ରାଜ୍ୟ

ଫିଲ୍ମ ପୋଷ୍ଟର ବିବାଦ: ଭାଇରାଲ ଅଡିଓକୁ ନେଇ ଧମକ ଦେଲେ ଦୂତି, ମକଦ୍ଦମା କରିବାକୁ ଫେସ୍‌ବୁକ୍‌ରେ ପୋଷ୍ଟ କଲେ

ଭୁବନେଶ୍ୱର,୨୦ା୮(ବ୍ୟୁରୋ)- ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଆଉ ଏକ ବିବାଦ ଆରମ୍ଭ ହୋଇଛି। ଅଭିଯୋଗକାରିଣୀ ତଥା ଦୌଡରାଣୀ ଦୂତି ଚାନ୍ଦଙ୍କ ବିରୋଧରେ ବିଶୋଦାଗାର କରାଯାଇଥିବା...

ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ସମୟ ପରିବର୍ତ୍ତନ:ସେପ୍ଟେମ୍ବର ପହିଲାରୁ ଲାଗୁ

ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ନଂ.୧୨୮୯୪ର ସମୟକୁ ପରିବର୍ତ୍ତନ କରାଯାଇଛି। କେବଳ ବଲାଙ୍ଗୀରରୁ ଭୁବନେଶ୍ୱର ଯାତ୍ରା ସମୟରେ ପରିବର୍ତ୍ତନ କରାଯାଇଥିବାବେଳେ ଭୁବନେଶ୍ୱରରୁ ବଲାଙ୍ଗୀର ଯାତ୍ରା ସମୟକୁ ସ୍ଥିର ରଖାଯାଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ପରିବର୍ତ୍ତିତ ସମୟରେ ଏହି ଏକ୍ସପ୍ରେସ...

ଝିଅମାନେ କୌଣସି ଗୁଣରେ ପୁଅଙ୍କଠାରୁ କମ୍‌ ନୁହନ୍ତି

ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର କନ୍ୟାରତ୍ନ ସୁରକ୍ଷା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମରେ ଜିଲାସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ,...

ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତା: ଭାଙ୍ଗିଲା ଆଉ ୩ ଘର

ଚମ୍ପୁଆ, ୨୦।୮(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତାହାତୀ। ଦୀର୍ଘଦିନର ବ୍ୟବଧାନପରେ ଫେରି ଏହି ଦନ୍ତା ଉପତ୍ାତ ଆରମ୍ଭ କରିଦେଇଛି। ଫସଲ ନଷ୍ଟ ସାଙ୍ଗକୁ ୩ଗୋଟି ଘରଭାଙ୍ଗି ଦେଇଛି। ଚମକପୁର ନୁନୁଗୁଣ୍ଠାଣ ଅଞ୍ଚଳରୁ ଆସି ଏହି ହାତୀ କୁଚିଡା ଅଞ୍ଚଳର ଗୋଟିଏ...

ଦେବୀ ନଦୀ ଶଯ୍ୟା ଖନନ: ସ୍ଥିତି ଅନୁଧ୍ୟାନ କଲେ ବୁର୍ଲା ଜଳସମ୍ପଦ ବିଭାଗ ବିଶେଷଜ୍ଞ

କାକଟପୁର, ୨୦।୮(ଡି.ଏନ୍‌.ଏ.)-ପୋତି ହୋଇପଡ଼ିଥିବା ଦେବୀ ନଦୀ ଶଯ୍ୟା ଖନନ ହେବ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମ୍ବଲପୁରର ବୁର୍ଲାସ୍ଥିତ ଜଳସମ୍ପଦ ବିଭାଗର ରିସର୍ଚ୍ଚ ଆଣ୍ଡ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ନିର୍ଦ୍ଦେଶକ ତଥା ବିଶେଷଜ୍ଞ ସୁବାସଚନ୍ଦ୍ର...

ଓଡ଼ିଶାକୁ ମିଳିବ ଆଇକନିକ ଐତିହ୍ୟ ମାନ୍ୟତା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଶା ଓ ଓଡ଼ିଆବାସୀଙ୍କ ପାଇଁ ଖୁସି ଖବର। କାରଣ ଓଡ଼ିଶା ଏବେ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ମଙ୍ଗଳବାର ଦିଲ୍ଲୀରେ ଅନୁଷ୍ଠିତ...

‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ: ମିନତି ବେହେରା

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ କରାଯାଇଛି। ଏ ନେଇ ନବନିଯୁକ୍ତ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ପୋଷ୍ଟରରେ ନାରୀଙ୍କୁ ଅସମ୍ମାନ ନେଇ ତୀବ୍ର ନିନ୍ଦାକରିବା ସହ ଏଥିପ୍ରତି ପୋଲିସ...

ଫନୀ ସହାୟତା: ଓଡ଼ିଶାକୁ ମିଳିଲା ୩୩୩୮ କୋଟି

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଶାକୁ ‘ଫନୀ’ ସହାୟତା ଦେଲେ କେନ୍ଦ୍ର ସରକାର। ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟି ସହାୟତା। ଫନୀ ପରବର୍ତ୍ତୀ ଥଇଥାନ ପାଇଁ ମଙ୍ଗଳବାର ଏହି ସହାୟତା ରାଶି ଘୋଷଣା କରାଯାଇଛି। ପୂର୍ବରୁ ଓଡ଼ିଶାକୁ ଫନୀ ପାଇଁ ଅଗ୍ରୀମ ୩୪୦ କୋଟି...

‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ: ପ୍ରଯୋଜକଙ୍କୁ ନୋଟିସ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରରକୁ ନେଇ ବିବାଦ ଲାଗିରହିଛି। ଫିଲ୍ମ ପ୍ରଯୋଜକ ସୀତାରାମ ଅଗ୍ରଓ୍ବାଲଙ୍କୁ ମଙ୍ଗଳବାର ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ନୋଟିସ ଜାରି କରାଯାଇଛି। ପ୍ରକାଶ ଯେ, ଉକ୍ତ ଫିଲ୍ମର ପୋଷ୍ଟରରେ ହାସ୍ୟ ଅଭିନେତା ପପୁ...

୨୨ରେ ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସ ନେତା: ତାରା କହିଲେ ‘ପିସିସି ସଭାପତି ପରିବର୍ତ୍ତନ ନ କରିବାକୁ କହିବୁ’

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ଆସନ୍ତା ୨୨ରେ ନେତାମାନେ ଦିଲ୍ଲୀ ଯିବେ। ଦଳର ହାଇକମାଣ୍ଡଙ୍କ ପାଖରୁ ଏହି ଡାକରା ଆସିଥିବା ପରିପ୍ରେକ୍ଷୀରେ ମଙ୍ଗଳବାର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି। ସେ...

ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଗିରଫ ହେଲେ ଓ୍ବାର୍ଡେନ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଆବାସିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ଓ୍ବାର୍ଡେନ୍‌ଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେ ହେଲେ ବିଶ୍ୱରଞ୍ଜନ ରଣା। ବିଶ୍ୱରଞ୍ଜନ ୨ ଛାତ୍ରଙ୍କୁ...

ରମାଦେବୀ ପରିସରରୁ ଉଠିଯିବ ଯୁକ୍ତ ୨ କଲେଜ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଜୁନିଅର କଲେଜ ଉଠିଯିବ। ୟୁନିଟ-୯ ଗାର୍ଲସ ହାଇସ୍କୁଲ ପରିସରରେ ଯୁକ୍ତ ୨ କଲେଜ ପ୍ରତିଷ୍ଠା ହେବ। ଏନେଇ ହାଇସ୍କୁଲ ପରିସରରେ ୩ ଏକର ଜମି ଚିହ୍ନଟ ହୋଇଥିବା ନେଇ ମଙ୍ଗଳବାର ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri