ରାଜ୍ୟ

ଆମ୍ବୁଲାନ୍ସରୁ ସରିଗଲା ତେଲ: ଡାକ୍ତରଖାନା ଯିବା ରାସ୍ତାରେ ଆଖିବୁଜିଲେ ମା’, ଗର୍ଭସ୍ଥ ଶିଶୁ

ବାରିପଦା ଅଫିସ,୫।୧୦: ଡାକ୍ତରଖାନା ଯିବା ରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହାଣଦା ଗ୍ରାମରେ ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ...

ଏଣିକି ରାତି ୧୨ଟା ଯାଏ ବାଜିପାରିବ ମେଲୋଡ଼ି: ପୋଲିସ କମିଶନର

ଭୁବନେଶ୍ୱର, ୫।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣର ମାହୋଲ। ଦଶହରା ପାଇଁ ଟ୍ବିନ୍‌ ସିଟି ଉତ୍ସବମୁଖର। ପୂଜା ଭିତରେ ଟ୍ବିନ୍‌ ସିଟିର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି। ଏଣିକି ରାତି ୧୨ଟା ଯାଏ ଟ୍ବିନ୍‌ ସିଟିରେ ମେଲୋଡ଼ି ଓ...

ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ

ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍‌ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍‌ଓଜି ପୋଲିସ ମାଓବାଦୀ କ୍ୟାମ୍ପକୁ ଠାବ କରିବା ସହ ସେଠାରୁ ବିପୁଳ ପରିମାଣରେ ମାଓବାଦୀ...

୧୫ ଘଣ୍ଟା ପରେ ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ/ସଜନାଗଡ଼, ୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ଏଥିରୁ ଓହରି ଯାଇଛନ୍ତି। ସେ ପ୍ରାୟ...

ପୋଲିସ୍‌ ଏନ୍‌କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍‌.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍‌ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର ବିଳମ୍ବିତ ରାତିରେ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ୍‌...

ଆଧାର ନ ଥିଲେ କୃଷି ଋଣ ନାହିଁ

ଭୁବନେଶ୍ୱର, ୫ା୧୦ (ବ୍ୟୁରୋ): ଧାନ ବିକ୍ରି କରିବାକୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଖରିଫ ଋଣ ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀମାନେ କୃଷି ଋଣ ପାଇଁ ମନୋନୀତ ହୋଇଛନ୍ତି ସେମାନଙ୍କୁ ଆଧାର କାର୍ଡ ଦେବାକୁ...

‘ଏସ୍‌ଏଚ୍‌ଜିଙ୍କୁ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ’

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡିକ ବ୍ୟାଙ୍କରୁ ନେଉଥିବା ଋଣକୁ ଠିକ୍‌ ଭାବେ ପୈଠ କରୁଥିବା ବେଳେ ସେମାନଙ୍କ ଉପରେ ଅନାଦାୟ ଋଣ (ଏନ୍‌ପିଏ) ରହୁନାହିଁ। ବ୍ୟାଙ୍କଗୁଡ଼ିକ ରାଜ୍ୟରେ ମୋଟ୍‌ ୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି।...

ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମାରାଶି

ନବରଙ୍ଗପୁର,୫ା୧୦(ବି.ପ୍ର.): ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୧୮ ଖରିଫ ଚାଷ ପାଇଁ ପ୍ରିମିୟମ୍‌ ଜମା କରିଥିଲେ। କିନ୍ତୁ ଏଯାଏ ବୀମା ଟଙ୍କା ପାଇନାହାନ୍ତି। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ କୃଷି ଉପ ନିର୍ଦ୍ଦେଶକଙ୍କ...

ଦୁର୍ନୀତି ପ୍ରହାର: ୫ ଅଧିକାରୀ ବିଦା

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଦୁର୍ନୀତି ମାମଲାରେ ଜଡିତ ୫ଜଣ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚାକିରିରୁ ଆଗୁଆ ଅବସର ଦିଆଯାଇଥିବା ବେଳେ ଜଣଙ୍କୁ ବହିଷ୍କାର କରାଯାଇଛି। ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ...

୨୦ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । ସେଥି ମଧ୍ୟରୁ ଶୁକ୍ରବାର ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପାଇଁ...

‘୨୩ କୋଟି ଖର୍ଚ୍ଚ ପରେ ବି ନଗଡ଼ାରେ ବିକାଶ ନାହିଁ ’: ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଯାଜପୁର ଜିଲାର ନଗଡ଼ାରେ ପୁଷ୍ଟିହୀନତା ଖବର ପ୍ରକାଶ ପାଇବାର ୩ ବର୍ଷରୁ ଅଧିକ ହୋଇଗଲାଣି । ଏ ନେଇ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ...

ହାତୀ ମୃତ୍ୟୁର ଅନୁଧ୍ୟାନ କରିବ ୬ ଜଣିଆ କମିଟି

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ହାତୀଙ୍କୁ ହରପିସ୍‌ ସଂକ୍ରମଣକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହାର ଅନୁଧ୍ୟାନ ପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟି ପକ୍ଷରୁ ଏକ କମିଟି ଗଠନ ହୋଇଛି। ଏହି କମିଟିରେ ୬ଜଣ ସଦସ୍ୟ ରହିଛନ୍ତି। ଖୁବ୍‌ଶୀଘ୍ର ଏହି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri