଧିକ ନମ୍ବର ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ୭ ତାରିଖରେ ବେଙ୍ଗାଲୁରୁସ୍ଥିତ...

୭୫ ମିଟର ଉଚ୍ଛେଦ ପ୍ରସଙ୍ଗ: ଖୁବ୍‌ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ; ଦେବଦେବୀଙ୍କ ବିଜେସ୍ଥଳୀ, ଗାଦିଘର ସୁରକ୍ଷିତ ରଖାଯିବ

ପୁରୀ ଅଫିସ, ୧ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱସ୍ଥ ୭୫ ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏହି ପରିସୀମା ମଧ୍ୟରେ ଥିବା ମଠ, ମନ୍ଦିରର ଗାଦିଘର ଏବଂ...

ଏମାର ମଠର କଥା: ଶ୍ରୀରାମାନୁଜଙ୍କୁ ନେଇ ଘଟିଥିଲା ବିସ୍ମୟକର ଘଟଣା

ପୁରୀ ଅଫିସ,୧ା୯: ଦ୍ୱାଦଶ ଶତାବ୍ଦୀର ଏମାର ମଠ ଭଙ୍ଗାଯାଉଛି। ଆଉ ଅଳ୍ପ ଦିନ ପରେ ଏହାର ନଁା ରହିବ ସିନା ହେଲେ ଚେହେରା ସମ୍ପୂର୍ଣ୍ଣ ବଦଳିଯିବ। ବିରାଟ କୋଠାର ଆକାର ସୀମିତ ରହିବ ଠାକୁରଙ୍କ ବିଜେସ୍ଥଳୀ, ପୂଜକ ଏବଂ ମହନ୍ତଙ୍କ...

୭ରେ ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା: ସହାୟତା ରାଶି ଫେରସ୍ତ ନେଇ ରୋଡ୍‌ମ୍ୟାପ ପ୍ରସ୍ତୁତ

ଭୁବନେଶ୍ୱର,୧ା୯(ବ୍ୟୁରୋ)- ସେପ୍ଟେମ୍ବର ୭ରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ‘କାଳିଆ’ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଘୋଷଣା କରାଯିବ। ଏଥିପାଇଁ ଆବଶ୍ୟକ ବ୍ଲକ ଏବଂ ଜିଲାସ୍ତରୀୟ ତାଲିକା ପ୍ରସ୍ତୁତ ହୋଇସାରିଛି। ରାଜ୍ୟବ୍ୟାପୀ ତାଲିକା ଏବଂ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ...

ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନ ନୀତି: ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଇବେ ବିଶେଷଜ୍ଞ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂତନ ଟେଲି ମେଡିସିନ ନୀତି ଆଣିବାକୁ ଯାଉଛନ୍ତି। ରାଜ୍ୟରେ ଟେଲି ମେଡିସିନି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର...

ସ୍ବର୍ଣ୍ଣ ବିଜେତା ଅଶ୍ୱତ୍ଥଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରୁଷିଆସ୍ଥିତ କାଜାନ୍‌ରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ଏସ୍‌. ଅଶ୍ୱତ୍ଥ ନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନାରାୟଣଙ୍କୁ ୧୦ ଲକ୍ଷ ଟଙ୍କା...

୪ ଦିନ ପ୍ରବଳ ବର୍ଷିବ: ସତର୍କ ରହିବାକୁ ସମସ୍ତ ଜିଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଛି। ଏହା ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨ ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ...

ମାଲକାନଗିରି ଜିଲା ଚିଠି: ପ୍ରହସନ ପାଲଟିଛି ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ ଉଦ୍ଧାର ଯୋଜନା; କାହା ପାଖରେ ତଥ୍ୟ ନାହିଁ

ଦେଶରେ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ଖାଦ୍ୟପେୟ, ଶିକ୍ଷାଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡଲାଇନ୍‌, ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ସମନ୍ବିତ ଶିଶୁ ବିକାଶ...

ଅକ୍ଟୋବର ୨ରୁ ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ: ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ହଟିବ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରି ଆର୍ଥିକ ସ୍ବଚ୍ଛଳ ବର୍ଗରେ ପରିଣତ କରିବାକୁ କେନ୍ଦ୍ର ସରକାର ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସଚିବ...

ରାଜ୍ୟରେ ତିନିମାସରେ ୯୧୨.୪ମିମି ବର୍ଷା: ସ୍ବାଭାବିକଠାରୁ ୧.୨% କମ

ଭୁବନେଶ୍ୱର, ୧ା୯(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ରହିଛି। ଅଗଷ୍ଟରେ ପ୍ରବଳ ବର୍ଷା ଯୋଗୁ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଆଉ କିଛି ସ୍ଥାନରେ ବର୍ଷାର ନଁା ଗନ୍ଧ ନାହିଁ। ଏବେ ବି ରାଜ୍ୟରେ ୧.୨% କମ୍‌ ବର୍ଷା ହୋଇଛି।...

ଦୁର୍ନୀତିଗ୍ରସ୍ତଙ୍କ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ: ୬ ଅଫିସର ବିଦା; ୪ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ ବନ୍ଦ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ପ୍ରଶାସନରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଏହିକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ୪ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ୍‌ ସୁବିଧା ସମ୍ପୂର୍ଣ୍ଣ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri